Posted inRasifala

ରାଶିଫଳ: ଶୁକ୍ରବାର , ଏପ୍ରିଲ ୫ ତାରିଖ – Daily Horoscope

ମେଷ
ଶନିକ୍ଷେତ୍ରସ୍ଥ ଦଶମ ଚନ୍ଦ୍ର ହେତୁ ସକାଳୁ ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। କର୍ମକ୍ଷେତ୍ରରେ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରାଦିରେ ପ୍ରଶଂସିତ ଓ ସମ୍ମାନିତ ହେବେ।
ବୃଷ
ବୃଷ
ଉଚ୍ଚାରୋହି ରବି ପାପଯୁକ୍ତ ଯୋଗୁ ସାମାଜିକ ସ୍ତରରେ ବ୍ୟସ୍ତ ରହି ଘର କାମକୁ ପାସୋରି ପାରନ୍ତି। ସମୟାନୁବର୍ତ୍ତିତା ଓ କର୍ମଦକ୍ଷତା ହେତୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା ଅର୍ଥ ସମ୍ପର୍କୀୟ କାମରେ ଆଂଶିକ ସଫଳତା ପାଇବେ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅଯଥା ମନସ୍ତାପ କରିପାରନ୍ତି।
ମିଥୁନ
ମିଥୁନ
ଶନିଙ୍କ ଦୃଷ୍ଟି ପ୍ରଭାବରେ ଆଜି ପ୍ରଶାସନିକ ସ୍ତରରେ ସ୍ଥିର ନିଷ୍ପତ୍ତି ନେବାରେ ହଡ଼ବଡ଼େଇ ଯିବେ। ନିଜର ସୁବିଧାକୁ ପ୍ରାଥମିକତା ଦେଇ ବନ୍ଧୁମାନେ ନିୟମ ବହିର୍ଭୂତ କାମ କରିବାର ଆଶଙ୍କା ଦେଖାଦେବ। ସହକର୍ମୀ କେହି ବେଖାତିର ପ୍ରଦର୍ଶନ କରିପାରନ୍ତି। ଶିକ୍ଷା, ସାହିତ୍ୟ, ସାମ୍ବାଦିକତା ଓ ସଙ୍ଗୀତାଦି କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
କର୍କଟ
କର୍କଟ
ରାଶିପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି ପ୍ରଭାବରୁ ଆପଣଙ୍କ କାର୍ଯ୍ୟଦକ୍ଷତା ପ୍ରତ୍ୟେକ ସଫଳତାର ମାପକାଠି ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସଙ୍ଗକୁ କାର୍ଯ୍ୟାରମ୍ଭର ପରିକଳ୍ପନା କରିପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଋଣ, ଦୂରଯାତ୍ରା, ପରିବାରଠାରୁ ଅଲଗା ହେବା ଦୁଶ୍ଚିନ୍ତାର କାରଣ ହେବ।
ସି˚ହ
ସି˚ହ
ଭାଗ୍ୟଭାବସ୍ଥ ବୃହସ୍ପତି ଯୋଗୁ ଅଭିଳଷିତ ଜିନିଷ ପ୍ରାପ୍ତି ସକାଶେ ମାର୍ଗ ଉନ୍ମୁକ୍ତ କରିବ। ଯେଉଁ କାର୍ଯ୍ୟ ସକାଶେ ଚେଷ୍ଟା କରୁଛନ୍ତି, ସେଥିରେ ସଫଳତା ନିଶ୍ଚିତ। ପାରିବାରିକ ଜୀବନରେ ବିକର୍ଷଣର ପ୍ରତିକ୍ରିୟା ମାନସିକସ୍ତରକୁ କଳୁଷିତ କରିପାରେ। ଶତ୍ରୁମାନେ ଦୂରେଇ ରହିବେ କିମ୍ବା ମୁହଁ ସାମନାରେ କହିବାକୁ ସାହସ କରିପାରିବେ ନାହିଁ।
କନ୍ୟା
ତିନୋଟି ଗ୍ରହ ରାଶିକୁ ଦେଖୁଥିବାରୁ ଆଜି ଯାହା କରିବାକୁ ଇଚ୍ଛା କରିବେ ସେଥିରେ ଅସୁବିଧା ରହିବ ନାହିଁ। ଶିକ୍ଷାକ୍ଷେତ୍ର, ପରୀକ୍ଷା, ସନ୍ତାନ, ଲେଖାପଢ଼ା କ୍ଷେତରେ କିଛିଟା ବ୍ୟତିକ୍ରମର ଆଶଙ୍କା ଦେଖାଦେଇପାରେ। ସହନଶୀଳତା, ତ୍ୟାଗସ୍ବୀକାର ଓ ପରୋପକାର ପ୍ରବୃତ୍ତି ହେତୁ ସର୍ବ ସାଧାରଣରେ ସମ୍ମାନିତ ହେବେ।
ତୁଳା
ତୁଳା
ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ପାରିପାର୍ଶ୍ୱିକ ପରିବେଶ ଓ ପରିସ୍ଥିତି ଅନୁକୂଳ ରହିବ। ଦ୍ୱାଦଶସ୍ଥ କେତୁଙ୍କ ପ୍ରଭାବରୁ ଅସୁସ୍ଥ ମାନସିକତାଜନିତ ଦୁଃସ୍ବପ୍ନଦର୍ଶନ ଅଯଥା ଭୟ ଓ ଆଶଙ୍କା ଜାଗ୍ରତ କରାଇବ। ପାରିବାରିକ ଜୀବନ ଗତାନୁଗତିକ ରୀତିରେ ଗଡ଼ି ଚାଲିବାରୁ ଆଶ୍ୱସ୍ତି ଲାଭ କରିବେ। ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ।
ବିଛା
ବିଛା
ସମସ୍ୟା ରହିଥିଲେ ମଧ୍ୟ ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି କାରଣରୁ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ପରିବାରର ଖର୍ଚ୍ଚ ଦ୍ୱିଗୁଣା ହୋଇପାରେ କିନ୍ତୁ ଅନ୍ୟକୁ ହାତ ପତାଇବାକୁ ପଡ଼ିବ ନାହିଁ। ଛୋଟ କଥାକୁ କେନ୍ଦ୍ରକରି ଘରୋଇ କଳହଜନିତ ଅଶାନ୍ତି ଲାଗିରହିବ। ପଦସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ଧନୁ
ଧନୁ
ପରିସ୍ଥିତି ସ୍ବାଭାବିକ ନ ଥିଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ମିଠାକଥା କହି କାର୍ଯ୍ୟ ହାସଲ କରିପାରିବେ। ବ୍ୟବସାୟ, ପରିବହନ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜିପାରେ। ପଡ଼ୋଶୀ ସାଧାରଣ କଥାକୁ କେନ୍ଦ୍ରକରି କଳହ କରିପାରନ୍ତି । ପିଲାଙ୍କ ସ୍ବାସ୍ଥ୍ୟହାନି ଏବଂ ଭୁଲ୍‌ ବୁଝାମଣାଜନିତ ଅସହଯୋଗ କାରଣରୁ ଚିନ୍ତିତ ରହିପାରନ୍ତି।
ମକର
ମକର
ଶ୍ରୀଚନ୍ଦ୍ର ପ୍ରଭାବରେ ପୂର୍ବର ଦୁଃସ୍ଥିତିରେ ପରିବର୍ତ୍ତନ ଘଟିବାରୁ ଶାନ୍ତିରେ ନିଃଶ୍ୱାସ ମାରିବେ। ଅତୀତରେ ଘଟଣା ସକାଶେ ଯେଉଁଭଳି ଆଶଙ୍କା କରୁଛନ୍ତି ସେପରି କିଛି ହେବ ନାହିଁ। କର୍ତ୍ତବ୍ୟ ପରାୟଣତା ଓ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ବଳଶାଳୀ ମଙ୍ଗଳ ପ୍ରଭାବରୁ ପ୍ରଶାସନାଦି ପ୍ରତ୍ୟେକ କ୍ଷେତ୍ରରେ ସହମତି ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିପାରିବେ। ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ନିଜ ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ଆହ୍ବାନରେ ସାମାଜିକ କିମ୍ବା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ।
ମୀନମୀନ

ଗୁରୁଙ୍କ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମାଧାନ ସହ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ପିଲାମାନଙ୍କ କାଯର୍‌ୟକଳାପ ନାପସନ୍ଦ କରିପାରନ୍ତି କିନ୍ତୁ କିଛି କରିବାର ଉପାୟ ପାଇବେ ନାହିଁ। ସାହିତ୍ୟ ଚର୍ଚ୍ଚା, ସଂଗଠନ, ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?