Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୪ ତାରିଖ – Daily Horoscope

ମେଷ
ଭାଗ୍ୟ ସ୍ଥାନରେ ଚତୁଃଗ୍ରହ ଯୋଗ ସୌଭାଗ୍ୟପ୍ରଦ ହେତୁ କାର୍ଯ୍ୟସିଦ୍ଧି, ବନ୍ଧୁମିଳନ ସାଙ୍ଗକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟାଇବେ। ଭୂମି ସମ୍ବନ୍ଧିତ ପ୍ରତ୍ୟେକ କର୍ମ ଓ ପଦାର୍ଥ, କର୍ମକ୍ଷେତ୍ର, ସ୍ବାସ୍ଥ୍ୟ ଉନ୍ନତ ସ୍ଥିତିରେ ରହିବେ। ସୀମାହୀନ ଧୈର୍ଯ୍ୟ ପ୍ରଭାବରେ ଅସାଧ୍ୟ ସାଧନ କରିବା ସହ ସହକର୍ମୀମାନଙ୍କ ସହାୟତାରେ ସିଦ୍ଧିଲାଭ ଅବଶ୍ୟ ଘଟିବ।
ବୃଷ
ବୃଷ
ଷଷ୍ଠଭାବରେ ଗ୍ରହମାନେ ଆପଣଙ୍କୁ ଶତ୍ରୁତାର ସମାଧାନ, ଋଣ ପରିଶୋଧ, ଦୂରଯାତ୍ରା ଦିଗରେ ଅନୁପ୍ରେରିତ କରିପାରନ୍ତି। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ମିଥୁନ
ମିଥୁନ
ସପ୍ତମସ୍ଥ ଗ୍ରହମାନେ ଆପଣଙ୍କୁ ଆନୁଷ୍ଠାନିକ କାମରେ,ବ୍ୟବସାୟିକ ସ୍ଥିତିରେ, ପରିବହନରେ, ସଭା ସମିତିରେ ଏବଂ ମାଙ୍ଗଳିକ କାମରେ ସୁବିଧା ଓ ସୁଯୋଗ ଲାଭ କରିବେ। ଅଯଥା ବାକ୍ୟାଳାପ କରି ସାଧାରଣ କଥାରେ ଯୁକ୍ତିତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। କେତେକ କ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଚତୁର୍ଥକେନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହ ସମ୍ବନ୍ଧରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବ କିନ୍ତୁ ଭାବପ୍ରବଣତା ବୃଦ୍ଧି ପାଇବା ହେତୁ ତାହା ସୁଯୋଗ ହରାଇବାରେ ସାହାଯ୍ୟ କରିବ। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ ଏପରିକି ଆମଦାନୀ କାରବାର ବୃଦ୍ଧି ପାଇବ।
ସି˚ହ
ସି˚ହ
ଆଜି ଭାଗ୍ୟଭାବକୁ ଗ୍ରହମାନଙ୍କ ଶୁଭଦୃଷ୍ଟି ଫଳରେ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ଆଜିର କୌଣସି ସ୍ଥାନକୁ ଯିବା ସମୟରେ ନିଜର ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ସାମୟିକ ଆଶ୍ୱସ୍ତି ମିଳିବ। ଅଫିସରେ ନୂତନ ଚୁକ୍ତିପତ୍ର, ନୂତନ ଗୃହ , ଯାନବାହନ କ୍ରୟ ବିକ୍ରୟ କ୍ଷେତ୍ରରେ ଉନ୍ନତି ଘଟିବ।
କନ୍ୟା
ଚନ୍ଦ୍ର ଓ ମଙ୍ଗଳଙ୍କ ଅପୂର୍ବ ଯୋଗ ପ୍ରଭାବରେ ସତ୍‌ଚିନ୍ତା ମାଧ୍ୟମରେ ସତ୍‌କର୍ମ କରିବା ସକାଶେ ପ୍ରେରଣା ପ୍ରଦାନ କରିବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେଶନାରୀ ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଚିତ୍ରା ନକ୍ଷତ୍ର ଅର୍ଥ ସମ୍ପର୍କରୁ ଖୁସି ରହିବେ।
ତୁଳା
ତୁଳା
ଆଜି ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ କରିବେ। ତଥାପି ବ୍ୟୟବୃଦ୍ଧି, ଯୁକ୍ତିତର୍କଜନିତ ଛୋଟ କଥାକୁ କେନ୍ଦ୍ରକରି ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ଯାନବାହନରେ ସତର୍କ ରହିବା ଭଲ ହେବ। ସଭାସମିତିରେ ସଫଳତା ହାସଲ କରିବେ।
ବିଛା
ବିଛା
ମୁଖ ଭାବରେ ଗ୍ରହମାନେ ଆପଣଙ୍କୁ କଥାବାର୍ତ୍ତାରେ ଲାଳିତ୍ୟ ସହ ମଧୁରତା ରଖି କାମ ହାସଲ ପାଇଁ ଖୋରାକ ଯୋଗାଇପାରନ୍ତି। ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଅନୁରାଧା ନକ୍ଷତ୍ର ପାଇଁ କଳୁଷିତ ଚିନ୍ତାଧାରା କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହ ନ ପାରେ। ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି।
ଧନୁ
ଧନୁ
ଏକାଧିକ ଗ୍ରହ ରାଶିରେ ରହିଥିବାରୁ ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କର୍ମ ସମ୍ପାଦନ କରିବା ସହ ସମସ୍ୟାର ସରଳ ସମାଧାନ ଦିଗରେ ଚେଷ୍ଟିତ ହୋଇପାରନ୍ତି। ଗୃହ, ଜମିଜମା, ଏଜେନଶିପ ସମ୍ପର୍କୀୟ ଚିନ୍ତା କରିପାରନ୍ତି। ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳିବ । ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଧାରକରଜ କରି ଆବଶ୍ୟକତା ଚଳାଇନେବେ।
ମକର
ମକର
ଦିନଟି ସୌଭାଗ୍ୟ ପ୍ରଦାୟକସ୍ବରୂପ ପ୍ରତ୍ୟୁଷ ଯାତ୍ରା, ସ୍ତ୍ରୀ ସମ୍ପର୍କ, ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପ୍ରଦାନ କରିବେ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
କୁମ୍ଭ
କୁମ୍ଭ
ଏକାଦଶରେ ଦେବଗୁରୁଙ୍କ ସୁପ୍ରଭାବରୁ ଅର୍ଥନୈତିକ ପ୍ରଗତି, ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। ବ୍ୟବସାୟ, କଚେରି ମାମଲା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ର ଅପରିବର୍ତ୍ତିତ ରହିବ।
ମୀନମୀନ
ଆଜି କର୍ମଭାବସ୍ଥ ଗ୍ରହମାନଙ୍କ ସୁପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିିଙ୍କ ସଙ୍ଗଲାଭ, ବନ୍ଧୁମିଳନ ମଧ୍ୟରେ ଖୁସିରେ ସମୟ ଅତିବାହିତ କରିବେ। ଦିନଟିରେ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ ଏବଂ ନୂତନ ଯୋଜନା କରିବାରେ ମନ ଦେବେ। କିନ୍ତୁ ଈର୍ଷାପର ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ଯିବାରେ ଲାଗିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୧୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଓ ଏକାଦଶ ବୃହସ୍ପତି ଯୋଗୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ। କିନ୍ତୁ ବାଣିଜ୍ୟ, ବ୍ୟବସାୟ, ପ୍ଲଟିଂ କାରବାର ଯାତ୍ରା ସମସ୍ୟା ବହୁଳ...

