Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରିଥିବାରୁ ସୁନ୍ଦର ପାରିବାରିକ ଜୀବନ ଓ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ମନ ଖୁସୀ ରହିବ । ଶୁକ୍ରଙ୍କ ପ୍ରଭାବରେ ଆର୍ଥିକ ଉନ୍ନତି, ବନ୍ଧୁଗୃହକୁ ଯାତ୍ରା ସକାଶେ ମନ ବଳାଇପାରନ୍ତି । ବାଣିଜ୍ୟ,ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ ଆଶାନୁଯାୟୀ ସଫଳତା ପାଇବେ । କିନ୍ତୁ ଶନିଙ୍କ ଦୃଷ୍ଟିପ୍ରଭାବରେ ଅଶ୍ୱିନୀ ପାଇଁ କାମରେ ବିଘ୍ନ ଓ କୃତିକା ବନ୍ଧୁବର୍ଗରେ କଳହର ଆଶଙ୍କା ରହିଛି ।
ବୃଷ
ବୃଷ
ରବିଙ୍କ ସହ ନୀଚାରୋହୀ ବୁଧ ଆପଣଙ୍କୁ ବିଫଳ ଆଲୋଚନା ଓ ଅର୍ଥ ସମ୍ପର୍କୀୟ ବିବାଦ ଭିତରକୁ ଟାଣିନେବ । ଆନୁଷ୍ଠାନିକ, ସଂଗଠନ, ରାଜନୀତି କ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବାରେ କୌଣସି ଅସୁବିଧା ହେବନାହିଁ । କଚେରି ମାମଲା କ୍ଷେତ୍ରରେ ପୁନଶ୍ଚ ବାଇଦା ପକାଇବା ପାଇଁ ଆଇନଜ୍ଞଙ୍କୁ ଅନୁରୋଧ କରିପାରନ୍ତି ।
ମିଥୁନ
ମିଥୁନ
ରାହୁଙ୍କ ଯୋଗୁ ମାନସିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଆରଦ୍ରା ନକ୍ଷତ୍ର କିନ୍ତୁ ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିସ୍ଫଳ ହେବନାହିଁ । ଆଜି ଆପଣଙ୍କର ଭାଇ, ବନ୍ଧୁ କିମ୍ବା ପଡୋଶୀମାନଙ୍କ ସହ ଆଲୋଚନା ଫଳପ୍ରଦ ହେବ
କର୍କଟ
କର୍କଟ
ଆଜି ରବି ଓ ଚନ୍ଦ୍ର ତଥା ଶୁକ୍ରଙ୍କ ଶୁଭତ୍ୱ ପ୍ରଭାବରେ ଆର୍ଥିକ ଦିଗରୁ, ବନ୍ଧୁ ସହଯୋଗରୁ, ରୋଗପୀଡା ଉପଶମରୁ ମନ ଖୁସୀ ହୋଇଯିବ । ପୁଷ୍ୟା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ ପ୍ରଥମେ ବିରକ୍ତି ପ୍ରକାଶକରି ପରମୁହୂର୍ତ୍ତରେ କାମଟି କରିଦେବେ ।
ସି˚ହ
ସି˚ହ
ଚନ୍ଦ୍ର ଦ୍ୱାଦଶ ସ୍ଥାନରେ ଥିବାରୁ କୌଣସି ଏକ ଜରୁରୀ କାମରେ ହଠାତ୍‌ ବାହାରକୁ ଯିବାକୁ ପଡିପାରେ । କର୍ମକ୍ଷେତ୍ରରେ ରହିଥବା ସମସ୍ୟା ସମାଧାନ ହୋଇଯିବ କିନ୍ତୁ ପରିବାରରେ ମତଭେଦର ଆଶଙ୍କା ରହିଛି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି ।
କନ୍ୟା
ବୁଧ ରାଶିରେ ଷଷ୍ଠସ୍ଥାନସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଏବଂ ଋଣ ପରିଶୋଧ ପାଇଁ ଚାପର ସମ୍ମୁଖୀନ ହେବେ। ଗତକାଲିଠାରୁ ଆପଣ ଯେଉଁଥିପାଇଁ ଚିନ୍ତିତ ରହିପାରନ୍ତି, ସେଥିରେ ସଫଳତା ଅବଶ୍ୟ ପାଇବେ। ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ । ବନ୍ଧୁଙ୍କୁ ପ୍ରିୟକଥା କହି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହେବେ ।
ତୁଳା
ତୁଳା
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ଦୈହିକ ଏବଂ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ବନ୍ଧୁମାନଙ୍କ ଜରିଆରେ କାମ ହାସଲ ସକାଶେ ଆଲୋଚନା କରିପାରନ୍ତି। ସରକାରୀ ସ୍ତରର କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସାହାଯ୍ୟରୁ ଉପକୃତ ହେବେ । ଆଜିର ଯାତ୍ରା, ବାଣିଜ୍ୟ, ପାରିବାରିକ ସ୍ଥିତି, ବିବାଦୀୟ ଘଟଣାର ଆଲୋଚନା କ୍ଷେତ୍ରରେ ରୋକ୍‌ ଲାଗିପାରେ ।
ବିଛା
ବିଛା
ଭାଗ୍ୟସ୍ଥାନରେ ଚନ୍ଦ୍ର ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ । ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ କ୍ଷତିରେ ପଡିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଓ କାମ ମନକୁ ନ ପାଇଲେ ମଧ୍ୟ କିଛି କରି ପାରିବେ ନାହିଁ । ମାଙ୍ଗଳିକ କାମ ସକାଶେ ଆଲୋଚନା କରିପାରନ୍ତି।
ଧନୁ
ଧନୁ
 ଆତ୍ମୀୟମାନଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବାର ଆଶା କରାଯାଇପାରେ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିବ । ଧନଭାବସ୍ଥ ଶନି ପ୍ରଭାବରେ ପୈତୃକ ସମ୍ପତିକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ମକର
ମକର
ଶାରୀରିକ ଅସୁସ୍ଥତା ଦୂରହେବା ସହ ବନ୍ଧୁମିଳନରୁ ଖୁସୀ ହେବେ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ । ଶୁକ୍ରଙ୍କ ଶୁଭ ସଂସ୍ଥିତିରୁ ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇପାରନ୍ତି।
କୁମ୍ଭ
କୁମ୍ଭ
ରବି ନିଜ ରାଶିରେ ରହି ସପ୍ତମଭାବକୁ ଅବଲୋକନ କରୁଥିବାରୁ ଦୈହିକ ସୁସ୍ଥତା ଓ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରିବେ । ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । କିନ୍ତୁ ସମସ୍ୟା ବୃଦ୍ଧି କାରଣରୁ ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିପାରେ ।
ମୀନମୀନ
ଧନସ୍ଥାନରେ ଶୁକ୍ର ରହିଥିବାରୁ ଆଜି ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକମାନଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ପରିଜନଙ୍କ ସହ ଦୂରଯାତ୍ରାର ସୁଯୋଗ ପାଇବେ । ଅଫିସ୍‌ କାମରେ ବ୍ୟସ୍ତ ରହିପାରନ୍ତି । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୯ ତାରିଖ – Daily Horoscope

