Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୧୬ ତାରିଖ – Daily Horoscope

ମେଷ
ଅର୍ଥଲାଭ ସାଙ୍ଗକୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି । ପରିବାରରେ ଅଶାନ୍ତି ଦୂରହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସୁଖ ସମ୍ମାନ ପାଇଲେ ସୁଦ୍ଧା ଏକାକୀତ୍ୱ ଅନୁଭବ କରି ଦୁଃଖିତ ହେବେ ।
ବୃଷ
ବୃଷ
ଆର୍ଥିକ ଦୁଃସ୍ଥିତି ଦୁଶ୍ଚିନ୍ତାର କାରଣ ହେବ, ଅବଶ୍ୟ କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଶିଳ୍ପ,ବାଣିଜ୍ୟ ଓ ଏଜେନ୍ସିପରୁ ଖୁସି ରହିବେ। ଅଫିସରେ ଟେନ୍‌ସନ କମିଯିବ, ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି।
ମିଥୁନ
ମିଥୁନ
ଦୁର୍ଭାବନା ବଢ଼ି ଚାଲିବା କାରଣରୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେନାହିଁ । ଆକସ୍ମିକ ଭାବରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି। ସାମାନ୍ୟ ସ୍ବାସ୍ଥ୍ୟହାନି ଜନିତ ସମସ୍ୟା ଲାଗିରହିବ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟନେବାକୁ ବାଧ୍ୟହେବେ । ଇଚ୍ଛା ଅନୁଯାୟୀ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ ।
କର୍କଟ
କର୍କଟ
ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ସହ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ। ଦେବଦର୍ଶନ ସାଙ୍ଗକୁ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବା ସହ ଲୋକସମ୍ପର୍କ ବୃଦ୍ଧି ପାଇବ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । ପଡ଼ୋଶୀଙ୍କ ସହ ଆଲୋଚନା ବେଳେ କିଛି ସମସ୍ୟା ଦେଖାଦେବ। ଅନିଦ୍ରା ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ବନ୍ଧୁଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଦେହ ଭଲ ରହିଲେ ମଧ୍ୟ ସାମୟିକ ରୋଗରେ କଷ୍ଟ ପାଇବେ । କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ଅଫିସରେ ସହକର୍ମୀମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବେ। ଅର୍ଥ ସମସ୍ୟା ଯୋଗୁ ମନ ଭଲ ରହିବ ନାହିଁ। ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ । ଆଇନ ଅଦାଲତରୁ ସୁଫଳ ପାଇବେ ।
ତୁଳା
ତୁଳା
ଆଜି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଆର୍ଥିକ ଅନଟନ, ପାରିବାରିକ ଅସନ୍ତୋଷ,କାର୍ଯ୍ୟହାନି, ବାକି ରହିଥିବା ଟଙ୍କା ପରିଶୋଧ ସକାଶେ ମନ ଅସ୍ଥିର ରହିବ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ ।
ବିଛା
ବିଛା
ସବୁ କଥାରେ ଭାବିଚିନ୍ତି କାମ କରିବା ଭଲ ହେବ, ଅନ୍ୟଥା କେତେବେଳେ କେଉଁ ପ୍ରକାର ସମସ୍ୟା ଆସିଯାଇପାରେ। ଅସାମାଜିକ ବ୍ୟକ୍ତି ଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଧାରସୂତ୍ରରେ ଅର୍ଥ ଆଣିବେ । ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ପ୍ରଶାସନିକ ସ୍ତରରେ ସନ୍ତୋଷଜନକ ଫଳପାଇବେ।
ଧନୁ
ଧନୁ
କୌଣସି କଥା ନ ବୁଝି ପ୍ରତ୍ୟେକ କଥାରେ ହଁ ଭରିବା ସମସ୍ୟାର କାରଣ ହୋଇପାରେ । କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଆକସ୍ମିକ ଭାବେ ଘରକୁ ବନ୍ଧୁ କେହି ଆସିପାରନ୍ତି। ବନ୍ଧୁଙ୍କ ସହ ଆଲୋଚନା ସମୟରେ ଯୁକ୍ତି ଲାଗିପାରେ। ବ୍ୟବସାୟିକ ପରିସ୍ଥିତି ପ୍ରାୟତଃ ଏକ ପ୍ରକାର ରହିବ ।
ମକର
ମକର
ଘରେ ହେଉ କିମ୍ବା ବାହାରେ ଆଜି ସାଧାରଣ କଥାରେ କଳହର ସମ୍ଭାବନା ରହିଛି। ଯେକୌଣସି ପ୍ରକାରେ ହେଉ ନା କାହିଁକି ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ। ପରିବହନ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ମାନ୍ଦା ହେବ ନାହିଁ। ପିଲାଙ୍କ ବିଶୃଙ୍ଖଳିତ ଆଚରଣ କିମ୍ବା ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କିଛି ଚିନ୍ତା କରନ୍ତୁ ନାହିଁ, ନିକଟ ଭବିଷ୍ୟତରେ ଆପଣଙ୍କ ଆଶା ଓ ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ। ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରନ୍ତି। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଅର୍ଥ ସମସ୍ୟା ପ୍ରଗତିର ପଥରୋଧ କରିବା ଭଳି ପରିସ୍ଥିତି ସୃଷ୍ଟି କରିବ।
ମୀନମୀନ
କୌଣସି ଅସୁବିଧା ନ ଥିଲେ ମଧ୍ୟ କେତେକ ଅପୂରଣୀୟ ଆଶା ମନକୁ ବ୍ୟତିବ୍ୟସ୍ତ କରିପାରେ। ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ଠିକ୍‌ ରହିବ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ନେବାରେ ସମର୍ଥ ହେବେ। ଆର୍ଥିକ ଅନଟନ ଥିଲେ ମଧ୍ୟ ଧାରକରଜ କରି କାମ ଚଳାଇନେବାକୁ ବାଧ୍ୟ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କିତ ବାଦାନୁବାଦ ହେତୁ ମନ ବିରକ୍ତିକର ଲାଗିବ। କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହୋଇଯିବ।...