ରାଶିଫଳ: ରବିବାର, ଜାନୁୟାରୀ ୨ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ର ପାପଯୁକ୍ତ ମଙ୍ଗଳ ସହ ଥିବାରୁ ଦୈହିକ ଓ ମାନସିକ ବ୍ୟସ୍ତତାକୁ ବୃଦ୍ଧି କରିବେ। ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂର ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବ୍ୟବସାୟିକ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜି ଲାଭ ସ୍ଥାନରେ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ଘଟିବ ଏବଂ ଆଶା କରୁଥିବା ଜିନିଷ ନିଶ୍ଚିତ ପାଇପାରିବେ। କିନ୍ତୁ ଆତ୍ମୀୟମାନଙ୍କ ଉପରେ...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଆପଣ ନିକଟ ସମ୍ପର୍କୀୟଙ୍କ ଦ୍ୱାରା କାର୍ଯ୍ୟ ହାସଲ କରିବେ। ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ମାନଙ୍କ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ଏବଂ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତି ନେବେ। ଅ-ନାମାକ୍ଷର ବ୍ୟକ୍ତି ଅବହେଳା କାରଣରୁ ସ୍ବାସ୍ଥ୍ୟରେ...

ରାଶିଫଳ: ବୁଧବାର, ଜାନୁଆରି ୨୯ ତାରିଖ – Daily Horoscope

ମେଷ ଆଜିର ଗଜକେଶରୀ ଯୋଗ କେତୁଯୁକ୍ତରୁ ସମ୍ମାନଜନକ ସ୍ଥିତିରେ ରହିଲେ ମଧ୍ୟ ସାଧାରଣ ବ୍ୟତିକ୍ରମ ସୃଷ୍ଟିହେବ। ଶନି ଦୃଷ୍ଟ ଚନ୍ଦ୍ର ହେତୁ ବୃଥା ସନ୍ଦେହ ଜନିତ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବିବ୍ରତ କରାଇବ। ବୁଝାମଣା ଭଲ ରହିବା ଯୋଗୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା...

Advertisement
Archives

Model This Week