Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ
ଆଜି ତୃତୀୟ ଚତୁର୍ଥ ଓ ଅଷ୍ଟମ ନବମରେ ସମସ୍ତ ଗ୍ରହ ଅବସ୍ଥାନ କରୁଥିବାରୁ ସାଧାରଣ ସମସ୍ୟା ମଧ୍ୟରେ କାଯର୍‌ୟ ହାସଲ କରିବେ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବ୍ୟାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ପାରନ୍ତି। ସ୍ବାର୍ଥସାଧନ ମାନସରେ ନିଜ ଲୋକମାନେ ଅସୁବିଧାରେ ପକାଇବାର ଆଶଙ୍କା ରହିଛି।
ବୃଷ
ବୃଷ
ଧନାଧିପତି ଉପଚୟ ସ୍ଥାନରେ ରହିଥିବାରୁ ଆର୍ଥିକ ସମସ୍ୟା ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ। ନିର୍ମାଣ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ। ସାମଜିକ କ୍ଷେତ୍ରରେ, ସାଂଗଠନିକ ସ୍ତରରେ ଆପଣଙ୍କ କାର୍ଯ୍ୟଦକ୍ଷତା ଲୋକପ୍ରିୟତାକୁ ବଢାଇବ।
ମିଥୁନ
ମିଥୁନ
ଧନାଧିପ ସ୍ତପ୍ତମ ସ୍ଥାନସ୍ଥ ହେତୁ ଅର୍ଥ ଲାଭ କାରଣରୁ ମନ ଖୁସୀ ରହିବ। କିନ୍ତୁ ମୃଗଶିରା ନକ୍ଷତା୍ରଧିପତି ଦୁର୍ବଳ ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିପାରେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ଏକ ଆଧ୍ୟାମତ୍ିକ ପରିବେଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ମୁଖଭାବାଧିପତି ରବି ଦ୍ୱାଦଶ ଭାବସ୍ଥ ହେତୁ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ କଳହ ଲାଗିବାର ସମ୍ଭାବନା ରହିଛି । ଭୁଲ୍‌ ବୁଝାମଣା କାରଣରୁ ଅତିପ୍ରିୟ ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ। ଘରେ ଅସାବଧାନତାବଶତଃ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ପାଇବା ସହ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି।
ସି˚ହ
ସି˚ହ
କର୍ମାଧିପତି ଏକାଦଶସ୍ଥ ଯୋଗୁ ଅଟକି ରହିଥିବା କାମ ଗୁଡିକୁ ସମ୍ପନ୍ନ କରିବେ। କିନ୍ତୁ ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିପାରନ୍ତି। ରାହୁ ଯୁକ୍ତ ରବି କାରଣରୁ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ।
କନ୍ୟା
ବିଶେଷ କିଛି ଅସୁବିଧା ନ ଥାଇ ମଧ୍ୟ ନିଜ ଲୋକମାନଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆବଶ୍ୟକତାନୁସାରେ ଗୃହପୋକରଣ କ୍ରୟ କରିପାରନ୍ତି। କିନ୍ତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ତୁଳା
ତୃତୀୟସ୍ଥ ଶନି ଓ ଚନ୍ଦ୍ରଙ୍କ ସମ୍ପର୍କ ଆତ୍ମୀୟ ମାନଙ୍କ ସାହାଯ୍ୟ ସହଯୋଗରୁ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିପାରିବେ। ତରତର ହୋଇ କିଛି କାମ କରନ୍ତୁ ନାହିଁ, ଯାହାକି କାମକୁ ବିଗାଡି ଦେଇପାରେ। ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବିଛା
ବିଛା
ମନ ଚାହୁଁଥିବା ପ୍ରକାରେ କାମ ନ ହେବା କାରଣରୁ ମାନସିକ ସ୍ତରରେ ଚିନ୍ତିତ ରହିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟ ମାନଙ୍କୁ ସନ୍ତୁଷ୍ଟ କରିପାରିବେ। ବନ୍ଧୁଙ୍କ ଜରିଆରେ ଆଶା କରୁଥିବା ଖବରଟି ପାଇ ଖୁସି ହେବେ। ମନ ବିରକ୍ତି ହେତୁ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ
ଧନୁ
ଯେତେ ଭଲ ହେଲେ ମଧ୍ୟ ଅତୀତର କୈାଣସି ଘଟଣା ମନକୁ ବେଶୀ ବିବ୍ରତ କରିବ।  ଯାତ୍ରା କାଳରେ କିମ୍ବା ଜନଗହଳି ରାସ୍ଥାରେ ସତର୍କତା ଅଭାବରୁ ଧନ ହାନୀ ଘଟିପାରେ। କୈାଣସି ପ୍ରିୟବନ୍ଧୁଙ୍କ ଆଗମନ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।  କଠିନ ଶ୍ରମ ଯୋଗୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବାର ଆଶଙ୍କା ରହିଛି।
ମକର
ମକର
ବହୁଳ ମାତ୍ରାରେ ଦୁଃଶ୍ଚିନ୍ତା ଦୂର ହୋଇଥିଲେ ମଧ୍ୟ ନୂଆ ନୂଆ ସମସ୍ୟା ପୁନଶ୍ଚ ମୁଣ୍ଡ ଟେକିପାରେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ନିର୍ମାଣଧୀନ କାମ ଶେଷ ପର୍ଯ୍ୟାୟକୁ ନେବାରେ ବହୁତ ବାଧା,ବିଘ୍ନର ସମ୍ମୁଖୀନ ହେବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତର୍କବିତର୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯିବାରୁ କୌଣସି କାମରେ ଆଗଭର ହୋଇପାରିବେ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବାସହ ଲକ୍ଷ୍ୟ ହାସଲ କରିପାରିବେ।
ମୀନମୀନ
କର୍ମକ୍ଷେତ୍ରରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବାରେ ସମର୍ଥ ହେବେ। ବିବାଦୀୟ ପରିସ୍ଥିତିରେ କିମ୍ବା ମାଲିମାକଦମାରେ ସଫଳତା ହାସଲ କରିବେ। ଯଦିଓ ଦେହ ଭଲ ରହିବ ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri