Posted inRasifala

ରାଶିଫଳ: ରବିବାର, ଜୁନ ୯ ତାରିଖ – Daily Horoscope

ମେଷ
ଆଜି ଦ୍ୱିତୀୟ ସ୍ଥାନରେ ଶୁକ୍ର ଚତୁର୍ଥାଧିପତିଙ୍କ କେନ୍ଦ୍ରସ୍ଥ ଯୋଗୁ ଶ୍ରୁତିମଧୁର ବାକ୍ୟାଳାପରେ ବନ୍ଧୁଙ୍କୁ ଆପ୍ୟାୟିତ କରିବେ। କର୍ମାଧିପ ଶନି ଭାଗ୍ୟସ୍ଥ ହେତୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇ ନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁମାନଙ୍କ ସହ କୌଣସି ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବୃଦ୍ଧି ପାଇବ।
ବୃଷ
ବୃଷ
ବାଣୀକାରକ ବୁଧ ଉତ୍ତେଜନା ସୃଷ୍ଟିକାରୀ ଗ୍ରହ ମଙ୍ଗଳ ସଂସ୍ପର୍ଶରେ ଆସି ଆପଣଙ୍କ ବ୍ୟବହାରକୁ ଋକ୍ଷ କିମ୍ବା କଠୋର କରିଦେଇପାରନ୍ତି। କର୍ମକ୍ଷେତ୍ରରେ ମନ ଚାହୁଁ ନ ଥିବା କେତେକ କାମ ପରିସ୍ଥିତିରେ ପଡି କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପ, ସାମ୍ବାଦିକତା, ଯୋଗାଯୋଗ ପ୍ରଭୃତିରୁ ଖୁସି ରହିବେ।
ମିଥୁନ
ମିଥୁନ
ପାପାକ୍ରାନ୍ତ ଗ୍ରହଙ୍କ ଦ୍ୱାରା କବଳିତ ରାଶି ଏକାଧାରରେ ଦୈହିକ ଓ ମାନସିକ ସୁସ୍ଥତାକୁ କ୍ଷୁଣ୍ଣ କରିପାରେ। ଏପରିକି କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି। ଅଭାବ ନ ଥିଲେ ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଆପଣଙ୍କ ହସ ହସ ମୁହଁର ବିନୟପୂର୍ଣ୍ଣ ସାଦର ସମ୍ଭାଷଣ ବନ୍ଧୁ ପରିଜନଙ୍କ ହୃଦୟଗ୍ରାହୀ ହୋଇପାରିବ। ସଭାସମିତି, ପ୍ରକାଶନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାହିତ୍ୟ, ଗବେଷଣା ତଥା ରଚନାମତ୍କ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ରାଶି ପାଇଁ ଆଜିର ଗ୍ରହସ୍ଥିତି ନୂତନ ସମ୍ପର୍କ, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ, ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟରେ ପ୍ରଫୁଲ୍ଲିତ ରହିବେ। କାର୍ଯ୍ୟ ହାସଲ ପାଇଁ ଅର୍ଥାଭାବ, ଅସହଯୋଗ, ପ୍ରତିବନ୍ଧକ ପ୍ରଭୃତି କୌଣସି ନକାରାମତ୍କ ସ୍ଥିତି ଉପୁଜିବ ନାହିଁ। କର୍ମକ୍ଷେତ୍ର ସକାଶେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତିି ବାସ୍ତବରେ ସେପରି କିଛି ହେବନି।
କନ୍ୟା
ଚତୁର୍ଥ ଓ ଦଶମସ୍ଥାନ ପାପଗ୍ରହଙ୍କ ଦ୍ୱାରା ଆକ୍ରାନ୍ତ ହୋଇ ପାରିବାରିକ, କର୍ମକ୍ଷେତ୍ର, ବନ୍ଧୁ ସମ୍ପର୍କକୁ ବିବାଦୀୟ କରିପାରେ। କୌଣସି ନିର୍ଦ୍ଦିଷ୍ଟ ସ୍ଥାନରୁ ଆଜି ଯାହା ପାଇବା କଥା ତାହା ସହଜ ଓ ସୁବିଧାରେ ପାଇବା କଷ୍ଟକର ହୋଇ ପଡ଼ିବ। ପ୍ଳଟିଙ୍ଗ୍‌ କାରବାର, ଯାନ୍ତ୍ରିକ ଜିନିଷ କିମ୍ବା ବିଦ୍ୟୁତ୍‌ ବ୍ୟବସାୟୀ ଲାଭବାନ୍‌ ହୋଇପାରନ୍ତି।
