Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ର ମେଷରାଶି ବ୍ୟକ୍ତିଙ୍କୁ ଆଶା କରୁଥିବା ଦିଗରୁ ସାହାଯ୍ୟ ମିଳିବ। ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଯୋଗୁ ମନ ଖୁସି ରହିବ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରହିବା ଭଲ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ବୃଷରାଶି ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ପ୍ରିୟବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ। ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ।
ମିଥୁନ
ମିଥୁନ
ଆଜି ଆରଦ୍ରା ନକ୍ଷତ୍ର ମିଥୁନ ରାଶି ପାଇଁ ହଠାତ୍‌ ପରିସ୍ଥିତି ବଦଳିଯିବ। ସକାଳୁ ସକାଳୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲାବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ନିଜ ଇଚ୍ଛା ଅନୁସାରେ କୌଣସି କାମ କରି ପରିବାରରୁ ସମାଲୋଚିତ ହେବାକୁ ପଡ଼ିପାରେ। ତଥାପି କୌଶଳରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହୋଇପାରନ୍ତି।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ର କର୍କଟ ରାଶି ପାଇଁ ଦିନଟି ସ୍ମରଣୀୟ ରହିବ। ଆକସ୍ମିକ ଭାବେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସିଂହ ରାଶି ଏକାଧାରରେ ଅର୍ଥ, ସାମାଜିକ ସମ୍ମାନ ସହ ବନ୍ଧୁଙ୍କ ପରାମର୍ଶ ପାଇ ଖୁସୀ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇପାରନ୍ତି। ମାଲିମକଦ୍ଦମାରେ ବିଳମ୍ବ ହେବାରୁ ମନସ୍ତାପ ବଢ଼ିଯାଇପାରେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
କନ୍ୟା
ହସ୍ତା ନକ୍ଷତ୍ର କନ୍ୟା ରାଶି ପ୍ରତିବନ୍ଧକ ମଧ୍ୟ ଦେଇ ଚଳିବାକୁ ପଡ଼ିବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ପୂର୍ଣ୍ଣତଃ ଆରୋଗ୍ୟଲାଭ କରି ନ ପାରନ୍ତି। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ସ୍ବାତୀ ତୁଳା ପାଇଁ ଅର୍ଥନୈତିକ ଅଭିବୃଦ୍ଧି ସହ କାର୍ଯ୍ୟସିଦ୍ଧି ଖୁସିର କାରଣ ହୋଇପାରେ। ଯଦିଓ କେତେକ ସମସ୍ୟା ଓ ପ୍ରତିବନ୍ଧକ ଆସିବ ତଥାପି ଆରମ୍ଭ କରିଥିବା କାମଟି ଅଟକିବ ନାହିଁ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି ନ ପାରି ପସ୍ତେଇବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ।
ବିଛା
ବିଛା
ରାଶି ପାଇଁ ସମୟ ବହୁତ ଭଲ ବୋଲି ଯାହା ଭାବୁଛନ୍ତି ଶୀଘ୍ର ଆରମ୍ଭ କଲେ ଉପକୃତ ହେବେ। ସମ୍ଭାବ୍ୟ ସମସ୍ୟା କ୍ଷେତ୍ରରେ ବନ୍ଧୁଙ୍କୁ ଅନୁନୟ ବିନୟ କରି ପରିସ୍ଥିତିକୁ ନିୟନ୍ତ୍ରିତ କରିପାରିବେ। ବିଶାଖା ନକ୍ଷତ୍ର ସକାଶେ କଳା, ସଙ୍ଗୀତ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ଆଜି ପୂର୍ବାଷାଢ଼ା ଧନୁ ପାରିବାରିକ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଉଚ୍ଚ ପ୍ରଶଂସିତ ହେବେ। ନୂତନ ପ୍ରକଳ୍ପ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ବନ୍ଧୁଙ୍କ ସହ ସାମୟିକ କଳହ ଦେଖାଦେଇପାରେ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
ଅଷ୍ଟମସ୍ଥ ମଙ୍ଗଳ ଯୋଗୁ ଶ୍ରବଣା ମକରର ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ। ଏଣେ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ମଧ୍ୟ ବିଚଳିତ ରହିବ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର କୁମ୍ଭ ରାଶି ପାଇଁ ଆଜି ହାତକୁ ନେଇଥିବା କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ। କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବନାହିଁ।
ମୀନମୀନ
ଚତୁର୍ଥସ୍ଥ ରାହୁ ଯୋଗୁ ଉତ୍ତର ଭାଦ୍ରପଦ୍‌ ମୀନ ବନ୍ଧୁଙ୍କ ସହ ଅର୍ଥସମ୍ପର୍କକୁ ନେଇ ବିବାଦଗ୍ରସ୍ତ ହୋଇପାରନ୍ତି। ଅବଶ୍ୟ ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗି ରହିବ। ଆଗାମୀ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ଲାଗି ଆଲୋଚନା କରିପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମକଦ୍ଦମା ପ୍ରଭୃତିରୁ ସୁଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?