ମେଷ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସାଧନ ସଙ୍ଗକୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିପାରନ୍ତି। ଅବଶ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ବହୁ ଦିନରୁ ଥିବା ପାରିବାରିକ ସମସ୍ୟା ସମାଧାନ ହେବାରେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ନିର୍ମାଣାଧୀନ କାମର ଶେଷ ପର୍ଯ୍ୟାୟରେ ଥିବା ପ୍ରତିବନ୍ଧକ ଦୂର...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କବଳରେ ଅବସ୍ଥାନ କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅଟକି ରହିଥିବା ସବୁ କାମ ସୁବିଧାରେ ହେବା ଦୁରୂହ...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ସ୍ବାସ୍ଥ୍ୟରେ ସାମ୍ୟତା, କାର୍ଯ୍ୟୟ ସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାନ୍ବିତ ହେବ। ସନ୍ତାନଙ୍କ କୌଣସି ସମସ୍ୟା, ଶିକ୍ଷାରେ ପ୍ରତିବନ୍ଧକ, ଆଲୋଚନାରେ...

ରାଶିଫଳ: ଶନିବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭକରିବା ସକାଶେ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ବଳବାନ୍‌ ଚନ୍ଦ୍ର ପ୍ରଭାବରେ ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା,ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ବ୍ୟବସାୟ,ପରିବହନରେ ସମସ୍ୟା ମୁକ୍ତ ରହିବେ। ଅଟକି ରହିଥିବା କାମକୁ...

ରାଶିଫଳ: ବୁଧବାର, ଜାନୁଆରି ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଶନି କ୍ଷେତ୍ରସ୍ଥ ଶୁକ୍ରଙ୍କ ନକ୍ଷତ୍ରରେ ଥିବାରୁ ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ବୃଶ୍ଚିକ ରାଶିସ୍ଥ ମଙ୍ଗଳଙ୍କ...

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୧ ତାରିଖ – Daily Horoscope

ମେଷ ଆଜି ରାହୁଯୁକ୍ତ ଚନ୍ଦ୍ର ଦ୍ୱିତୀୟ ସ୍ଥାନରେ ଥିବାରୁ ଧନହାନି ଓ କଳହର ଆଶଙ୍କା ପୂର୍ଣ୍ଣମାତ୍ରାରେ ରହିଛି। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ...

Advertisement
Archives

Model This Week