ତୁଳା
ତୁଳା
ରବି ରଶ୍ମିରେ ବଳହୀନ ସ୍ବଗୃହୀ ଶୁକ୍ରଯୋଗୁ ଦୈହିକ ଦୁର୍ବଳତା ଦେଖାଦେବ। କୌଣସି ଜିନିଷର ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ। ଅବଶ୍ୟ ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଆନୁଷ୍ଠାନିକ କାମରେ ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ଆପଣଙ୍କ ସ୍ଥଗିତ କାର୍ଯ୍ୟକୁ ସଫଳତାର ସହ ପୂରଣ କରିବ। ଭାଙ୍ଗିପଡିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟା କରି ଅସଫଳ ହୋଇ ପାରନ୍ତି। ନିଜ ପରିସରର ବ୍ୟକ୍ତି ବିଶେଷମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ ବିଗାଡିଦେଇପାରନ୍ତି। ଈର୍ଷା ପରାୟଣ ବ୍ୟକ୍ତିମାନେ ଉପର ମନରେ ଭଲ କଥା କହି ପଛରେ ସମାଲୋଚନା କରିବେ।
ଧନୁ
ଧନୁ
ଅଷ୍ଟମାଧିପତି ନବମସ୍ଥ ରହି ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି। ଅନାବଶ୍ୟକ କଥାଗୁଡିକୁ ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ। ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ସଭାସମିତି କିମ୍ବା ବନ୍ଧୁ ଗହଣରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଆଜିର ଅଷ୍ଟମଚନ୍ଦ୍ର ରାଶିସ୍ଥ କେତୁଙ୍କ ନକ୍ଷତ୍ରସ୍ଥ ହେତୁ ମାନସିକ ଦୁଃଶ୍ଚିନ୍ତାରେ ମନ ଉଦ୍ୱେଳିତ ହୋଇପାରେ। ବାଣିଜ୍ୟବ୍ୟବସାୟ,ସଭାସମିତି ତଥା ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ।ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ।
କୁମ୍ଭ
କୁମ୍ଭ
ଶନିଙ୍କ ଦୃଷ୍ଟିରୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ। ଚନ୍ଦ୍ରଙ୍କ କୁପ୍ରଭାବରେ ପାରିବାରିକ ସମସ୍ୟା ହେତୁ ମନ ଭଲ ରହି ନ ପାରେ। ଅବଶ୍ୟ ଅର୍ଥଲାଭ ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆଜି ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ କିନ୍ତୁ କିଛିବି କରିବାର ଉପାୟ ନଥିବ
ମୀନମୀନ
ଆଜିର ଚନ୍ଦ୍ରଙ୍କ ସ୍ଥିତି ମନ ଚାହୁଁଥିବା କାମ କରାଇ ଦେବନାହିଁ। ଏଣେ ଷଷ୍ଠାଧିପତିଙ୍କ ତୃତୀୟାବସ୍ଥାନ ଭାଇ,ବନ୍ଧୁ କୁଟୁମ୍ବଙ୍କ ଦ୍ୱାରା ପୀଡିତ କରାଇପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ରାହୁ ସହ ବୁଧଙ୍କ ସମ୍ବନ୍ଧରୁ ଭୁଲ୍‌ ବୁଝାମଣାଜନିତ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri