Posted inRasifala

ରାଶିଫଳ: ରବିବାର ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ
ମୁଖଭାଗରେ ଶୁକ୍ର ଓ ଚନ୍ଦ୍ର ଥିବାରୁ ହସ, ଖୁସି, ମଜାମଉଜରେ ଦିନଟି ଅତିବାହିତ ହେବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବା ସହ ଆପଣଙ୍କ ଜୀବନଯାତ୍ରା ଶୃଙ୍ଖଳିତ ରହିବ । ଆଲୋଚନା ଓ ସମାଲୋଚନା ଭିତରେ ସମାଧାନରେ ଶାନ୍ତି ଫେରିଆସିବ ା ନିଜ ଲୋକମାନଙ୍କ ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ
ବୃଷ
ବୃଷ
ଆଜିର ଗ୍ରହସ୍ଥିତି ଆପଣଙ୍କ ମନରେ ପ୍ରସନ୍ନତା ଭରିଦେବ  କର୍ମକ୍ଷେତ୍ରସ୍ଥ ପ୍ରତ୍ୟେକ ସ୍ଥଗିତ କାମକୁ ଧୀର ମନ୍ଥର ଗତିରେ ଆଗକୁ ବଢ଼ାଇନେବେ । କିନ୍ତୁ ଚତୁର୍ଥ ଭାବରୁ ଅଷ୍ଟମସ୍ଥ ରବି ପ୍ରଭାବରେ ଘରୋଇ କଳହକୁ ନେଇ ମଧ୍ୟ ଅଶାନ୍ତି ଲାଗି ରହିପାରେ ା ଆଇନ ଅଦାଲତ,ସାହିତ୍ୟଚର୍ଚ୍ଚା କ୍ଷେତ୍ର ମନ୍ଦ ହେବନି ।
ମିଥୁନ
ମିଥୁନ
ସ୍ବସ୍ଥାନହନ୍ତା ବୃହସ୍ପତି ପାପଯୁକ୍ତ ହେତୁ ପରିବାରରେ ଭୁଲ୍‌ ବୁଝାମଣାଜନିତ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସନ୍ତାନଙ୍କ ସକାଶେ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ । ପରିବହନ, ବ୍ୟବସାୟ,ସଭାସମିତି, ଜମିଜମା, ଆଲୋଚନା ସ୍ଥଗିତ ରହିଯିବ ।
କର୍କଟ
କର୍କଟ
ଶୁଭଭାବରେ ଗ୍ରହଙ୍କ ସ୍ଥିତି ଆପଣଙ୍କ ଦୈହିକ ଏବଂ ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ । ପରିବାର ସଦସ୍ୟଙ୍କ ଗହଣରେ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଖୁସି ହେବେ । ସାଙ୍ଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ର କେତେକାଂଶରେ ବାଧାପ୍ରାପ୍ତ ହେବ । କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବାଧା ଉପୁଜିଲେ ମଧ୍ୟ ଶନିଙ୍କ ଶୁଭ ପ୍ରଭାବରେ ପ୍ରବଳ ଇଚ୍ଛାଶକ୍ତି ଆପଣଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚପ୍ରଶଂସିତ ହେବେ। ବ୍ୟବସାୟ ଭଲ ରହିବ ଏବଂ ପାରିବାରିକ ସ୍ଥିତି ପୂର୍ବପରି ରହିପାରେ ।
କନ୍ୟା
ଦୀର୍ଘଦିନର ପ୍ରଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ । ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟକଳାପ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରା କ୍ଷେତ୍ରରେ ଦୁଶ୍ଚିନ୍ତା ବଢ଼ିପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ଆକ୍ଷେପୋକ୍ତି କରିପାରନ୍ତି ।
ତୁଳା
ତୁଳା
ଅଷ୍ଟମସ୍ଥ ଚନ୍ଦ୍ର ଆପଣଙ୍କ କାମକୁ ପ୍ରତିହତ କଲେ ମଧ୍ୟ ଅର୍ଥସଂକଟରୁ ମୁକ୍ତ କରାଇବ । କିନ୍ତୁ କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପାରେ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ମୂଳଲକ୍ଷ୍ୟକୁ ଛାଡ଼ି ଛୋଟ କାମ ହାତକୁ ନେବେ ।
ବିଛା
ବିଛା
ଅଭିଳାଷ ପୂରଣ ନ ହେବା କାରଣରୁ ଅନୁରାଧା ନକ୍ଷତ୍ର ବାରମ୍ବାର ନିଜର ମତ ବଦଳାଇବାକୁ ବାଧ୍ୟ ହେବେ । ରବି ଓ ରାହୁଙ୍କ ପ୍ରଭାବରୁ ଜନକଲ୍ୟାଣ କାର୍ଯ୍ୟ, ପ୍ରଶାସନିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇପାରନ୍ତି । ଯାନବାହନରେ ଯାତାୟାତରେ ସତର୍କତା ରକ୍ଷା ନ କଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ ।
ଧନୁ
ଧନୁ
ପାରସ୍ପରିକ ବିବାଦ କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଶାରୀରିକ ସୁସ୍ଥତା ଫେରିପାଇବା ସାଙ୍ଗକୁ କଲ୍ୟାଣମୂଳକ କାର୍ଯ୍ୟ, ପ୍ରଶାସନିକ କ୍ଷେତ୍ରରେ ଶୁଭଫଳ ମିଳିବ । ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବାର ଆଶା କରାଯାଇପାରେ ।
ମକର
ମକର
ରାଶ୍ୟାଧିପତିଙ୍କ ସୁପ୍ରଭାବ ଯୋଗୁ କାର୍ଯ୍ୟସିଦ୍ଧି, ଆରୋଗ୍ୟଲାଭ, ଆର୍ଥିକ ଉନ୍ନତି ହେତୁ ଖୁସି ଅନୁଭବ କରିବେ । କିନ୍ତୁ ଶୁକ୍ରଙ୍କ ଭାବସ୍ଥିତିରୁ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।
କୁମ୍ଭ
କୁମ୍ଭ
ମଙ୍ଗଳଯୁକ୍ତ ଶନିଙ୍କ କୁପ୍ରଭାବରେ ବିଭିନ୍ନ ସମସ୍ୟା ସହ ଧନହାନି ଘଟିପାରେ । ନିଜ ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଜନକଲ୍ୟାଣ କାମକରିବା ପରିପ୍ରେକ୍ଷୀରେ ଜନପ୍ରିୟ ହେବେ । ଆଗାମୀ ସମୟରେ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି ।
ମୀନମୀନ
ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମତାନ୍ତର ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ
ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବାଧ୍ୟବାଧକତାରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ପରିବାର, କର୍ମକ୍ଷେତ୍ର ଓ ବ୍ୟବସାୟିକ କ୍ଷେତ୍ର ଗତାନୁଗତିକ ରୀତିରେ ଆଗକୁ ଗଡ଼ିଚାଲିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri