Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରି ୧୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ରାଶଧ୍ୟାଧିପ ମଙ୍ଗଳ ନକ୍ଷତ୍ରସ୍ଥ ହୋଇ ତୃତୀୟ ଏକାଦଶସ୍ଥ କାରଣରୁ ମନ ଅନୁଯାୟୀ କୈାଣସି କାମ ହୋଇପାରିବ ନାହିଁ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଧ୍ୟାପନା, ଆନୁଷ୍ଠାନିକ କାମ, ପ୍ରଶାସନିକ ସେବା,କ୍ରୀଡା ଓ ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଶନି ଦୃଷ୍ଟ ତୃତୀୟାଧିପ ଯୋଗୁ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମ କରି ନୈରାଶ୍ୟଯୁକ୍ତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ,ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି। କଳା,ସଙ୍ଗୀତ, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ ତଥାପି ସମସ୍ୟାବହୁଳ ହୋଇପାରେ। ଯାତ୍ରା କରିବା ସମୟରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ମିଥୁନ
ମିଥୁନ
କେନ୍ଦ୍ରସ୍ଥ ଧନାଧିପ ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଦିଗରେ ପ୍ରେରିତ କରିପାରନ୍ତି। ଈର୍ଷାପରାୟଣ ନିକଟ ସମ୍ପର୍କୀୟମାନେ ଆପଣଙ୍କ ଭଲ କାମକୁ ନ ଦେଖି ଦୋଷତ୍ରୁଟି ଗାଇ ବୁଲିବେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଜାଗ୍ରତ ହୋଇପାରେ।
କର୍କଟ
କର୍କଟ
ଗ୍ରହସ୍ଥିତି କେତେକାଂଶରେ ଭଲ ଥିବାରୁ କୈାଣସି ନୂତନ ପାଇଁ ଯୋଜନା କରିପାରନ୍ତି। ଦୀର୍ଘମିଆଦି ସୂତ୍ରରେ ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ଋଣଭାରର ମାନସିକ ଚାପ ବୃଦ୍ଧି ପାଇବ। ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣି ପାରନ୍ତି।
ସି˚ହ
ସି˚ହ
ଦ୍ୱାଦଶ ସ୍ଥାନକୁ ରବିଙ୍କ ଦୃଷ୍ଟି ଖର୍ଚ୍ଚବୃଦ୍ଧି, ଆକସ୍ମିକ ଯାତ୍ରା ସଙ୍ଗକୁ ବନ୍ଧୁଙ୍କ ସହ ସୁସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ବାରମ୍ବାର ଚେଷ୍ଟା କରି ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରୁ ଅର୍ଥପ୍ରାପ୍ତି ସକାଶେ ଉଚ୍ଚ ଆଶା କରି ନିରାଶ ହେବେ। ପରିସ୍ଥିତିବଶତଃ ଆପଣ କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି।
କନ୍ୟା
ଶୁକ୍ର ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ପ୍ରଭାବରେ ହାତକୁ ଆସିଥିବା ଅର୍ଥ ପର ମୁହୂର୍ତ୍ତରେ ହରାଇପାରନ୍ତି। କର୍ମକ୍ଷେତ୍ରରେ କୌଣସି ଏକ ସାଧାରଣ ବିତର୍କକୁ ନେଇ ଆଜିର ଅପରାହ୍ନରେ ଜଣେ ମହିଳା ଆପଣଙ୍କ ଉପରେ ଖୁବ୍‌ ଅସନ୍ତୁଷ୍ଟ ହେେବେ। ମାଲିମକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛ।
ତୁଳା
ତୁଳା
ମଙ୍ଗଳଙ୍କ ପ୍ରଭାବରେ ଆପଣଙ୍କ ବ୍ୟବହାର କଠୋର ହୋଇପାରେ। ବିଭିନ୍ନ ସମସ୍ୟାରେ ଜଡିତ କାରଣରୁ ଯେତେ ପ୍ରକାରର ସାବଧାନତା ଅବଲମ୍ବନ କଲେ ମଧ୍ୟ କାମ ଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ। ମାନସିକ ଅସୁସ୍ଥତା ଲାଗି ରହିବ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ମଧ୍ୟ ସମସ୍ୟା ଦେଖା ଦେଇପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟା ବହୁଳାଂଶରେ ନିୟନ୍ତ୍ରଣାଧୀନ ରହିବ। କର୍ମକ୍ଷେତ୍ରରେ ଆପଣଙ୍କର କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟଚ୍ଛି ଜଣେ ଅସନ୍ତୋଷ ପ୍ରକାଶ କରି ପାରନ୍ତି। କିଣା ବିକା କ୍ଷେତ୍ରରେ କିମ୍ବା ଜମିଜମା କାରବାରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ଘରୋଇ ବିତର୍କରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
ଧନୁ
ଧନୁ
ପାପଗ୍ରହ ରାଶିସ୍ଥ ଯୋଗୁ ବିଭିନ୍ନ ପ୍ରକାରର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିନପାରେ। ଅସାବଧାନତା କାରଣରୁ କିମ୍ବା ଅନ୍ୟମନସ୍କ ହେତୁ ଧନହାନୀ,କଳହ, ପ୍ରତାରଣା ଓ ଶାାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି। ପଡୋଶୀଙ୍କ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡିବ।
ମକର
ମକର
ଷଡାଷ୍କକ ଗ୍ରହଙ୍କ ରାଶ୍ୟାବସ୍ଥାନ ମନରେ ବିବାଦୀୟ ଚିନ୍ତା କରିବେ। ବ୍ୟବସାୟରେ ସଫଳତା,ଯାତ୍ରରେ ଆଶା ପୂରଣ ହେତୁ ଖୁସୀ ରହିବେ। କର୍ମକ୍ଷେତ୍ରରେ ମଧ୍ୟ ପୃଷ୍ଠପୋଷକତା ଲାଭକରି ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଆତ୍ମୀୟ ମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରି ପାରନ୍ତି।
କୁମ୍ଭ
କୁମ୍ଭ
ରାଶିରେ ଶୁକ୍ରଙ୍କ ସ୍ଥିତିରୁ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟସିଦ୍ଧି ସଙ୍ଗକୁ ନୂତନକର୍ମାରମ୍ଭ ଦିଗରେ ମନ ନିବେଶ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। ପୂର୍ବର କେତେକ ବିବାଦୀୟ କଥାକୁ ମନେ ପକାଇ ଆତ୍ମୀୟସ୍ବଜନ ଦୂରେଇ ଯିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ
ଧନ ଭାଗ୍ୟାଧିପ ମଙ୍ଗଳଙ୍କ ସୁପ୍ରଭାବରେ ଯାହା ଚିନ୍ତା କରୁଛନ୍ତିି ତାହା ଅଚିରେ ପୂରଣ ହୋଇଯିବ। ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବଏବଂ ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ କୈାଣସି ଅସୁବିଧା ରହିବ ନାହିଁ। ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ସବୁ ଦିନ ସକାଶେ ସ୍ମରଣୀୟ ରହି ଯାଇପାରେ। କର୍ମକ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?