Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ
ଆନୁସଙ୍ଗିକ ଅଭାବ ଅସୁବିଧାକୁ ନେଇ ମାନସିକ ଅସ୍ଥିରତା ଭିତରେ ଆଜି ଦିନଟି କଟାଇବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ଘଟିପାରେ । ଭୁଲ୍‌ ବୁଝାମଣା ଜନିତ ବିନା କାରଣରେ ମଧ୍ୟ ଅଶାନ୍ତି,କଳହର ସୂତ୍ରପାତର ଆଶଙ୍କା ରହିଛି । ସାହିତ୍ୟ,କଳା, ସଙ୍ଗୀତ,ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଯେତେ ଭଲରେ ରହି ଅନ୍ୟମାନଙ୍କୁ ମଧ୍ୟ ଭଲରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡି ଦେବ ।ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବା ସଙ୍ଗକୁ ପାରିବାରିକ କ୍ଷେତ୍ରରେ ମଧ୍ୟ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ ।
ମିଥୁନ
ମିଥୁନ
ଅର୍ଥ ସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ତାହା ପୂରଣ କରିବାରେ ସମର୍ଥ ହୋଇପାରିବେ । ଯାଉଥିବା ରାସ୍ତାରେ ଚୋରି, ପକେଟମାର କିମ୍ବା ନିଜର ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ଧନହାନୀ ଘଟିବାର ପୂର୍ଣ୍ଣସୂଚନା ରହିଛି । ବୃଥା ସନ୍ଦେହ ଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ ।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମାବସ୍ଥାରେ ଅସୁବିଧା ଭଳି ମନେହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିପାରିବେ। ବକେୟା ଅର୍ଥ ଆଦାୟ କରିବା ସକାଶେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡିପାରେ। ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା, ସନ୍ତାନ ଓ ପ୍ରେମ କାରବାରରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ରହଥିବା ବିଷମତା ନେଇ ଚିନ୍ତିତ ଥିଲେ ମଧ୍ୟ ତାହାକୁ କାହା ସମ୍ମୁଖରେ ମଧ୍ୟ ପ୍ରକାଶ କରି ପାରିବେ ନାହିଁ। ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେଖାଦେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
କନ୍ୟା
ବିଭିନ୍ନ ସୂତ୍ରରୁ ଅର୍ଥ ରୋଜଗାର କରିବେ କିନ୍ତୁ ଚନ୍ଦ୍ର ପଭାବରୁ ମନରେ ଅସ୍ଥିରତା ପ୍ରାୟତଃ ଲାଗି ରହିବ । ଅଟକି ରହିଥିବା କାମକୁ ପୂରାଦମରେ କରିଚାଲିବେ ତଥାପି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗଦର୍ଶନ ଦେଇ ଲୋକମାନଙ୍କ ପ୍ରିୟଭାଜନ ହେବେ।
ତୁଳା
ତୁଳା
ଶାରୀରିକ ସୁସ୍ଥତା ରହିଥିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ରହିବ ନାହିଁ । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କଡା କଥା ପ୍ରକାଶ କରିପାରିବେ ନାହିଁ। ପାନ ମସଲା, ତେଜରାତି ଦୋକାନ, ହୋଟେଲ ଓ ଷ୍ଟେସନାରୀ ବ୍ୟବସାୟରୁ ଆଜି ଭଲ ବେପାର ହେବ ।
ବିଛା
ବିଛା
କୈାଣସି ଅଭାବ ଅସୁବିଧା ନଥିଲେ ମଧ୍ୟ କଣ ହେଲା ଏଣୁତେଣୁ ଗୁଡାଏ ବେକାର କଥାରେ ମନ ଅଶା‘ ରହିବ । ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା କେତେକ ବ୍ୟକ୍ତି ପଛରେ ମାତ୍ର ଗାଳିମନ୍ଦ ପୂର୍ବକ ବିଭିନ୍ନ ପ୍ରକାର ଅଶାଳୀନ ମନ୍ତବ୍ୟ ପ୍ରଦାନ କରିପାରନ୍ତି। ଆତ୍ମୀୟମାନେ ପରୋକ୍ଷ ଭାବରେ ବିରୁଦ୍ଧାଚରଣ କରିବାର ସମ୍ଭାବନା ରହିଛି ।
ଧନୁ
ଧନୁ
ଆଜି ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତ୍ତେଜିତ ରହିିପାରେ। ଘରେ ଅଶାନ୍ତିର ବାତାବରଣ ସହ ପରିବହନରେ ଝଗଡା, କର୍ମକ୍ଷେତ୍ରରେ ଉତ୍ତେଜନା, ଜମିଜମା କଳହକୁ ମଧ୍ୟ ଏଡି ହେବନି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ ।
ମକର
ମକର
ଆଜି ଆପଣ ଯେଉଁ କାମ କରିବାକୁ ମନସ୍ଥ କରିଛନ୍ତି, ତାହା ଶୀଘ୍ର ଆରମ୍ଭ କରନ୍ତୁ, କାରଣ ସଫଳତା ଆପଣଙ୍କୁ ଚାହିଁ ବସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବନ୍ଧୁଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ । ରୋଗ ଶଯ୍ୟାରେ ପଡିଥିବା ନିକଟ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କୁମ୍ଭ
କୁମ୍ଭ
ଆଜି କାମର ଚାପ ବୃଦ୍ଧି ପାଇବା କାରଣରୁ ଘର କାମ ଛାଡି ଉପରିସ୍ଥଙ୍କ ନିର୍ଦ୍ଦେଶରେ କାମ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ ସମସ୍ୟାକୁ ସମାଧାନ କରିବେ ଏବଂ ଦୀର୍ଘ ଦିନର ଅଭୀଳାଷ ପୂର୍ଣ୍ଣ ହେବାରୁ ଆନନ୍ଦିତ ହେବେ।
ମୀନମୀନ
ପୂର୍ବ ଯୋଜନାନୁଯାୟୀ ପ୍ର୍ରତ୍ୟେକ କାର୍ଯ୍ୟ କରିବେ ତଥାପି କିିଛି ନା କିିଛି ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡିପାରେ। ପାଖ ପଡୋଶୀ ଈର୍ଷାପର ମନୋଭାବ ପୋଷଣ ପରୋକ୍ଷଭାବରେ ସମାଲୋଚନା କରପାରନ୍ତି। ଶାସ୍ତ୍ରାଲୋଚନା, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନ କ୍ଷେତ୍ରରେ ସହଯୋଗ ଲାଭ କରି ଖୁସୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃୟାରୀ ୩ ତାରିଖ– Daily Horoscope