ରାଶିଫଳ: ରବିବାର, ଜୁନ୍‍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ...

ରାଶିଫଳ: ସୋମବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି କାରଣରୁ କୌଣସି କାମ ସୁବିଧାରେ ସମ୍ପନ୍ନ ହେବ ନାହିଁ। ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ସକାଳୁ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ହୋଇଯିବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଯୋଗିତାରେ...

ରାଶିଫଳ: ଶନିବାର, ଜାନୁୟାରୀ ୧୪ ତାରିଖ – Daily Horoscope

ମେଷ ପ୍ରିୟଜନଙ୍କ ସହ ଧାର୍ମିକ କ୍ଷେତ୍ରକୁ ଯାତ୍ରା ପ୍ରୀତିପ୍ରଦ ରହିବ। ଭଲ ସମ୍ପର୍କ ଥିବା ବନ୍ଧୁଙ୍କୁ ନୂଆ ପରିବେଶରେ ଦେଖି ଖୁସି ହୋଇଯିବେ। ଶିଳ୍ପ, ବାଣିଜ୍ୟ...

ରାଶିଫଳ – Daily Horoscope

ମେଷ: ଆପଣଙ୍କ ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ବ୍ୟବସାୟରେ ବଡ଼ ସଉଦା ଲାଗି ସ୍ବାକ୍ଷର କରିବେ। ଅଫିସ୍‌ରେ ପଦୋନ୍ନତିର ସୁଯୋଗ ରହିଛି। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ...

ରାଶିଫଳ: ସୋମବାର, ଫେବୃୟାରୀ ୧ ତାରିଖ– Daily Horoscope

ମେଷ ଆଜି ବୁଧ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ...

ରାଶିଫଳ: ଶନିବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ବାର୍ଥହାନି ହେତୁ କୁତ୍ସାରଟନା କରିବ। ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସଜାଡିନେବେ।...

Advertisement
Archives

Model This Week