Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍‌ ୨୮ ତାରିଖ – Daily Horoscope

ମେଷ
ଚନ୍ଦ୍ର କେନ୍ଦ୍ରସ୍ଥ ମଙ୍ଗଳ ଯୋଗୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ପ୍ରତ୍ୟେକ ଦିଗକୁ ଲକ୍ଷ୍ୟରଖି ଗୋପନୀୟ ଆଲୋଚନା ବ୍ୟତିରେକ ସମସ୍ୟାରେ ଛନ୍ଦି ହୋଇଯିବେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି।
ବୃଷ
ବୃଷ
ମଙ୍ଗଳଯୁକ୍ତ ବୁଧଙ୍କ ସୁପ୍ରଭାବରୁ ଏକାଧାରରେ ଅର୍ଥଲାଭ ସଙ୍ଗକୁ ସନ୍ତାନମାନଙ୍କ ଗୌରବରେ ନିଜକୁ ଗୌରବାନ୍ବିତ ମନେକରିବେ। କିନ୍ତୁ ଏହା ସଙ୍ଗକୁ କୌଣସି ପଡୋଶିନୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତରଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କିଛିଜିନିଷ ହଜାଇବା କାରଣରୁ ବିରସ ମନରେ ସମୟ କଟାଇବେ।
ମିଥୁନ
ମିଥୁନ
ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ କାମଗୁଡିକୁ ସହଜ ଓ ସୁବିଧାରେ ସମ୍ପନ୍ନ କରିବାର ମାର୍ଗ ଉନ୍ମୁକ୍ତ କରିବ। ଆକସ୍ମିକ ଭାବରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, କଳ କାରଖାନା,ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ପାରିବାରିକ କ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବ।
କର୍କଟ
କର୍କଟ
କର୍ମସ୍ଥ ଚନ୍ଦ୍ର ଯୋଗୁ ନିଜର ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହୋଇ ପ୍ରଶଂସିତ ହେବେ। ତଥାପି ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆଣ୍ଠୁ ଗଣ୍ଠିରେ ଦରଜଜନିତ ପୀଡା ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପତିଙ୍କ ସ୍ଥାନ ସ୍ଥିତିରୁ ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ପ୍ରେରଣା ଯୋଗାଇବ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେବେ। ଅସୁବିଧା ଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ୱନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
ଅଷ୍ଟମ ଚନ୍ଦ୍ରଙ୍କ କୁପ୍ରଭାବରୁ ମନ ଭିତରର ଅଶାନ୍ତିକୁ ପ୍ରକାଶ ନ କରି ଅନ୍ୟମାନଙ୍କ କାମରେ ନିଜକୁ ମଜ୍ଜାଇ ରଖି ପ୍ରଶଂସିତ ହେବେ। ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହା କି କେବଳ ଅଶାନ୍ତି ସୃଷ୍ଟିର କାରଣ ହେବ। ଖୁସୀ ରହିବା ଓ ଅନ୍ୟମାନଙ୍କୁ ଖୁସୀରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ବିଫଳ ହୋଇପାରନ୍ତି।
ତୁଳା
ତୁଳା
ଆଜି କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନ ଅଶାନ୍ତ ରହିବ। ତଥାପି ସମୟାନ୍ତରେ ଆକସ୍ମିକ ଭାବରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସୁଯୋଗ ଆପଣା ଛାଏଁ ପାଖରେ ଆସି ଜୁଟିବ ଓ ଆଶା ନିଶ୍ଚିତ ପୂରଣ ହୋଇଯିବ। ନିଜ ଲୋକମାନଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ।
ବିଛା
ବିଛା
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ଠିକ୍‌ ନିଷ୍ପତ୍ତି ନେବା ସହଜସାଧ୍ୟ ନ ହୋଇପାରେ। ଯଦିଓ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ସାହିତ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନୁ
ଧନୁ
ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା କାରଣରୁ ଅଫିସ୍‌ରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। କାମ ହାସଲ ସକାଶେ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ଭରସା କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମନକୁ ଆନ୍ଦୋଳିତ କରିପାରେ।
ମକର
ମକର
ଚନ୍ଦ୍ରଙ୍କ ଚତୁର୍ଥସ୍ଥାନସ୍ଥିତିରୁ ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ପ୍ରକାଶନ, ସଙ୍ଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟିକ ସଫଳତା ମିଳିବ କିନ୍ତୁ ପୂର୍ଣ୍ଣ ସନ୍ତୋଷଜନକ ହେବ ନାହିଁ।
କୁମ୍ଭ
କୁମ୍ଭ
ରବି ଓ ରାହୁଙ୍କ ଦୋଷରୁ ମନ ଭିତରର ଅସନ୍ତୋଷକୁ ବନ୍ଧୁଙ୍କ ସମ୍ମୁଖରେ ବଖାଣିବା ଦ୍ୱାରା ଓଲଟା ଫଳ ଭୋଗିବାକୁ ପଡିବ। ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ । ଅସୁବିଧା ନ ହେଲେ ମଧ୍ୟ କତେକ କାମ ଅଧାରେ ଅଟକି ଯିବା କାରଣରୁ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ।
ମୀନମୀନ
ସମସ୍ୟା ରହିଥିଲେ ମଧ୍ୟ ଚନ୍ଦ୍ର ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?