Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ
ନୂତନ କର୍ମାରମ୍ଭ ପ୍ରୀତିପଦ ହେବାରୁ ମାନସିକ ସ୍ତରରେ ବହୁତ ଖୁସୀ ରହିବେ। ରାଜନୀତିରେ କିମ୍ବା ସାମାଜିକ ସ୍ତରରେ ବହୁତ ଲୋକଙ୍କ ଠାରୁ ଆଦର ସମ୍ମାନ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଆର୍ଥିକସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହଯୋଗ ଲାଭକରି କାର୍ଯ୍ୟ ହାସଲ କରିବେ। ଅପେକ୍ଷା କରିଥିବା କାମରେ ବନ୍ଧୁଙ୍କ ନିକଟରୁ ନାସ୍ତି ସୂଚକ ସୂଚନା ବିଚଳିତ ହୁଅନ୍ତୁ ନାହିଁ। ପ୍ରିୟବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ସହଜାତପ୍ରବୃତି ଜନିତ ନିଜର କୃତି ଓ କୃତିତ୍ୱ ହେତୁ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବାରୁ ମାନସିକ ଶାନ୍ତି ଫେରି ଆସିବ। ଅଟକି ରହିଥିବା କାମଟି ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରାଇବାରେ ସମର୍ଥ ହେବେ। କଳା,ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପୁରସ୍କୃତ ହେବାର ସୈାଭାଗ୍ୟ ଜୁଟିବାର ସମ୍ଭାବନା ରହିଛି। ପଡୋଶୀଙ୍କ ମାଧ୍ୟମରେ ଆନନ୍ଦ ଦାୟକ ଖବର ପାଇ ବିସ୍ମିତ ହୋଇପାରନ୍ତି।
କର୍କଟ
କର୍କଟ
ଦୀର୍ଘ ଦିନର ଅଭିଳଷିତ କାର୍ଯ୍ୟ ସାଧନ ନିମିତ୍ତ ଅନୁକୂଳ ବାତାବରଣ ସୃଷ୍ଟି ହେବାରୁ ଖୁସୀ ହେବେ। ସମସ୍ୟା ସମାଧାନ କ୍ଷେତ୍ରରେ ଅଧୀର ନହୋଇ ମନ୍ଥର ଗତରେ ଆଗକୁ ବଢିବା ଭଲ। ମାନସିକ ଅଶାନ୍ତିକୁ ଦୂରେଇବାରେ ପ୍ରିୟବନ୍ଧୁଙ୍କ ଅବଦାନକୁ ଭୁଲିହେବନି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ଆଲୋଚନା କ୍ଷେତ୍ରରେ ଅନୁକୂଳ ଫଳ ମିଳିବ।
ସି˚ହ
ସି˚ହ
ଆର୍ଥିକ ସ୍ଥିତିର ଅଭିବୃଦ୍ଧି ଅଭିଳଷିତ କାର୍ଯ୍ୟ ସମ୍ପାଦନ ଦିଗରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଦୂରେଇ ବାରେ ସମର୍ଥ ହେବ। ଦେହ ଭଲ ରହିବ। ଆଜ୍ଞାବହ ଭାବେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଯାହା ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କନ୍ୟା
ବନ୍ଧୁଙ୍କ ମାଧ୍ୟମରେ ଅର୍ଥ ଲାଭ ସଙ୍ଗକୁ ସମସ୍ୟା ସମାଧାନ କରିବା ସକାଶେ ପ୍ରଯନତ୍ କରି ପାରନ୍ତି। ଗୁରୁଜନଙ୍କ କଥାକୁ ପ୍ରାଧାନ୍ୟ ଦେଇ କାମ କରିବା ଠିକ୍‌ ହେବ, ଯାହାକି ଆପଣଙ୍କ ପାଇଁ ଭଲ ମଧ୍ୟ ହେବ। ଦେହ ଭଲ ରହିବ। ବ୍ୟବସାୟ, ପରିବହନ, ହୋଟେଲ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ। ଦୁଃଶ୍ଚିନ୍ତା ଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଗତ କିଛି ଦିନ ହେଲା ଦୋକାନୀ ନିକଟରୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବ।
ବିଛା
ବିଛା
ଯେତେ ଚେଷ୍ଟା କଲେ ମଧ୍ୟ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ସମସ୍ୟାବହୁଳ ହୋଇପାରେ। ଘଟିଯାଇଥିବା ଘଟଣା ଗୁଡ଼ାକ ଅସାଧାରଣ ମନେ ହେବ। ସାମାଜିକ ସ୍ତରରେ। ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି। ଅଭାବ ନ ଥିଲେ ମଧ୍ୟ କେତେକ ଅନିଛାକୃତ କାରଣକୁ ନେଇ ମନ ଭଲ ରହିବ ନାହିଁ।
ଧନୁ
ଧନୁ
ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକ ମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ। ନିଜର ଦକ୍ଷତା ହେତୁ ସଭାସମିତିରେ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ।
ମକର
ମକର
ଅବହେଳା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିବ। ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ। ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ।
କୁମ୍ଭ
କୁମ୍ଭ
ପରୋକ୍ଷଭାବେ ଶତ୍ରୁତା କରୁଥିବା ଅନେକ ଲୋକ ଆପଣଙ୍କ ପଛରେ କିନ୍ତୁ କିଛି ଅସୁବିଧା ହେବନାହିଁ। ତଥାପି କାୈଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ପୋଷଣ କଲେ ଅସୁବିଧାରେ ପଡିବେ। ଆଜିର ଯାତ୍ରା, କଳା, ସାହିତ୍ୟରୁ ପ୍ରଶଂସିତ ହେବେ। ଯାନବାହାନ ଚାଳନାରେ, କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ।
ମୀନମୀନ
ଆଶା କରୁଥିବା ବନ୍ଧୁଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଭଟ୍ଟା ପଡିଯାଇଥିବା ବନ୍ଧୁସମ୍ପର୍କ ପୁନଶ୍ଚ ଦୃଢୀଭୂତ ହୋଇପାରିବ। ରୋଗ, ଋଣ ଓ ଶତ୍ରୁତା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?