Posted inRasifala

ରାଶିଫଳ: ରବିବାର, ଜାନୁଆରି ୨୬ ତାରିଖ – Daily Horoscope

ମେଷ
ଦୀର୍ଘଦିନ ହେଲା ଯେଉଁମାନେ ପାଖ ମାଡୁ ନ ଥିଲେ ଆଜି ସେମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ଅଶ୍ୱିନୀ ନକ୍ଷତ୍ରର ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତାମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଲେ ମଧ୍ୟ ନିଜ ଦାୟିତ୍ୱରେ ରହିଥିବା କର୍ମ ସମ୍ପାଦନ କରିବାକୁ ବାଧ୍ୟ ହେବେ। ଆଜି ଅଫିସ୍‌ କାର୍ଯ୍ୟରେ ବେଶି ବ୍ୟସ୍ତ ରହି ଘର ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି। ରୋହିଣୀ ନକ୍ଷତ୍ର ବ୍ୟବସାୟ ସ୍ତରରେ ଅର୍ଥ ପାଇବା ସକାଶେ ଚେଷ୍ଟା କରୁଥିବା ସ୍ଥାନରୁ ଆଂଶିକ ସଫଳତା ମିଳିବ।
ମିଥୁନ
ମିଥୁନ
ନିଜ କଥା ପଛକୁ ପକାଇ ବାହାର ଲୋକମାନଙ୍କ କାମରେ ବିଶେଷ ସମୟ ଦେଇପାରନ୍ତି। ପରିସ୍ଥିତିର ପ୍ରତିକୂଳତାରେ ବନ୍ଧୁମାନେ ବିରୁଦ୍ଧାଚରଣ କରିପାରନ୍ତି। ଆରଦ୍ରା ନକ୍ଷତ୍ରର ହଜିଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇବା ସମ୍ଭାବନା ରହିଛି। ରାଜନୀତିରେ ଜନସେବା ପ୍ରତି ମନ ବଳିବ, କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀ କେହି ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି।
କର୍କଟ
କର୍କଟ
କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ସ୍ଥାନ ପରିବର୍ତ୍ତନ କରିବାକୁ ଚିନ୍ତାକରିପାରନ୍ତି। କାହା କଥା ନ ଶୁଣି ନିଜ ଇଚ୍ଛାରେ କାମ କରିବା ଭଲ ହେବ। ଅଶ୍ଳେଷା ନକ୍ଷତ୍ର, ସଭାସମିତିର ଆଲୋଚନା ମଧ୍ୟରେ କୌଣସି ବନ୍ଧୁଙ୍କ ହସ୍ତକ୍ଷେପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ବାଣିଜ୍ୟ, ବ୍ୟବସାୟ, ସଙ୍ଗଠନ, ଗବେଷଣା ପ୍ରଭୃତି କ୍ଷେତ୍ର ମଧ୍ୟମ ପ୍ରକାରର ରହିବ।
ସି˚ହ
ସି˚ହ
ଅର୍ଥଲାଭର ଆଶା ପୂରଣ ହେବା ଦିଗରେ କେତେକାଂଶରେ ସଫଳତା ମିଳିପାରେ। ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି। ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି ଉପରେ ଭରସାକଲେ ଅସୁବିଧାରେ ପଡ଼ିପାରନ୍ତି। ପୂର୍ବାଫାଲ୍‌ଗୁନୀର ନୂତନ ଘର, ଗାଡ଼ି କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିପାରନ୍ତି।
କନ୍ୟା
ଆଜି ବନ୍ଧୁମାନଙ୍କ ଗହଣରେ, ସଭାସମିତିରେ, ଆନୁଷ୍ଠାନିକ ତଥା କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପାରିବାରିକ, ପରିବହନ, ପ୍ରଶାସନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆଜିର ଯାତ୍ରା କେତେକାଂଶରେ ଫଳପ୍ରଦ ହେବ, କିନ୍ତୁ ମାନସିକ ଅସ୍ଥିରତା ଲାଗି ରହିବ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ।
ତୁଳା
ତୁଳା
ଆଜି ଯେଉଁଭଳି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ ହେବ ଏବଂ ବନ୍ଧୁମାନଙ୍କ ସାହାଯ୍ୟରୁ ଆର୍ଥିକ ସ୍ଥିତି ବେଶ୍‌ ମଜଭୁତ ରହିବ। ଯାତ୍ରାରେ କାର୍ଯ୍ୟସିଦ୍ଧି ସହ ନୂତନ ଯାନବାହନ କିମ୍ବା ଦ୍ରବ୍ୟଲାଭରୁ ଖୁସି ହେବେ। ସ୍ବାତୀ ନକ୍ଷତ୍ର ସଭାସମିତିରେ ନ୍ୟାୟୋଚିତ ପରାମର୍ଶ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ସୁସମ୍ପର୍କ ଥିବା ବ୍ୟକ୍ତିଟି ମୁହଁ ଫେରାଇ ନେଇପାରେ। ଆଜିର ଉତ୍ସବାନୁଷ୍ଠାନରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି। ପରିବାରରେ ଖର୍ଚ୍ଚ ପରିମାଣ ଦିଗୁଣା ହେବା ସହ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ ।
ଧନୁ
ଧନୁ
ଆଜି ନୂତନ ଯୋଜନା, ଅବହେଳିତ କାମ, କୌଣସି ଆଲୋଚନା ପ୍ରଭୃତିରେ ସଫଳତା ମିଳିବ। ଈର୍ଷାପରାୟଣ ନିଜ ଲୋକମାନେ ଦାଉ ସାଧିବା ପାଇଁ ଚେଷ୍ଟା କରିପାରନ୍ତି। ସାମାଜିକ ସ୍ତରରେ, ରାଜନୀତି କ୍ଷେତ୍ର, ସଭାସମିତିରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ମୂଳା ନକ୍ଷତ୍ରର ମାନସିକ ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହେବେ।
ମକର
ମକର
ଆନୁଷ୍ଠାନିକ କାମରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଶ୍ରବଣା ନକ୍ଷତ୍ରର ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଦକ୍ଷତା ଓ କୃତିତ୍ୱଭିତ୍ତିକ ପ୍ରଶଂସା ଓ ପ୍ରୋତ୍ସାହନ ଲାଭକରି ମନୋବଳ ବୃଦ୍ଧିପାଇବ। ଯାତ୍ରାରେ ଦୀର୍ଘ ସମୟ ଧରି ବନ୍ଧୁଙ୍କୁ ପ୍ରତୀକ୍ଷା କରି ରହିବା ଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।
କୁମ୍ଭ
କୁମ୍ଭ
ଆର୍ଥିକ ଦୁରବସ୍ଥା ଦୂରେଇଯିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଇ କୃତକାର୍ଯ୍ୟ ହେବେ। ଶତଭିଷା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। କଳା, ସାହିତ୍ୟ, ସଭାସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ।
ମୀନମୀନ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହୋଇଯିବେ। ନିକଟ ସମ୍ପର୍କୀୟମାନେ କୌଣସି ଘରୋଇ ଆଲୋଚନା ସକାଶେ ଆପଣଙ୍କୁ ଡାକିପାରନ୍ତି। ଉତ୍ତରଭାଦ୍ରପଦ ନକ୍ଷତ୍ର ଦକ୍ଷତା ହେତୁ କର୍ମକ୍ଷେତ୍ର୍ରରେ କିମ୍ବା ନିଜ ପରିସରରେ ପ୍ରତିଷ୍ଠିତ ହେବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri