Posted inRasifala

ରାଶିଫଳ: ରବିବାର, ଫେବ୍ରୁଆରି ୨୩ ତାରିଖ – Daily Horoscope

ମେଷ
ଏକାଦଶସ୍ଥ ଗ୍ରହ ପ୍ରଭାବରୁ ଆଜି ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ବହୁତ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ।
ବୃଷ
ବୃଷ
ପରୋକ୍ଷ ଶତ୍ରୁତାରୁ ସମ୍ପର୍କୀୟାଙ୍କ ଦ୍ୱାରା ଅପଯଶ ପାଇପାରନ୍ତି। ପାପଗ୍ରହ ଯୁକ୍ତ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଅନ୍ୟମାନଙ୍କୁ ବିରକ୍ତିକର କଥା କହିବା ଠିକ୍‌ ହେବନି। କର୍ମକ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିବେ।
ମିଥୁନ
ମିଥୁନ
କର୍ମଭାବରେ ଶୁକ୍ର ଯୋଗୁ ଆଜିର କାମଗୁଡ଼ିକ ସବୁ ଠିକ୍‌ଠିକ୍‌ ହୋଇଯିବ। କିନ୍ତୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଅନ୍ୟମାନଙ୍କର କାନକୁହା କଥା ଶୁଣି କୌଣସି କାମ କଲେ ଅପଦସ୍ଥ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଦୁଃସ୍ଥାନସ୍ଥିତ ଗ୍ରହଗୁଡ଼ିକ ସମସ୍ୟାର କାରଣ ହୋଇପାରନ୍ତି। ହେଲେ ଆର୍ଥିକ କ୍ଷେତ୍ର ପାଇଁ ଅସୁବିଧା ହେବନାହିଁ। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି, ତାହା ସାମାନ୍ୟ ବିଳମ୍ବରେ ପାଇବେ।
ସି˚ହ
ସି˚ହ
ମଙ୍ଗଳଗ୍ରହ କୋଣଭାବସ୍ଥ ଯୋଗୁ ବନ୍ଧୁଙ୍କ ଫେରିବା ବାଟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ। ଆଜିର କର୍ମକ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ପରିବାରର ଆବଶ୍ୟକ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
କନ୍ୟା
ଭାଗ୍ୟାଧିପ ଉଚ୍ଚରାଶିରେ ରହିଥିବାରୁ ଦୀର୍ଘଦିନ ହେଲା ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ବନ୍ଧୁଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ, କିନ୍ତୁ ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କ୍ଳାନ୍ତି ଓ ଅବସାଦ ଦଖାଦେଇପାରେ।
ତୁଳା
ତୁଳା
ଶୁକ୍ର ଓ ଶନି ନିଜ ନିଜ ସ୍ଥାନରେ ବଳବାନ୍‌ ଯୋଗୁ ବିଭିନ୍ନ ସମସ୍ୟା ଭିତରେ ସମୟ କଟାଇବାକୁ ପଡ଼ିପାରେ। ମନ ଛଟପଟ ହେଉଥିଲେ ମଧ୍ୟ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ଅନ୍ୟମାନଙ୍କର ସାହାଯ୍ୟ ଲାଭ କରି କାମ ହାସଲ କରିବେ। ମାତ୍ର ନିର୍ମାଣ କାର୍ଯ୍ୟରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ବିଛା
ବିଛା
ଉଚ୍ଚାରୋହୀ ମଙ୍ଗଳଙ୍କ ପ୍ରଭାବରୁ ସାମାନ୍ୟ ଧୈର୍ଯ୍ୟଧାରଣ କଲେ ସମସ୍ୟାର ସରଳ ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି।
ଧନୁ
ଧନୁ
ପରିବାର ସ୍ଥାନରେ ଶୁକ୍ର ରହିଥିବାରୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ସ୍ଥଗିତ କାମକୁ ପୂରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମକର
ମକର
ଶୁଭଗ୍ରହ ପ୍ରଭାବରୁ ଚିନ୍ତା ନ କରି କାମରେ ମନ ଦିଅନ୍ତୁ, ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ନିକଟତମ ବନ୍ଧୁଙ୍କ ଆତିଥ୍ୟ ଗ୍ରହଣ ପୂର୍ବକ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେଇପାରେ। ପାରିବାରିକ କ୍ଷେତ୍ର ପୂର୍ବପରି ଅସ୍ଥିରତା ମଧ୍ୟରେ ରହିବ।
କୁମ୍ଭ
କୁମ୍ଭ
ରାଶିରେ ତିନୋଟି ଗ୍ରହ ରହି ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବେ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଆପଣଙ୍କ ନିମନ୍ତ୍ରଣକ୍ରମେ ଘରକୁ ପ୍ରିୟ ବନ୍ଧୁ ଆସିପାରନ୍ତି।
ମୀନମୀନ
ଭଲ ସମ୍ପର୍କ ନ ଥିବା କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହେବେ, ତଥାପି କିଛି ଅସୁବିଧା ହେବ ନାହିଁ। କେତେକ ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଆଜି ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?