Posted inRasifala

ରାଶିଫଳ: ଶନିବାର, ମେ ୧୦ ତାରିଖ – Daily Horoscope

ମେଷ
ଆଜି ବୁଧାଦିତ୍ୟ ଯୋଗ ପ୍ରଭାବରୁ କର୍ମକ୍ଷେତ୍ର ଓ ସାମାଜିକ ସ୍ତରରେ ପ୍ରଶଂସା ପାଇବେ। ଶିକ୍ଷା, ପରୀକ୍ଷା, ସଭା ସମିତି, ସାହିତ୍ୟଚର୍ଚ୍ଚା ଏବଂ ସାମ୍ବାଦିକତା ପାଇଁ ଦିନଟି ପ୍ରଶସ୍ତ ରହିବ। ପରିବହନ, ଲୋକ ସମ୍ପର୍କ, ଯାନବାହନ ଦିଗରେ ବ୍ୟତିକ୍ରମ ଆସିପାରେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ତଥା ଅର୍ଥ ସମ୍ପର୍କରୁ ଉପକୃତ ହେବେ।
ବୃଷ
ବୃଷ
ଚନ୍ଦ୍ରଙ୍କ କେନ୍ଦ୍ରସ୍ଥଳରେ ଶୁକ୍ର ବିଳାସପୂର୍ଣ୍ଣ ଜୀବନଯାତ୍ରା କରାଇବାରେ ସାହାଯ୍ୟ କରିବ। କିନ୍ତୁ ସହକର୍ମୀଙ୍କ ଅସହଯୋଗଜନିତ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହେବ। ବନ୍ଧୁ ଗହଣରେ ସତ୍ୟ ପ୍ରକାଶ କରି ମଧ୍ୟ ଅପମାନିତ ହେବେ। ଧର୍ମଚର୍ଚ୍ଚା ପ୍ରତି ମନ ବଳିବ ଏବଂ ପ୍ରଶାସନ, ପ୍ରକାଶନ, କ୍ଷେତ୍ରରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ଆଜି ମନ ଯେମିତି ଚାହୁଁଛି ଠିକ୍‍ ସେମିତି କାମଗୁଡ଼ିକ ସମ୍ପନ୍ନ ହେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ। ଆଜିର ଯାତ୍ରା, ବନ୍ଧୁମିଳନ, ଆଲୋଚନା ଓ ସଭାସମିତିରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ।
କର୍କଟ
କର୍କଟ
ଆଜିର ସାମାଜିକ ସ୍ଥିତି, ଅର୍ଥନୈତିକ ପ୍ରଗତି, ପାରିବାରିକ ପରିସ୍ଥିତିକୁ ସନ୍ତୁଳିତ କରି ରଖିବେ। ଯାତ୍ରାକାଳୀନ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। ସାମୟିକ ପ୍ରତିବନ୍ଧକ ଦୂରେଇବା ସହିତ କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‍ ଦୂର ହେବ। ଈର୍ଷାପରାୟଣ ସହକର୍ମୀଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।
ସି˚ହ
ସି˚ହ
କାର୍ଯ୍ୟସିଦ୍ଧି ସହ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ବ୍ୟକ୍ତିଗତ ଫାଇଦା ହାସଲ କରିବେ। ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ ଧନହାନି ଯୋଗ ରହିଛି। କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ନିଜ ଲୋକଙ୍କଠାରୁ ଯାହା ଓ ଯେତିକି ପାଇବା କଥା ତାହା ପାଇବା କଷ୍ଟକର ହୋଇପଡ଼ିବ।
କନ୍ୟା
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ କୌଣସି ସ୍ଥାନରୁ ଖାଲି ହାତରେ ଫେରିବେ ନାହିଁ। ନିଜେ ରହୁଥିବା ପରିବେଶର ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ବିଭିନ୍ନ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଶିଳ୍ପ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତାରେ ଉନ୍ନତି ଘଟିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ନୀଚ ଜାତିର ବ୍ୟକ୍ତି ସହ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ମୂଲ୍ୟବାନ ଜିନିଷ କିଣିବା, ଗୃହ ନିର୍ମାଣ, ଯାନ ମରାମତିରେ ବ୍ୟସ୍ତ ରହିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ।
ବିଛା
ବିଛା
ପ୍ରିୟଜନଙ୍କ ସହ କଳହ କିମ୍ବା ମନାନ୍ତରଜନିତ ମନ ଚହଲି ଯାଇପାରେ। ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ।
ଧନୁ
ଧନୁ
ମନରେ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ସୁହାଇଲା ଭଳି କଥା କହିବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସଫଳତା ପାଇପାରନ୍ତି। ଜମିଜମା, ଗୃହସୀମା, ପ୍ରଶାସନିକ ସ୍ତରର ବିବାଦୀୟ ସ୍ଥିତିରେ ବିଷମତା ଦୂରହେବ। କଳା, ସାହିତ୍ୟାଦିରେ କେତେକାଂଶରେ ଆତ୍ମସନ୍ତୋଷ ମିଳିପାରେ।
ମକର
ମକର
କର୍ମକ୍ଷେତ୍ରରେ ବିରୋଧାଭାଷର ସୂଚନା ପାଇଲେ ମଧ୍ୟ ଅଭିଳଷିତ ଜିନିଷ ପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ପରଶ୍ରୀକାତରତାପୂର୍ଣ୍ଣ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ମାନସିକ ଅସ୍ଥିରତା ସୃଷ୍ଟି ହେବ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ବାହାର କରିବାରେ ସମର୍ଥ ହେବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି ା
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲଭିବେ। ନୂତନ ଯୋଜନା, ଶିଳ୍ପ, ବାଣିଜ୍ୟ, ପରିବହନରେ ସଫଳତା ମିଳିବ। ଅର୍ଥ ସମ୍ପର୍କୀୟ କୌଣସି ବିବାଦ ବୃଦ୍ଧି ପାଇବାର ଆଶଙ୍କାକୁ ଏଡି ହେବନାହିଁ। ନିଜ ଲୋକମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଶତ୍ରୁତା କରିପାରନ୍ତି।
ମୀନମୀନ

ହିତୈଷୀଙ୍କ ପ୍ରେରଣାରେ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରର ସମସ୍ୟା ସମାଧାନ କରିବାରେ ସଫଳ ହେବେ। ନୂତନ ଗୃହ, ଯାନବାହନାଦି ଯାନ୍ତ୍ରିକ ଦ୍ରବ୍ୟ ଲାଭ ହୋଇପାରେ। ଯେକୌଣସି ପ୍ରକାରର ପ୍ରତିଦ୍ୱନ୍ଦ୍ୱିତାରେ ମଧ୍ୟ ସଫଳତା ଅର୍ଜନ କରିବାର ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?