Posted inRasifala

ରାଶିଫଳ: ରବିବାର, ଜାନୁଆରି ୧୨ ତାରିଖ – Daily Horoscope

ମେଷ
ଆଜିର ସ୍ବଗୃହୀ ଚନ୍ଦ୍ର ପ୍ରଭାବରୁ ପରିବାର ଓ କର୍ମକ୍ଷେତ୍ର ଶୃଙ୍ଖଳିତ ରହିବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଖର୍ଚ୍ଚଭାର ବୃଦ୍ଧି, ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ ସମସ୍ୟା, କଚେରି ମାମଲା ଯୋଗୁ ଚିନ୍ତାପ୍ରକଟ କରିବେ।
ବୃଷ
ବୃଷ
ମିତ୍ରଗୃହୀ ରାଶ୍ୟାଧିପଙ୍କ ସୁପ୍ରଭାବରେ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତିର ମାର୍ଗ ସୁଗମ ହେବ। ଅଫିସରେ ଭଲ୍‌ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। କିନ୍ତୁ ମୃଗଶିରା ନକ୍ଷତ୍ର ସକାଶେ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମିଥୁନ
ମିଥୁନ
ଧନସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଆର୍ଥିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ। କୁଟୀରଶିଳ୍ପ, ବ୍ୟବସାୟ ଓ ପରିବହନରେ ରହିଥିବା ପ୍ରତିବନ୍ଧକ ଦୂର ହୋଇଯିବ। କେତେକ ଅବହେଳିତ ସ୍ଥଗିତ କାର୍ଯ୍ୟ ସକାଶେ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ ନାହିଁ।
କର୍କଟ
କର୍କଟ
ଶୁଭଗ୍ରହ ପ୍ରଭାବରୁ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ପ୍ରସନ୍ନତା କର୍ମକ୍ଷେତ୍ରରେ ଉତ୍ସାହିତ କରାଇବ। ଆନୁଷ୍ଠାନିକ କାମ, ସଭାସମିତି, ସଙ୍ଗଠନ ଓ ରାଜନୀତି କ୍ଷେତ୍ର ସକାଶେ ଦିନଟି ବହୁତ ଭଲ। ଅଶ୍ଳେଷା ନକ୍ଷତ୍ର କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ଶିକ୍ଷା,ପରୀକ୍ଷା, ଋଣ ପରିଶୋଧ ଓ ଦୂରଯାତ୍ରାରେ ଆଶାଜନକ ସୁଫଳ ପାଇବେ।
ସି˚ହ
ସି˚ହ
କର୍ମାଧିପ କେନ୍ଦ୍ରସ୍ଥ ଯୋଗୁ ଆପଣଙ୍କ କୌଣସି କାମ ଅସମ୍ପୂର୍ଣ୍ଣ ରହିବ ନାହିଁ। କିନ୍ତୁ ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଭିତରେ ଭିତରେ ଚେର କାଟିଲା ଭଳି କାମ କରିପାରନ୍ତି। ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ବ୍ୟବସାୟିକ ସମ୍ପର୍କ, ଗବେଷଣା, ଅନୁସନ୍ଧାନ ଓ ବିଦେଶଯାତ୍ରାର ସୁଯୋଗ ପାଇବାର ସମ୍ଭାବନା ରହିଛି।
କନ୍ୟା
ଚନ୍ଦ୍ର ଓ ମଙ୍ଗଳଙ୍କ ପ୍ରଭାବରେ ଭାଇ,ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ସ୍ଥାପିତ ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ୟମାନଙ୍କ ସକାଶେ ଅସନ୍ତୋଷର କାରଣ ହୋଇପାରେ। ବାଣିଜ୍ୟ, ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତିର ସମ୍ଭାବନା ରହିଛି। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ତୁଳା
ତୁଳା
ଚନ୍ଦ୍ରଙ୍କ ଚତୁର୍ଥଭାବକୁ ଦୃଷ୍ଟି ଯୋଗୁ ବନ୍ଧୁମିଳନ, ଯାନବାହନ ଲାଭ ଏବଂ ପାରିବାରିକ ସୁସମ୍ପର୍କ ସୃଷ୍ଟି କରିବ। ହାତକୁ ନେଇଥିବା କାମଗୁଡ଼ିକ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ। କିନ୍ତୁ ତୃତୀୟଭାବରେ ଏକାଧିକଗ୍ରହ ଯୋଗୁ ପାଖ ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନି ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତିରୁ ସାମଗ୍ରିକ ସୁଖ, ସୁବିଧା ମଧ୍ୟରେ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବ। କିନ୍ତୁ କୌଣସି ବନ୍ଧୁଙ୍କ ବିଚ୍ଛେଦାମତ୍କ ସ୍ଥିତି ଅନୁରାଧା ପାଇଁ ସାମୟିକ ମନଦୁଃଖର କାରଣ ହୋଇପାରେ। ସମସ୍ୟା ରହିଥିଲେ ମଧ୍ୟ କୌଣସି ନୂତନ କର୍ମାରମ୍ଭ କରି ଆନନ୍ଦ ଅନୁଭବ କରି ପାରନ୍ତି। ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରି ସମସ୍ୟା ସୃଷ୍ଟି କରିବେ।
ଧନୁ
ଧନୁ
ମନ ମୁତାବକ କାର୍ଯ୍ୟସାଧନ କରିବାରେ ସିଦ୍ଧହସ୍ତ ହେବେ କିନ୍ତୁ ସାଧାରଣ କଥାରେ ପାରିବାରିକ କଳହ ଲାଗିବ। ବିଶେଷଭ୍ରମଣ ଓ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ। କୃତୀ ଓ କୃତିତ୍ୱ ସାଙ୍ଗକୁ କାର୍ଯ୍ୟଦକ୍ଷତାକୁ ନେଇ ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିପାରନ୍ତି।
ମକର
ମକର
ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ଯାହା ଇଚ୍ଛା କରୁଛନ୍ତି ତାହା ପାଇବେ ଓ କାମ ହାସଲରେ ସଫଳତା ମିଳିବ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ମାତ୍ର ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶାରୀରିକ ସୁସ୍ଥତାକ୍ରମଶଃ ଫେରି ଆସିବ ଓ ବନ୍ଧୁମାନଙ୍କ ସାହାଯ୍ୟ ପାଇବେ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଶୁଭତ୍ୱରୁ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ସମ୍ମାନଜନକ ସ୍ଥିତିରେ ରହିବେ। ଈର୍ଷାପରାୟଣ ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ସାମୟିକ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବାରୁ ଧନିଷ୍ଠା ନକ୍ଷତ୍ର ଖୁସି ରହିବେ।
ମୀନମୀନ
କର୍ମଭାବରେ ଗ୍ରହଯୋଗ ପ୍ରଭାବରୁ ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ କର୍ମକ୍ଷେତ୍ରରେ ପ୍ରଗତି ମନୋବଳ ବୃଦ୍ଧି କରିବ। ପାରିବାରିକ ସମର୍ଥନ ହାସଲ କରିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନର ଆଶା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ପାରିବାରିକ ପରିସ୍ଥିତି ବିଗିଡ଼ିଯାଇଥିବାରୁ ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଯାତ୍ରା, ସମ୍ପର୍କ ସ୍ଥାପନ, ପରିବହନ,…

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଗତିକରିବାକୁ ପଡିପାରେ। ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri