Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ଥା ମଧ୍ୟ ଖୋଜିବାରେ ଲାଗି ପଡିବେ। ଏଣେ ନିଜର ସ୍ବାସ୍ଥ୍ୟ ଭଲ ନ ରହୁଥିବାରୁ ମଧ୍ୟ ବ୍ୟସ୍ତତା ବଢିଯିବ। ସମ୍ପତିକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ଟଣାଓଟରା ଦେଖା ଦେଇପାରେ। ପରିସ୍ଥିତିବଶତଃ କାମ ଚାପାରେ ନିଜକୁ ଆଡଜଷ୍ଟ କରିବାକୁ ବାଧ୍ୟ ହେବେ।
ବୃଷ
ବୃଷ
ପରିସ୍ଥିତିକୁ ଦେଖି ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝତ୍ବେ। ଅସୁବିଧାକୁ ଜଣାଇଲେ ମଧ୍ୟ ଉପରିସ୍ଥ କର୍ମଚାରୀମାନେ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୈାଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
ମିଥୁନ
ମିଥୁନ
ଆନୁସଙ୍ଗିକ ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳି ଯିବ ଓ ପ୍ରତ୍ୟେକ କାର୍ଯ୍ୟର ସଫଳତା ଅବଶ୍ୟ ପାଇବେ। କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ସମାଲୋଚିତ ହେବେ। ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ସମସ୍ୟା ଦୂରେଇଯିବ।
କର୍କଟ
କର୍କଟ
କେତେକ ଅସଜଡା କାମକୁ ନେଇ ମାନସିକ ସ୍ଥିତି କ୍ରମଶଃ ଜଟିଳ ହୋଇ ପଡିବ। ଆଦୌ ଭଲ ସମ୍ପର୍କ ନଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ। ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ସି˚ହ
ସି˚ହ
ପରିବାରର ଅଭାବନୀୟ ପରିସ୍ଥିତିକୁ କେନ୍ଦ୍ର କରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ଅସ୍ଥିରତା ଦୂର କରିବା ବିଷୟରେ ପ୍ରିୟବନ୍ଧୁଙ୍କ ସାନ୍ତ୍ୱନାବାଣି ମନରେ ଆଶ୍ୱସ୍ତି ଭରିପାରେ। ପରିସ୍ଥିତି ବଶତଃ ମନ ନ ଥିଲେ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
କନ୍ୟା
ବହୁତ ଦିନରୁ ରହି ଯାଇଥିବା କାମ ଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ଅତି ନିକଟରେ ରହୁଥିବା ଲୋକଟି ଆପଣଙ୍କ ସକାଶେ ବହୁତ ଉପକାରରେ ଆସିବ। ବାଣିଜ୍ୟ, ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ।
ତୁଳା
ତୁଳା
ପ୍ରତ୍ୟେକ ପ୍ରକାରର ପରିସ୍ଥିତି ପ୍ରତି ସତର୍କ ରହି କାମ ନକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଅବଶ୍ୟ ଆଜି ଆକସ୍ମିକ ଭାବରେ କୌଣସି ଯୁବକ ବ୍ୟଚ୍ଛିଠାରୁ ଯଥେଷ୍ଟ ସହାୟତା ପାଇବେ। ଆଜିର ସକାଳୁଆ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ। ଆଶା କରୁଥିବା ସ୍ଥାନରୁ ବନ୍ଧୁ ମାନଙ୍କ ସାହଯ୍ୟରୁ ଦ୍ରବ୍ୟଲାଭ ହେତୁ ଖୁସୀ ହେବେ।
ବିଛା
ବିଛା
ଆବଶ୍ୟକତାକୁ ଉପଲବ୍ଧତ୍କରି ବନ୍ଧୁ ମାନେ ସହେଯାଗର ହାତ ବଢାଇବେ। ଫଳତଃ ସ୍ଥଗିତ ରହିଯାଇଥିବା କାର୍ଯ୍ୟ ସାଧିତ ହେବ ଏବଂ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ। ଯାତ୍ରା ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। କଳା, ସାହିତ୍ୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିଭିନ୍ନ ପ୍ରକାରର ସମସ୍ୟା ଭିତର ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିନ୍ଦ୍‌ପାରେ। ପଡୋଶୀମାନେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ମଧ୍ୟ କଳହ କରିପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ନଜର ଦେଇ କାମ କରିବା ଭଲହେବ।
ମକର
ମକର
କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ମାତ୍ର ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଫେରନ୍ତା ବାଟରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ରୋଗ, ଋଣ ଓ ଶତ୍ରୁତା ହେତୁକ ଦୁଃଚିନ୍ତାରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଭୁଲ୍‌ ବୁଝାମଣା କାରଣରୁ ବାଦବିବାଦ, ଧନହାନୀ ଓ ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ନିର୍ମାଣ, ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅଟକି ରହିଯାଇଥିବା କାମରେ ଦିନସାରା ବ୍ୟସ୍ତ ରହିବାକୁ ପଡିପାରେ।
ମୀନମୀନ
ଶାରୀରିକ ଅସୁସ୍ଥତା ଲାଗି ରହିବା କାରଣରୁ କେତେକ କାମ ଅଟକି ରହିଯିବ। ପିଲାମାନଙ୍କ କାଯର୍‌ୟକଳାପ ନାପସନ୍ଦ କରିପାରନ୍ତି, କିନ୍ତୁ କିଛି କରି ପାରିବେ ନାହିଁ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସାଂଗଠନିକ ସ୍ତରରେ ସହକର୍ମୀ ମାନଙ୍କର ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ। ନିଜର ଇଚ୍ଛା ଅନୁଯାୟୀ କାମ ହାସଲ କରି ଦିନଟିକୁ ଆନନ୍ଦର ସହ ବିତାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri