Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ
ପ୍ରିୟ କଥା କହିବା କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ନିଜ ପରିବେଶରେ ସହମତି ଭିତ୍ତିରେ କାର୍ଯ୍ୟକଲେ ସଫଳତା ପାଇବେ । ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । କର୍ମକ୍ଷେତ୍ରରେ ସାଧାରଣ ଭୁଲ୍‌ ସକାଶେ ଅନ୍ୟକୁ କୈଫୟିତ ଦେବାକୁ ପଡ଼ିପାରେ ।
ବୃଷ
ବୃଷ
ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ, ସହଯୋଗ ଲାଭ କରିବାରେ ସମର୍ଥ ହେବେ । କିନ୍ତୁ ଦୀର୍ଘଦିନରୁ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବ୍ୟବସାୟ ଭଲରେ ଚାଲିବ ମାତ୍ର ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ । ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ।
ମିଥୁନ
ମିଥୁନ
ଆଜିର ଆଲୋଚନା, ସନ୍ତାନଙ୍କ ସମସ୍ୟା, କଥା ଦେଇଥିବା ବନ୍ଧୁଙ୍କ କ୍ଷେତ୍ରରେ ସୁଫଳ ମିଳି ନ ପାରେ ।  କୌଣସି ବ୍ୟକ୍ତିଙ୍କ ପ୍ରଭାବରେ ପ୍ରଭାବିତ କାମ ସକାଶେ ନିଜକୁ ଅପମାନିତ ହେବାକୁ ପଡ଼ିପାରେ ।  ଯୁକ୍ତିତର୍କ ଜନିତ ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟକରି ପାରନ୍ତି ।  କର୍ମକ୍ଷେତ୍ରରେ ବେଶି ସଫଳତା ପାଇବେ ।
କର୍କଟ
କର୍କଟ
ଆଜି ଏକାଧାରରେ ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବିବାଦ ଓ କିଛି ନୂତନ କାମରେ ସଫଳତା ମିଳିବ ।  ଚେଷ୍ଟା କରୁଥିବା କାମରେ ଟେନ୍‌ସନ କିଛି ମାତ୍ରାରେ କମିଯିବ ।  ମାତ୍ର ସଭାସମିତିରେ ଅଥବା ଆଲୋଚନାରେ କାହା କଥା ସହ ଅନ୍ୟ କାହାର କଥା ମିଶି ନ ପାରେ ।  ସ୍ବାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ପାଲଟିଯାଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତାରୁ ବିରୋଧାଭାସ ସୃଷ୍ଟି ହୋଇପାରେ ।  ସାହିତ୍ୟ,କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।  ପରିବାରରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ମଧ୍ୟ ହଠାତ୍‌ କୌଣସି କ୍ଷେତ୍ରରେ ଭାଙ୍ଗି ପଡ଼ନ୍ତୁ ନାହିଁ ।  ନିଜର ପାରିପାର୍ଶ୍ୱିକ କ୍ଷେତ୍ରରେ ସାମୂହିକ ଜନକଲ୍ୟାଣକାରକ କାମରୁ ସମ୍ମାନିତ ହେବେ ।
କନ୍ୟା
ହଠାତ୍‌ କୌଣସି ମିଥ୍ୟା ଗୁଜବ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି ।  ପଦସ୍ଥ ବ୍ୟକ୍ତି ମାନଙ୍କ ସାହଚର୍ଯ୍ୟରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଟଙ୍କାପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ ।  ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ଆଜି ଆପଣଙ୍କର ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ ।  କୌଣସି ଅଭାବ ନ ଥାଇ ମଧ୍ୟ ସ୍ବାତୀ ନକ୍ଷତ୍ରର ଅପୂରଣୀୟ ଆଶା ସକାଶେ ମନଟା ଭଲ ଲାଗିବ ନାହିଁ ।  ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା କୌଣସି ସମସ୍ୟା ଦେଖାଦେଇପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟାରୁ ପୁନଶ୍ଚ ଅପରାହ୍ନରେ ଟେନ୍‌ସନ ବଢ଼ିବା ସୂଚନା ରହିଛି ।  ପରିସ୍ଥିତିବଶତଃ ମାତ୍ରାଧିକ ଭ୍ରମଣ କାରଣରୁ କ୍ଳାନ୍ତି ଅନୁଭବ କରିବେ ।  ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ ତଥାପି ଆଶାନୁଯାୟୀ ମାନସିକ ପରିତୃପ୍ତି ମିଳି ନ ପାରେ ।  ନୂତନ କର୍ମାରମ୍ଭ, ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।
ଧନୁ
ଧନୁ
ପୂର୍ବ ପରିକଳ୍ପିତ ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରି ଏକ ପ୍ରକାର ଖୁସି ହେବେ। ଅତୀତର ବିବାଦୀୟ ଘଟଣାର ଫଳାଫଳ ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।  ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆର୍ଥିକ ଉନ୍ନତି, ସାମାଜିକ ପ୍ରଗତି, ପାଖ ପଡ଼ୋଶୀଙ୍କ ସହୃଦୟତା ଓ ସହକର୍ମୀଙ୍କ ସୌଜନ୍ୟତାରୁ ମନ ଖୁସି ରହିବ।
ମକର
ମକର
ନିଜ ପରିବାର ସଦସ୍ୟଙ୍କ ସହ ତିକ୍ତ ସମ୍ପର୍କ ଓ ବିଜାତୀୟ ବ୍ୟକ୍ତିଙ୍କ ସହ ମୈତ୍ରକୁ କେନ୍ଦ୍ରକରି ସମସ୍ୟା ଦେଖାଦେଇପାରେ। ଆଲୋଚନା ପରିସରରେ ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ ।  ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିପାରେ। ଆଶା କରିଥିବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ପାରେ।
କୁମ୍ଭ
କୁମ୍ଭ
ପରିବାରର ଆବଶ୍ୟକ ନୂତନ ଜିନିଷ କ୍ରୟକରିବା ସକାଶେ ମନ ବଳାଇପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କାର୍ଯ୍ୟସାଧିତ ହୋଇପାରିବ। କର୍ମକ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବା ବୁଦ୍ଧିମାନର କାମ ହେବ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ,ଆଶାନୁଯାୟୀ ପ୍ରାପ୍ୟ ପାଇବାରେ ଅସୁବିଧା ରହିବ ନାହିଁ ।
ମୀନମୀନ
ସମସ୍ୟା ସମାଧାନ କରିବା ଦିଗରେ ଅବହେଳା କରିବେ, କିନ୍ତୁ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାକୁ ଆମନ୍ତ୍ରଣ କରିପାରନ୍ତି। ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, ମାତ୍ର ଏଥିସକାଶେ ବହୁ ବାକ୍‌ବିତଣ୍ଡାର ସମ୍ମୁଖୀନ ହେବାକୁ ପଡ଼ିବ। ବୈଷୟିକ ଜିନିଷକୁ କେନ୍ଦ୍ରକରି କୌଣସି ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟମାନଙ୍କ ମନରେ ଦୁଃଖ...

