Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ
ବଳବାନ୍‌ ଚନ୍ଦ୍ର ପ୍ରଭାବରେ ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା,ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ବ୍ୟବସାୟ,ପରିବହନରେ ସମସ୍ୟା ମୁକ୍ତ ରହିବେ। ଅଟକି ରହିଥିବା କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ଆନୁଷ୍ଠାନିକ କାମ, ସାମାଜିକ ସମ୍ପର୍କରେ ଉନ୍ନତି ସହ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ।
ବୃଷ
ବୃଷ
ଆଜିର ଗ୍ରହସ୍ଥିତି ପ୍ରଭାବରେ ପରକୁ ଆପଣାର କରି କାମ ହାସଲରେ ସମର୍ଥ ହେବେ। କିନ୍ତୁ ମୃଗଶିରା ନକ୍ଷତ୍ରାଧିପ ମଙ୍ଗଳଙ୍କ ଦୁର୍ବଳତା ଜନିତ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତି ଲାଗି ରହିବ। ଦେବ ଦର୍ଶନର ସୁଯୋଗ ମିଳିପାରେ। ଜମିଜମା କାରବାର, ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ମିଥୁନ
ମିଥୁନ
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବୃହସ୍ପତିଙ୍କ ଦୋଷରୁ ନିର୍ଦ୍ଧିଷ୍ଟ ସମୟରେ କାମ ଗୁଡିକ ନହୋଇପାରିବା କାରଣରୁ ବ୍ୟସ୍ତ ହେବେ। ଋଣ ଭାରରେ ଅତିଷ୍ଠ ହେବାକୁ ପଡିବ ଓ ତାହାହିଁ ଦୁଃଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି। ହଠାତ୍‌ କୌଣସି ହୃଦୟବାନ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ଘଟିବ।
କର୍କଟ
କର୍କଟ
ସ୍ବସ୍ଥାନପାଳ ଶନି ଷଷ୍ଠଭାବସ୍ଥ ଯୋଗୁ ପରୋକ୍ଷଶତ୍ରୁତା ହେତୁ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବା ବ୍ୟତୀତ କିଛି ଲାଭ ହେବନି। ଅନ୍ୟମନସ୍କ ରହି ବିଭିନ୍ନ ପ୍ରକାରର ସମସ୍ୟାକୁ ଡାକି ଆଣି ପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଏକାଧିକ ଗ୍ରହ ଧନସ୍ଥାନସ୍ଥ ହେତୁ ବିଭିନ୍ନ ଦିଗରୁ ଅର୍ଥସଂଗ୍ରହ କରିପାରିବେ। କୌଣସି ନୂତନ କାମର ଯୋଜନା କରିବେ ଓ ସଫଳତା ମଧ୍ୟ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ। ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ସଭାସମିତି ରେ ସଫଳତା ହାସଲ କରିବେ।
କନ୍ୟା
ଗ୍ରହଯୋଗର ସୁପ୍ରଭାବରେ ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ନିଶ୍ଚିତ ପାଇପାରିବେ। ଆଜି ଏକ ଭିନ୍ନ ପରିସ୍ଥିତିରେ ବାନ୍ଧବୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧାରିନେବେ। ବିବାଦୀୟ ଘଟଣାରେ ବିଜୟଲାଭ ସୁନିଶ୍ଚିତ।
ତୁଳା
ତୁଳା
ଅଷ୍ଟମସ୍ଥ ଚନ୍ଦ୍ର ମନରେ ଅସ୍ଥିରତା ସୃଷ୍ଟି କରିବ ଅବଶ୍ୟ ଆର୍ଥିକ ଦିଗରୁ କୌଣସି ଅସୁବିଧା ହେବନାହିଁ। କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ବନ୍ଧୁ ପରିଜନ ମାନଙ୍କ ସହଯୋଗ ଅବଶ୍ୟ ମିଳିବ। ବ୍ୟୟ ଭାର କ୍ରମଶଃ କମି ଆସିବା ସଙ୍ଗକୁ ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ବିଛା
ବିଛା
କେତେକ କ୍ଷେତ୍ରରେ ନୈରାଶ୍ୟଜନକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ସାଜିପାରେ। କୌଣସି କାମରେ ବ୍ୟସ୍ତତା ବଢିଯାଇପାରେ କିନ୍ତୁ କୌଣସି ଅସୁବିଧା ହେବ ନାହିଁ। ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି। ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ।
ଧନୁ
ଧନୁ
ଆଜି ହଠାତ୍‌ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବାରୁ ମନୋବଳ ସାମାନ୍ୟ ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ, କଳା, ସାହିତ୍ୟ,ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ରରେ ବିଶିଷ୍ଟବ୍ୟକ୍ତିମାନଙ୍କ ମାଧ୍ୟମରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇ ପାରନ୍ତି।
ମକର
ମକର
ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ପାରିବାରିିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସଙ୍ଗକୁ ନିକଟ ସମ୍ପର୍କୀୟମାନଙ୍କ ସହ କୈାଣସି ନୂତନ କର୍ମାରମ୍ଭର ଯୋଜନା ପ୍ରସ୍ତୁତ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବ।
କୁମ୍ଭ
କୁମ୍ଭ
ନୀଚ୍ଚସ୍ଥ ଶୁକ୍ର ଜନିତ ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ। ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। କଳା, ସାହିତ୍ୟରେ ଉନ୍ନତି କରିବା ସଙ୍ଗକୁ ନିଜର କୃତି ଓ କୃତିତ୍ୱ କାରଣରୁ ପ୍ରଶଂସିତ ମଧ୍ୟ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
ମୀନମୀନ
ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟରେ ଗତି କରିବା ସହ କାର୍ଯ୍ୟହାନୀ କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର କାରଣ ନବୁଝତ୍ କାମ କଲେ ହଇରାଣ ହେବାକୁ ପଡିବ। ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ ଏପରିକି ଯାତ୍ରାକାଳୀନ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୨ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରିବାର ପ୍ରଯତ୍ନ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସଫଳତା ପାଇବେ। କୌଣସି ସାମାଜିକ କାମରେ...