ମେଷ ଆଜି ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ମନ ଅନୁଯାୟୀ କାମ କରିପାରିବେ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ଟେନ୍ସନ ଉପୁଜିଲେ ମଧ୍ୟ ମନୋବଳ...

ରାଶିଫଳ: ବୁଧବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚନ୍ଦ୍ର ଥିବାରୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା...

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ ଆଜି ଶୁକ୍ର ନକ୍ଷତ୍ରସ୍ଥ ଜନ୍ମ ଚନ୍ଦ୍ର ହେତୁ ଟେନ୍ସନ ଭିତରେ କାମଗୁଡ଼ିକୁ ପୂରା ଦମ୍‌ରେ କରିବା ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବାଣିଜ୍ୟବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଗୃହକୁ କିଛି...

ରାଶିଫଳ: ସୋମବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ବାଧକାଧିପ କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ଅବଶ୍ୟ ଲାଗି ରହିବ, କିନ୍ତୁ କିଛି ଅସୁବିଧା ହେବନାହିଁ । ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା...

ରାଶିଫଳ: ବୁଧବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ନୀଚସ୍ଥ ଓ ଅଷ୍ଟମସ୍ଥ ଚନ୍ଦ୍ର ହେତୁ ପାରିବାରିକ ବିଶୃଙ୍ଖଳାକୁ କେନ୍ଦ୍ରକରି ମନ ଭଲ ରହିବ ନାହିଁ। ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ...

ରାଶିଫଳ: ଶନିବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ସ୍ବାସ୍ଥ୍ୟ, ଜମିଜମା, ବନ୍ଧୁ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ...

ରାଶିଫଳ: ରବିବାର, ଜୁନ୍‌ ୩୦ ତାରିଖ – Daily Horoscope

ମେଷ ଉଚ୍ଚରାଶିରେ ଚନ୍ଦ୍ର ଥିବାରୁ ଖୁସି ମନରେ କାମ କରିବେ ଏବଂ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ଲାଘବ କରିବାରେ...

Advertisement
Archives

Model This Week