Posted inRasifala

ରାଶିଫଳ: ଶୁକ୍ରବାର, ଫେବ୍ରୁଆରି ୨୧ ତାରିଖ – Daily Horoscope

ମେଷ
ଆଜି ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କୁ ଧାର୍ମିକ ଭାବନାରେ ନିମଜ୍ଜିତ କରାଇବ। ପାରିବାରିକ ଜୀବନରେ ସହନଶୀଳତା ଏବଂ ମନକୁ ସୁହାଇଲା ଭଳି କଥାକହି ପରିବେଶକୁ ହାଲୁକା କରିବେ। ଆଲୋଚନାକାଳରେ ମନକଥାକୁ ମନ ଭିତରେ ଚାପି ରଖି ବନ୍ଧୁଙ୍କ ସହ କଥା ହେବାକୁ ପଡିପାରେ। ପାଖ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ପରେ ଅନୁତାପ କରିବାକୁ ପଡିପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଆପଣଙ୍କୁ ଦୃଢ ମନୋବଳ ଓ ପ୍ରବଳ ଉତ୍ସାହ ପ୍ରଦାନ କରିବ। ରବିଙ୍କ ସ୍ବଗୃହାବଲୋକନ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ ଲୋକସମ୍ପର୍କ ବୃଦ୍ଧିରେ ସହାୟକ ହେବ। କିନ୍ତୁ ରୋହିଣୀର ଜନ୍ମତାର ଯୋଗୁ ସାମୟିକ ସ୍ବାସ୍ଥ୍ୟହାନି ସହ କର୍ମକ୍ଷେତ୍ରରେ ଆଂଶିକ ସଫଳତା ପାଇବେ। ପରିବାରରେ କଳହ ଲାଗିବାର ସୂଚନା ରହିଛି।
ମିଥୁନ
ମିଥୁନ
ଚତୁର୍ଥାଧିପ ନିଜରାଶିରୁ ଷଷ୍ଠଭାବସ୍ଥ ଯୋଗୁ ପରିବାରରେ ମତଭେଦ କାରଣରୁ କଳହ ସୃଷ୍ଟି ହୋଇପାରେ। ଆକସ୍ମିକ କୌଣସି ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ। ଜନସେବା ପ୍ରତି ମନ ବଳିବ କିନ୍ତୁ ସହକର୍ମୀ କେହି ବିଶୃଙ୍ଖଳା ପ୍ରଦର୍ଶନ କରି ପରିସ୍ଥିତିକୁ ଜଟିଳ କରିପାରନ୍ତି। ବନ୍ଧୁଙ୍କ ଦେଖା ନ ପାଇ ବ୍ୟସ୍ତ ହେବେ।
କର୍କଟ
କର୍କଟ
ଶନି ଓ ଚନ୍ଦ୍ରଙ୍କ ସଂଯୋଗରୁ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମୟ କଟାଇବେ। ଆଜି ହଠାତ୍‌ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କଲେ ନିଶ୍ଚିତ ସମସ୍ୟାରୁ ରକ୍ଷା ପାଇପାରିବେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି।
ସି˚ହ
ସି˚ହ
ଶତ୍ରୁଗୃହରେ ରାଶ୍ୟାଧିପ ଏବଂ ବ୍ୟୟଭାବକୁ ଚନ୍ଦ୍ର ଓ ଶନିଙ୍କ ଯୋଗୁଁ ଭ୍ରମଣ ଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ବିବାଦୀୟ ଘଟଣାରେ ଆତ୍ମୀୟମାନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ବୁଝାମଣା ନେଇ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ, ପରିବହନ, ପ୍ରଶାସନ ଓ ଆଲୋଚନାରେ ଆଂଶିକ ସଫଳତା ମିଳିବ।
କନ୍ୟା
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ବନ୍ଧୁଗହଣରେ ହସଖୁସୀରେ ସମୟ କଟାଇବେ ଏବଂ ସାମାଜିକ ସ୍ତରରେ ମଧ୍ୟ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ ବାଣିକାରକ ବୁଧଙ୍କ ଅଶୁଭତ୍ୱରୁ କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ସମୟରେ ସମସ୍ୟା ଉପୁଜିପାରେ।
ତୁଳା
ତୁଳା
କର୍ମାଧିପ ଏବଂ ରାଶ୍ୟାଧିପଙ୍କ ଶୁଭତ୍ୱ ଦୃଷ୍ଟିକୋଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଆର୍ଥିକ ସ୍ଥିତି,ପାରିବାରିକ ପରିସ୍ଥିତି, ବ୍ୟବସାୟ ଓ ବାଣିଜ୍ୟ ତଥା ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ପାଇବେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସହନଶୀଳତା ଓ ନୀରବତା ସମସ୍ୟା ସମାଧାନର ମାର୍ଗକୁ ଉନ୍ମୁକ୍ତ କରିବ। ଆଜି ଆପଣ ଯାହା କରନ୍ତୁନା କାହିଁକି, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସବୁ ଭଲ ହେଲେ ମଧ୍ୟ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବନାହିଁ। ଯେତେ ଭଲକାମ କରନ୍ତୁ ନା କାହିଁକି ନିଜ ନିଜର ସ୍ବାର୍ଥସାଧନ ମାନସରେ ନିଜ ଲୋକମାନେ ଦାଉ ସାଧିବେ। ଯାନ୍ତ୍ରିକତ୍ରୁଟି, ଅର୍ଥାଭାବ, ବନ୍ଧୁଙ୍କ ସହ ସମ୍ପର୍କହାନି ପରିସ୍ଥିତିକୁ ବିଗାଡି ଦେଇପାରେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ମକର
ମକର
ରାଶ୍ୟାଧିପତିଙ୍କ ପ୍ରଭାବରେ ବହୁତ ଦିନରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ପିଲାମାନଙ୍କ ପଢା ସମସ୍ୟା କିମ୍ବା ଆଲୋଚନାରେ ବିଫଳତା ନେଇ ମନ ଭାରାକ୍ରାନ୍ତ ରହିପାରେ। ତଥାପି ଶ୍ରବଣା ନକ୍ଷତ୍ରର କାର୍ଯ୍ୟସିଦ୍ଧି ସଙ୍ଗକୁ ସାମାଜିକ ସ୍ତରରେ ପ୍ରଶଂସାପାଇବେ। ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ଦ୍ୱାଦଶଭାବରେ ଶନି ଆପଣଙ୍କୁ କର୍ମଜଞ୍ଜାଳ ମଧ୍ୟରେ ଅନିଦ୍ରାଜନିତ କ୍ଳାନ୍ତି ଓ ଅବସନ୍ନ କରାଇପାରେ। ସହକର୍ମୀମାନଙ୍କ ସହ ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ସଙ୍ଗୀତ ସମାରୋହ,ପୁରାଣପଠନ,ମନୋରଞ୍ଜନାଦି କାର୍ଯ୍ୟକ୍ରମକୁ ଉପଭୋଗ କରିପାରନ୍ତି।
ମୀନମୀନ
ବୃହସ୍ପତି ପାପଗ୍ରହ କେତୁ ଯୁକ୍ତ କାରଣରୁ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ। କେତେକ ଘଟଣାରେ ପିଲାମାନଙ୍କ କାଯର୍‌ୟକଳାପ ନାପସନ୍ଦ କରିପାରନ୍ତି। ବନ୍ଧୁମିଳନ ମାଧ୍ୟମରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟଦେଇ ସମୟ ଅତିବାହିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ପାରିବାରିକ ପରିସ୍ଥିତି ନିଶ୍ଚିତ ଭଲ ରହିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପରିବହନ ତଥା ବାଣିଜ୍ୟ ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ।...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଆପଣ ସଭାସମିତିରେ,ବନ୍ଧୁଗହଣରେ ଫଳପ୍ରଦ ଆଲୋଚନା କରିପାରିବେ। ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁସଙ୍ଗୀକ ସୁବିଧା ସୁଯୋଗ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୫ ତାରିଖ – Daily Horoscope

ମେଷ ଆଜି ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ। ଜମିଜମା ବିବାଦ, ପରିବହନ ଝଗଡ଼ାର ସମାଧାନ ହୋଇପାରିବ। ବିଭିନ୍ନ ସୂତ୍ରରୁ ରୋଜଗାର...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଚନ୍ଦ୍ର ଏକାଦଶରେ ରବି ଯୋଗୁ କେତେଦିନ ହେଲା ଯାହା ପାଇବା ପାଇଁ ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ,...

ରାଶିଫଳ: ଶନିବାର, ନଭେମ୍ବର ୧୬ ତାରିଖ – Daily Horoscope

ମେଷ ଅର୍ଥଲାଭ ସାଙ୍ଗକୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ...

ରାଶିଫଳ: ବୁଧବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ କାର୍ଯ୍ୟ ହାସଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ଶିକ୍ଷା କ୍ଷେତ୍ରରେ ସୁନାମ ଓ ଗବେଷଣାରେ ସଫଳତା...

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରେ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର ବ୍ୟକ୍ତିମାନେ ସମସ୍ୟାଗ୍ରସ୍ତ ହେବେ ଏବଂ ସେମାନଙ୍କର ମାନସିକ...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଅଶାନ୍ତିର ସମ୍ଭାବନା...

Play 250+ Trending Games
Archives

Model This Week

Why Dharitri