Posted inRasifala

ରାଶିଫଳ: ରବିବାର, ଜାନୁଆରି ୫ ତାରିଖ – Daily Horoscope

ମେଷ
ଆଜିର ଶ୍ରୀଚନ୍ଦ୍ର ଆପଣଙ୍କୁ ଉଚ୍ଚ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି, ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ। ନିଜ ରାଶିରେ ମଙ୍ଗଳ ଓ ସ୍ବଗୃହାଭିମୁଖୀ ଚନ୍ଦ୍ର ଆପଣଙ୍କୁ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିବେ। ଯାତ୍ରା, ଗୃହାରମ୍ଭ, ଅନ୍ୟାନ୍ୟ ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ।
ବୃଷ
ବୃଷ
ତୃତୀୟାଧିପତି ଦ୍ୱାଦଶସ୍ଥ ହେବାରୁ ସ୍ବଜନ,ସମ୍ପର୍କୀୟ ଏବଂ ଭାଇ ବନ୍ଧୁ ପ୍ରମୁଖଙ୍କ ସୁସମ୍ପର୍କ ରହି ନ ପାରେ। ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଅର୍ଥ ସମ୍ପର୍କକୁ ନେଇ ବାକ୍‌ଯୁଦ୍ଧ ଲାଗିବାର ଆଶଙ୍କା ରହିଛି। ଗ୍ରହମାନେ ଆପଣଙ୍କୁ ଆନୁଷ୍ଠାନିକ କାମରେ ବ୍ୟୟ କରାଇ ମାନସିକ ଅସ୍ଥିରତା ସୃଷ୍ଟି କରିବେ। ଅଯଥା ଗୁଡ଼ାଏ ମୂଲ୍ୟହୀନ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମିଥୁନ
ମିଥୁନ
ଶୁକ୍ରଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ପ୍ରଭାବରେ ଆରୋଗ୍ୟଲାଭ, ବନ୍ଧୁଙ୍କ ସ୍ନେହ, ଆଦର ଓ ବିଳାସ ଉପକରଣ ପାଇ ଖୁସି ହେବେ। ପାରିବାରିକ ବୁଝାମଣା ମାଧ୍ୟମରେ ସୁଖ ଶାନ୍ତି ଫେରିଆସିବ। ସରକାରୀ ସ୍ତରରୁ ଅର୍ଥ ଆଶା କରି ଋଣ ପରିଶୋଧ କରିବାରେ ସଫଳ ହେବେ। ବ୍ୟବସାୟ, କଳା,ସାହିତ୍ୟରେ ସମସ୍ୟା ସମାଧାନ ପୂର୍ବକ ଆଶା ପୂରଣ ହୋଇଯିବ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ଉଚ୍ଚାସନ, ନୂତନ କର୍ମନିଯୁକ୍ତି, ଶୁଭଖବର ଏବଂ ଆତ୍ମୀୟଙ୍କ ଆଦର ଗୌରବ ପ୍ରାପ୍ତ କରାଇବ।ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ଆର୍ଥିକ ପ୍ରଗତି, ସହକର୍ମୀଙ୍କ ସହାନୁଭୂତି, ଅଧସ୍ତନଙ୍କ ଆନୁଗତ୍ୟ ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ହେତୁ ଖୁସି ରହିବେ।
ସି˚ହ
ସି˚ହ
ଦିନଟି ସବୁ ଦିଗରୁ ଶୁଭଫଳ ଦେବ । ବିଭିନ୍ନ ସ୍ତରରେ ପୂର୍ବରୁ ସମସ୍ୟା ରହିଥିଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ନିଶ୍ଚୟ ହେବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ରାହୁ ଓ ମଙ୍ଗଳଙ୍କ ଶୁଭ ଦୃଷ୍ଟିରୁ ପ୍ରତିଯୋଗିତାରେ, ମାଲିମକଦ୍ଦମାରେ, ଜମିଜମା କିଣାବିକାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
କର୍ମସ୍ଥାନରେ ରାହୁ ଓ ପରିବାର ସ୍ଥାନରେ ଏକାଧିକ ଗ୍ରହଜନିତ କାରଣରୁ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଓ ପାରିବାରିକ ଅଶାନ୍ତି ସୃଷ୍ଟିହେବ। ଶନି କ୍ଷେତ୍ରସ୍ଥ ଶୁକ୍ର କୋଣଭାବସ୍ଥ ଯୋଗୁ ଯେଉଁ ଜିନିଷଟି ଅପେକ୍ଷାରେ ଅଛନ୍ତି ତାହା ବହୁ ବିଳମ୍ବରେ ପାଇବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ତୁଳା
ତୁଳା
ଶୁକ୍ର ଓ ଚନ୍ଦ୍ର କେନ୍ଦ୍ର ସ୍ଥାନରେ ରହି ଆପଣଙ୍କୁ ସାମଗ୍ରିକ ସୁଖ, ସୁବିଧା ଯୋଗାଇ କାର୍ଯ୍ୟ ସାଧିତ କରାଇବେ। କିନ୍ତୁ ଶନି ଓ ରାହୁ ପ୍ରଭାବରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁମାନେ ଭୁଲ୍‌ ବୁଝିପାରନ୍ତି। ବ୍ୟବସାୟ ଓ ପରିବହନରେ ସଂକଟ ଦୂରେଇଯିବ, କିନ୍ତୁ ଆଶାଜନକ ଲାଭ ନ ହୋଇପାରେ।
ବିଛା
ବିଛା
ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ, କିନ୍ତୁ ଶୁକ୍ରଙ୍କ ଶୁଭତ୍ୱରୁ ନୂତନ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର କ୍ରୟ କରିପାରନ୍ତି। ଆପଣଙ୍କର ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ଆବଶ୍ୟକ ସାହାଯ୍ୟ, ସହଯୋଗ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ରାଜନୀତିରେ ସଫଳ ହେବେ।
ଧନୁ
ଧନୁ
ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଆପଣଙ୍କ ବିଚାରଧାରାର ପରିବର୍ତ୍ତନ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ ସ୍ତରରେ ରହିଥିବା ବ୍ୟତିକ୍ରମଜନିତ ଟେନସନ୍‌ କିିଛି ମାତ୍ରାରେ କମିଯିବ। ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ବହୁତ ଭଲ।
ମକର
ମକର
ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବା ସହ ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ପାଇବେ। ଯିଏ ଯେତେ ଶତ୍ରୁତା କରି ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି ହେବନାହିଁ। ବାଣିଜ୍ୟ, ବ୍ୟବସାୟ ସାମାନ୍ୟ ବାଧାପ୍ରାପ୍ତ ହେବ; ମାତ୍ର ଆର୍ଥିକ, ସାମାଜିକ, ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ର ଉନ୍ନତ ରହିବା ସମ୍ଭାବନା ଅଛି ।
କୁମ୍ଭ
କୁମ୍ଭ
ଶନିଙ୍କ ସୁପ୍ରଭାବରେ ସ୍ବାସ୍ଥ୍ୟ ମୋଟାମୋଟି ଭଲ ରହିବ ଏବଂ ଚିନ୍ତା କରୁଥିବା କାର୍ଯ୍ୟରେ ବାଧାବିଘ୍ନ ଦୂରେଇଯିବ। ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରିବେ। କଚେରି ମାମଲା, ନୂତନ ପ୍ରକଳ୍ପାରମ୍ଭ, ଜମିଜମା ସମସ୍ୟା ସମାଧାନ ହେବାର ସୂଚନା ରହିଛି।
ମୀନମୀନ
ମୁଖଭାବରେ ଚନ୍ଦ୍ର ଥିବାରୁ ଆପଣଙ୍କ ମଧୁରବୋଳା ମନଲୋଭା କଥାରେ ଅନ୍ୟମାନଙ୍କର ମନକୁ ସହଜରେ କିଣିନେବେ। କୌଣସି କାମ ଅଟକିବ ନାହିଁ କିମ୍ବା ବ୍ୟବସାୟ ପରିବହନରେ କ୍ଷତି ମଧ୍ୟ ନ ହୋଇପାରେ। ପାରିବାରିକ, କର୍ମକ୍ଷେତ୍ର ଦିଗଟି ଭଲ ରହିବ। କିନ୍ତୁ ଈର୍ଷାପରାୟଣ ଆତ୍ମୀୟଙ୍କ ମିଥ୍ୟା ଗୁଜବ ସାମୟିକ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ରାଶିର ପୂବାର୍ଦ୍ଧରେ ବଳଶାଳୀ ଗ୍ରହଥିବାରୁ ଦିନର ପୂର୍ବାହ୍ନଟି ଆପଣଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ରହିବ । ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା...

