Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ
ଷଷ୍ଠସ୍ଥ ଚନ୍ଦ୍ର ଯୋଗୁ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା, ପିଲାମାନଙ୍କ ସମ୍ବନ୍ଧୀୟ ଥିବା ଦୁଶ୍ଚିନ୍ତା ସମ୍ପର୍କରେ ଚିନ୍ତିତ ରହିବେ। ଯେଊଁ କାମ କରନ୍ତୁନା କାହିଁକି, ଅବଶ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନ, ବ୍ୟବସାୟିକସ୍ଥିତି ପ୍ରାୟତଃ ହାଲୁକା ରହିବ।
ବୃଷ
ବୃଷ
ଆଜିର ଗ୍ରହସ୍ଥିତି ପ୍ରତ୍ୟୁଷ ଯାତ୍ରା, ନୂତନ ବାଣିଜ୍ୟାରମ୍ଭ, ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ। କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା, ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢିପାରେ। ପାରିବାରିକ ସମ୍ପର୍କ, ପରିବହନ କ୍ଷେତ୍ରରେ ସମସ୍ୟା, କର୍ମପରିସର ମଧ୍ୟରେ ପରୋକ୍ଷ ଶତ୍ରୁତା ହେତୁ ଚିନ୍ତା କରିପାରନ୍ତି।
ମିଥୁନ
ମିଥୁନ
ଆଜି ହାତରୁ ଖର୍ଚ୍ଚ କରି ଅନ୍ୟକୁ ଖୁଆଇ ପିଆଇ ଘରେ, ବାହାରେ ସବୁଠି ଆଦର ଓ ସ୍ନେହ ଆପଣଙ୍କ ଲୋକପ୍ରିୟତାକୁ ବଢାଇ ଦେଇପାରେ। ଟଙ୍କା ବାକି ଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ। ବ୍ୟବସାୟ, ପରିବହନରେ କିଛିଟା ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
କର୍କଟ
କର୍କଟ
ନିଜ ଦ୍ୱାରା ଉପକୃତ ହୋଇଥିବା ବ୍ୟକ୍ତିମାନଙ୍କ ବେଖାତିର ମନୋଭାବ ଯୋଗୁ ରାଗିପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡିବ। ପାରିବାରିକ କ୍ଷେତ୍ରରେ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ବ୍ୟବସାୟ, ଭ୍ରମଣ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିବ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ପ୍ରତି ଜଗି ରଖି ନ ଚଳିଲେ ଅସୁବିଧାର ସମ୍ମୁଖୀନ ହେବେ। ମନ କଥା ମନରେ ରଖି ଯଥା ସମ୍ଭବ ଔପଚାରିକତାକୁ ଭୁଲିଯିବା ଠିକ୍‌ ହେବନାହିଁ। ବନ୍ଧୁଙ୍କଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ। ହଜି ଯାଇଥିବା ଜିନିଷ ପୁଣି ଫେରି ପାଇବେ, ଅବଶ୍ୟ କିଛି ସମୟ ହଇରାଣ ହେବାକୁ ପଡିବ।
କନ୍ୟା
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ହେବେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଲୋକ ସମ୍ପର୍କ, ଗଠନମୂଳକ କିମ୍ବା ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇପାରନ୍ତି। ନୂତନଗାଡି, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର, ପୋଷାକପତ୍ର କିଣିବା ପାଇଁ ମନ ବଳାଇ ପାରନ୍ତି। ସଭାସମିତି, ସାହିତ୍ୟ ଚର୍ଚ୍ଚା, ମେଳା ମହୋସତ୍ବ, ସଙ୍ଗୀତ ଆସରରେ ନିଜକୁ ସାମିଲ କରିପାରନ୍ତି।
ବିଛା
ବିଛା
ଆଜି ହଠାତ୍‌ କିଛି ନୂଆ କାମ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଆଜି ହିଁ ଯୋଗାଯୋଗ କରନ୍ତୁ, ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ବାଣିଜ୍ୟ, ବ୍ୟବସାୟ, ସଭା ସମିତି, ଆନୁଷ୍ଠାନିକ ଆଲୋଚନାକୁ ପୂରା କରିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନ୍‌ସନ୍‌ ଦୂର ହେବ। ଆଶା ପୂରଣ ହେବା ମାନସରେ ଅନ୍ୟର ପ୍ରହେଳିକାପୂର୍ଣ୍ଣ କଥାରେ ପଡି ପଛରେ ଦୌଡିପାରନ୍ତି।
ମକର
ମକର
ନବମସ୍ଥ ଚନ୍ଦ୍ର ପ୍ରଭାବରୁ ଦିନଟି ବହୁତ ଖୁସୀ ଓ ଆନନ୍ଦରେ ଅତିବାହିତ ହେବ। ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇ ପାରେ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ନିଜର ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା, ଅନୁସନ୍ଧାନରେ ଆଶାନୁଯାୟୀ ଫଳ ପାଇବେ। ବ୍ୟବସାୟ, ପରିବହନ, ସଭାସମିତି, ଆଲୋଚନାରୁ ଖୁସୀ ରହିବେ।
ମୀନମୀନ
ଆଜି ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ପୂର୍ବ ବିବାଦକୁ କେନ୍ଦ୍ରକରି ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ। ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡା ଲାଗିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ପ୍ରଭାବରୁ ସ୍ଥଗିତ କାମ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ନୀଚାଭିମୁଖୀ ମଙ୍ଗଳଜନିତ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ସମ୍ପୂର୍ଣ୍ଣ...

ରାଶିଫଳ: ରବିବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ । ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ସଭାସମିତି, ବନ୍ଧୁ ମିଳନ, ନୂତନ କର୍ମାରମ୍ଭ ସନ୍ତୋଷଜନକ ରହିବ। ମାତ୍ର ଅଶ୍ୱିନୀ ନକ୍ଷତ୍ର ହାତରୁ ଖାଇ ପର ପାଇଁ ଖଟିବାକୁ...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା...

ରାଶିଫଳ: ଗୁରୁବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଅଶ୍ୱିନୀ...

ରାଶିଫଳ: ରବିବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ସକାଶେ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅସାବଧାନତା କାରଣରୁ...

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ଅକ୍ଷୁଣ୍ଣ ରହିବ। ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହାକରନ୍ତୁନା କାହିଁକି ସବୁକାମରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବନ୍ଧୁମାନଙ୍କର ମନୋଭାବକୁ...

ରାଶିଫଳ: ଗୁରୁବାର, ଫେବୃୟାରୀ ୨୪ ତାରିଖ – Daily Horoscope

ମେଷ ଆଜି ସତ୍‌ କାର୍ଯ୍ୟରେ ବ୍ୟୟ ସାଙ୍ଗକୁ ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବେ। ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବାକୁ...

Advertisement
Archives

Model This Week