Posted inRasifala

ରାଶିଫଳ: ରବିବାର , ଜୁନ ୧୬ ତାରିଖ – Daily Horoscope

ମେଷ
ଆଜି ଶନି ଓ ମଙ୍ଗଳଙ୍କର ପାରଷ୍ପରିକ ଦୃଷ୍ଟି ପ୍ରତ୍ୟେକ କାମ ଉତ୍ତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ସମ୍ପନ୍ନ ହେବ। ସ୍ବଗୃହୀଧନାଧିପ ହେତୁ ଦିନ ଭିତରେ ଯାହାକୁ ଯାହା କହିଲେ କଥା ରହିବ ଓ ଆର୍ଥିକ ସଂକଟ ଦୂରୀଭୂତ ହେବ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ପରିବହନ ଓ ଆନଷ୍ଠାନିକ କାମରେ ସାମାନ୍ୟ ସମସ୍ୟା ଦେଖା ଦେଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ ।
ବୃଷ
ବୃଷ
ବଳବାନ୍‌ ରାଶ୍ୟାଧିପ ସହକର୍ମୀମାନଙ୍କ ସହ ସୁବିଧାଜନକ ସ୍ଥିତିରେ କାର୍ଯ୍ୟ ସମ୍ପନ୍ନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ସହ ନିକଟ ସମ୍ପର୍କୀୟମାନଙ୍କୁ ନିଜ କାମରେ ବିନିଯୋଗ କରାଇବେ। ପରିବାରରେ ମନୋମାଳିନ୍ୟ ଘଟିପାରେ। ଅତୀତ କଥା ଚିନ୍ତା କରି ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇ ପାରନ୍ତି।
ମିଥୁନ
ମିଥୁନ
ରାଶିରେ ଚାରୋଟିଗ୍ରହ ଅବସ୍ଥାନ କରି ରାଜଯୋଗ ସୃଷ୍ଟିକରୁଥିବାରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବିବାଦରେ ବଜୟୀ କରାଇବେ। ରାଜନତିକ ଗ୍ରହ ରବି ଓ ରାହୁଙ୍କ ପ୍ରଭାବରେ ସରକାରୀକଳ,ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ। ସଭାସମିତି, ଆଲୋଚନା ଏବଂ ବନ୍ଧୁମାନଙ୍କୁ ଆପଣେଇବାରେ କେତେକାଂଶରେ ସମର୍ଥ ହେବେ।
କର୍କଟ
କର୍କଟ
ଆଜିର ଶୁଭେଯାଗରୁ ଆପଣଙ୍କ ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ, ଅର୍ଥ ସମ୍ପର୍କ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରୀତିପ୍ରଦାୟକ ରହିବ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଅନ୍ୟକୁ ଦେଇଥିବା ଜିନିଷଟି ଫେରି ପାଇବା କଷ୍ଟକର ହୋଇପାରେ। ଶିଳ୍ପ,ବାଣିଜ୍ୟ,ରାଜନୀତି, ପ୍ରଶାସନ,କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ।
ସି˚ହ
ସି˚ହ
ଗ୍ରହମାନଙ୍କ ସାମ୍ୟତା କାରଣରୁ ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଚର୍ଯ୍ୟା ମନ୍ଦ ହେବନି। କିନ୍ତୁ ମଘା ନକ୍ଷତ୍ର ବିଭିନ୍ନ ପ୍ରକାରର ଟେନ୍ସନ ହେତୁ କର୍ମକ୍ଷେତ୍ରରେ ବ୍ୟସ୍ତତା ବଢିଯାଇପାରେ। ପ୍ରିୟଜନମାନଙ୍କୁ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ। ଅର୍ଥ ସମ୍ପର୍କୟ ଅନୁଚିନ୍ତା, ପିଲାମାନଙ୍କ ସମସ୍ୟା, ନିଜର ଭଗ୍ନ ସ୍ବାସ୍ଥ୍ୟ ମନକୁ ସାମାନ୍ୟ ଚହଲାଇ ଦେଇପାରେ।
କନ୍ୟା
ଆଜି ଚତୁର୍ଥଭାବକୁ ଛଅଟିଗ୍ରହ ପ୍ରଭାବିତ କରୁଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବ। ପଡୋଶୀଙ୍କୁ ପ୍ରଲୋଭିତ କରି ନିଜ କାମରେ ଲଗାଇବାରେ ସମର୍ଥ ହେବେ। ଜମିଜମା କାରବାର, ଯାନ୍ତ୍ରିକ ଜିନିଷର ମରାମତି, ନିର୍ମାଣାଧୀନ କାମ ପୂର୍ବପରି ଚାଲୁ ରହିବ। ଭୁଲ୍‌ ବଶତଃ ଘରେ ଟଙ୍କା ଛାଡିଦେଇ ବାଟରେ ହଇରାଣ ହେବାକୁ ପଡିପାରେ।
ତୁଳା
ତୁଳା
ଚନ୍ଦ୍ର ଓ ବୃହସ୍ପତି ଧନସ୍ଥାନସ୍ଥ ଯୋଗୁ ଆର୍ଥିକ ମାନଦଣ୍ଡ ମଜ୍‌ବୁତ୍‌ ମାନସିକସ୍ଥିତିକୁ ଦୃଢୀଭୂତ କରିବ। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ପରିସ୍ଥିତି ମଧ୍ୟରେ ଇଛା ନଥିଲେ ମଧ୍ୟ ବାଧ୍ୟ ବାଧକତାରେ କେତେକ କାମ କରିବାକୁ ପଡିବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ନିମ୍ନାଭିମୁଖୀ ହୋଇପାରେ। କିନ୍ତୁ ଉନ୍ନତଚିନ୍ତା ଓ ବିଶିଷ୍ଟବ୍ୟକ୍ତିଙ୍କ ଆଦର ଗୌରବରେ ଆନନ୍ଦ ଅନୁଭବ କରିପାରନ୍ତି। ନିକଟ ଅତୀତରେ ରାଗ ପଡିଥିବା ବନ୍ଧୁ କ୍ରମଶଃ ମିଳାମିଶା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି। ବିଭିନ୍ନ ଅଶା ଓ ଅଶଙ୍କା ବିଜଡିତ ମନ ହେତୁ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ।
ଧନୁ
ଧନୁ
ଦୈହିକ ଓ ମାନସିକ ସୁସ୍ଥତା ନରହିଲେ ମଧ୍ୟ ବନ୍ଧୁବର୍ଗ ତଥା ଆତ୍ମୀୟସ୍ବଜନଙ୍କ ସହୃଦୟତାରୁ ଖୁସୀ ରହିବେ। ଦ୍ୱାଦଶସ୍ଥ ଦୁର୍ବଳଚନ୍ଦ୍ର ପ୍ରଭାବରେ ନିଜ ମନ ଅନୁଯାୟୀ କାମ ଗୁଡିକ ନହେବା କାରଣରୁ ବିଭିନ୍ନ ପ୍ରକାରର ଦୁଃଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ। ପ୍ରକାଶନ, ପ୍ରଶାସନ, ରାଜନୀତି, କଳା, ସାହିତ୍ୟ,ସାମ୍ବାଦିକତା ,ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ସାମଗ୍ରୀକ ଦୃଷ୍ଟିକୋଣରୁ ଗ୍ରହସ୍ଥିତି ଉନ୍ନତ ରହିବା ହେତୁ ଆଶାପୂରଣ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ। ନିଜର କଳା, କୈାଶଳର ପ୍ରୟୋଗକରି ପରିସ୍ଥିତିକୁ ଦେଖି କାମ କରିବା ଫଳରେ ଉପକୃତ ହେବେ। ଦୀର୍ଘ ଦିନ ହେଲା ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ଶୁକ୍ର ଯୋଗୁ ସବୁ ସମସ୍ୟା ପଛକୁ ପକାଇ ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ।
ମୀନମୀନ
ଚତୁଃଗ୍ରହ ଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ପାରିବାରିକ ସ୍ତରରେ ଯାହା କିଛି ସାଧାରଣ ସମସ୍ୟା ରହିଛି ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ ହେବେ। ଆଜିର ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରାଇବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ କୃତ୍ତିକା ନକ୍ଷତ୍ର ଆଜି ପ୍ରତ୍ୟେକ ଦିଗରୁ ମନ ଖୁସୀ ରହିବ, କାମଗୁଡିକୁ ପୂରା ଦମରେ କରିବା ପାଇଁ ନିଷତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ...