ରାଶିଫଳ: ଶନିବାର, ଫେବୃୟାରୀ ୨୭ ତାରିଖ – Daily Horoscope

ମେଷ ରାହୁ ମଙ୍ଗଳ ଯୋଗରୁ ପ୍ରତ୍ୟେକ ପ୍ରକାର ପରିସ୍ଥିତିକୁ ସାମ୍‌ନା କରି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା...

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଯେଉଁ କାମ ଆଜି ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ପାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ...

ରାଶିଫଳ: ରବିବାର, ଫେବୃୟାରୀ ୧୪ ତାରିଖ– Daily Horoscope

ମେଷ ବହୁତ ଦିନରୁ ଚିନ୍ତା କରିପାରି ନ ଥିବା କାମଟିକୁ ଆଜି ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ନିର୍ଦ୍ଦିଷ୍ଟ ସମୟରେ ବନ୍ଧୁଙ୍କ ଉପସ୍ଥିତିର ଅଭାବକୁ...

ରାଶିଫଳ: ସୋମବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସୁପ୍ରଭାବରୁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ। ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟମାନଙ୍କ ପ୍ରତି ଆଗ୍ରହୀ...

ରାଶିଫଳ: ଗୁରୁବାର, ଜୁନ୍ ୨୫ ତାରିଖ – Daily Horoscope

ମେଷ କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାର ସମସ୍ୟା ଆସିଲେ ମଧ୍ୟ ଦୃଢ଼ହସ୍ତରେ ତାହା ଦମନ କରିବାରେ ସମର୍ଥ ହେବେ...

ରାଶିଫଳ: ଗୁରୁବାର, ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ବୈଷୟିକ ସୁଖ, ସମୃଦ୍ଧି ମଧ୍ୟରେ ଆନନ୍ଦ ଅନୁଭବ କରିବେ। ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ଘରକୁ ସଜାଡ଼ିବାରେ...

ରାଶିଫଳ: ଶନିବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଳୁ ସକାଳୁ ଶୁଭ ଖବର ପାଇ ଖୁସୀ ହୋଇଯିବେ। ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ। ଆମୋଦ...

Advertisement
Archives

Model This Week