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବିଶାଖା ନକ୍ଷତ୍ରସ୍ଥ ଚନ୍ଦ୍ର ସ୍ବାସ୍ଥ୍ୟସମସ୍ୟା ଓ ପଡୋଶୀ ସହ ବିବାଦର କାରଣ ହେବ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ବହୁଦିନରୁ ବାରମ୍ବାର ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। କିନ୍ତୁ ଚନ୍ଦ୍ରଙ୍କ ସାଙ୍ଗରେ ଶନି ରହିଥିବା କାରଣରୁ ବନ୍ଧୁ ଭଲ କଥାକୁ ଭେଲ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଶନି ସହ ଚନ୍ଦ୍ର ଯୋଗରୁ ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ଥିତି ଭଲ ରହିବନାହିଁ । ବହୁତ ଦିନରୁ ଅଟକି ରହିଯାଇଥିବା ସବୁ...

ରାଶିଫଳ: ଶୁକ୍ରବାର, ଜାନୁୟାରୀ ୨୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ ହେତୁ ଖୁସି ରହିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନ କାରବାରରୁ ଭଲ ଫଳ...

ରାଶିଫଳ: ଶୁକ୍ରବାର, ଜାନୁଆରି ୩ ତାରିଖ – Daily Horoscope

ମେଷ ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ କରାଇ ପାରିବାରିକ ଅଶାନ୍ତି ସୃଷ୍ଟିକରିବ। ଉଚ୍ଚାରୋହୀ ଧନାଧିପତିଙ୍କ ସୁପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ସଫଳତା, ପରିବହନରେ...

ରାଶିଫଳ: ସୋମବାର, ନଭେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ସିଦ୍ଧି ସହ ଉଚ୍ଚ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ର, ପରିବହନ ପାଇଁ ଅନୁକୂଳ ନ...

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ରାଶିରେ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ମନ ପ୍ରଫୁଲ୍ଲ ରହିବା ସହ ହସଖୁସିରେ ଦିନଟି ଅତିବାହିତ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ...

Advertisement
Archives

Model This Week