ରାଶିଫଳ: ବୁଧବାର, ଏପ୍ରିଲ୍‌ ୧୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ଏକଦଶରେ ବୃହସ୍ପତିଙ୍କ ଯୋଗୁ ଧାର୍ମିକ କାର୍ଯ୍ୟାରମ୍ଭ, ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ...

ରାଶିଫଳ: ବୁଧବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ ଆଜି ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିବେ। ବନ୍ଧୁଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ଜିଣିବେ ଏବଂ ପାରିବାରିକ ସମସ୍ୟା ସମାଧାନରେ ସଫଳ...

ରାଶିଫଳ: ଗୁରୁବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର କୋଣ ଭାବରେ ଥିବାରୁ ନିକଟରେ ରହୁ ନଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଶୁକ୍ର ଓ ମଙ୍ଗଳ ଚତୁର୍ଥସ୍ଥ ହେତୁ...

ରାଶିଫଳ: ସୋମବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି ଅତୀତ ସ୍ମୃତିର ଅଜଣା ଆବେଗରେ ମନ ଉତ୍‌ଫୁଲ୍ଲିତ ରହିବ। କୈାଣସି ପ୍ରିୟବନ୍ଧୁଙ୍କ ସହ ନୁତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଆନୁଷ୍ଠାନିକ କାମରେ...

ରାଶିଫଳ: ରବିବାର, ଫେବୃୟାରୀ ୭ ତାରିଖ– Daily Horoscope

ମେଷ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭ କରିବାର ସୁଯୋଗ ପାଇବେ। ଆଜକୁ କେତେଦିନ ହେଲା ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ...

ରାଶିଫଳ: ସୋମବାର, ଫେବୃୟାରୀ ୩ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ର ଯୋଗୁ ଆପଣ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣିଥିବା ବନ୍ଧୁଙ୍କ ଦୁଃଖଦ...

Advertisement
Archives

Model This Week