ରାଶିଫଳ: ଗୁରୁବାର, ନଭେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କାରଣରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ କରିବ । ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ...

ରାଶିଫଳ: ବୁଧବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ବ୍ୟୟସ୍ଥ ମଙ୍ଗଳ ହେତୁ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରାଇବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାରରେ...

ରାଶିଫଳ: ବୁଧବାର, ମେ ୨୯ ତାରିଖ – Daily Horoscope

ମେଷ ବାରମ୍ବାର ସମସ୍ୟା ବିଜଡିତ ରହିବା କାରଣରୁ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ପାରିବେ ନାହିଁ।  ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ରହିବ, ପ୍ରଶାସନିକ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ...

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୨ ତାରିଖ– Daily Horoscope

ମେଷ ଆଜି ଦିନଟିରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ। ମନ ଭଲ ରହିବ ଏବଂ ସହମତିରେ କାମ କରିବାର ପ୍ରେରଣା ପାଇବେ। କାର୍ଯ୍ୟବ୍ୟସ୍ତ...

ରାଶିଫଳ: ରବିବାର, ଜୁନ୍ ୨୮ ତାରିଖ – Daily Horoscope

ମେଷ ଆଜି ପାପଗ୍ରହ ଯୁକ୍ତ ରବିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୌଣସି କଥା...

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠସାହାଯ୍ୟରୁ ଅସମ୍ଭବ କାମକୁ ସମ୍ଭବ କରାଇବାରେ ସାହାଯ୍ୟ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇ ଦୁଃଖକୁ ଲାଘବ କରିବେ। କେତେକ ସାମାନ୍ୟ...

Play 250+ Trending Games
Archives

Model This Week

Why Dharitri