Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ
ଆଜି ରବି ଯୁକ୍ତ ଚନ୍ଦ୍ର ଯୋଗୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବାର ଆଶଙ୍କା ରହିଛି ା ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିପାରିବେ।
ବୃଷ
ବୃଷ
ଚତୁର୍ଥାଧିପଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କ ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପଡୋଶୀଙ୍କ ସାହାଯ୍ୟ କାମକୁ ଆସିବ ା ଉପରିସ୍ଥ କର୍ମଚାରୀମାନଙ୍କ ଅନୁକମ୍ପାରୁ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପିଲାମାନଙ୍କ ପଢା ସମସ୍ୟା,ପରିବହନରେ ଝଗଡା,ସଭାସମିତିରେ ବିତର୍କ ଜନିତ ସାମୟିକ ଅସ୍ଥିରତାର ସୂଚନା ମଧ୍ୟ ରହିଛି।
ମିଥୁନ
ମିଥୁନ
ସପ୍ତମ କେନ୍ଦ୍ରସ୍ଥ ଶନି ପ୍ରଭାବରୁ ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘ ଦିନର ଆଶା ଓ ଅଭିଳାଷକୁ ପୂରଣ କରିନପାରେ। ବୁଧ ଓ ବୃହସ୍ପତିଙ୍କ ପ୍ରଭାବ ସ୍ବାସ୍ଥ୍ୟରେ ଉନ୍ନତି,ବନ୍ଧୁ ସମ୍ପର୍କ ଓ ପାରିବାରିକ ସ୍ଥିତିକୁ ନିୟନ୍ତ୍ରିତ ରଖିବ। ମାଲି ମକଦ୍ଦମା, ଆଲୋଚନା, ଗବେଷଣା, ପ୍ରେସ୍‌ ପବ୍ଳିକେଶନ,ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
କର୍କଟ
କର୍କଟ
କର୍ମଭାବ ପ୍ରତି ଗ୍ରହଙ୍କ ଦୃଷ୍ଟି ଜନିତ କୌଣସି ଏକ ନୂତନ ପରିବେଶରେ ଭିନ୍ନ ପ୍ରକାରର ସ୍ବାଦର ଅନୁଭୂତି ଲାଭ କରିବେ। ଅତି ପରିଚିତ ବନ୍ଧୁଙ୍କ ସାହାଯ୍ୟରୁ ନୂତନ କର୍ମାରମ୍ଭ, ଭ୍ରମଣ ସୁଯୋଗ, ଦୂରଯାତ୍ରାଜନିତ ମନ ଏକପ୍ରକାର ଖୁସୀ ରହିବ। ପାରିବାରିକ ଅସ୍ଥିରତା,ଅର୍ଥାଭାବ,କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ କେତେକ ମାନସିକ ଦ୍ୱନ୍ଦ୍ୱ ଭିତରେ ଅପରାହ୍ନଟି କଟାଇବେ।
ସି˚ହ
ସି˚ହ
ଶନିଙ୍କ ପ୍ରଭାବରୁ ସାମୟିକ ପାରିବାରିକ ସମସ୍ୟା ନେଇ ଅର୍ନ୍ତଦ୍ୱନ୍ଦ୍ୱ ଲାଗି ରହିବ। ସଦାବେଳେ ହାତଖାଲି ରହିବା କାରଣରୁ ମନରେ ସରସତା ରହିବ ନାହିଁ। ଏହା ସଙ୍ଗକୁ ଅପୂରଣୀୟ ଆଶା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। ନିଜର କେତେକ ଅଧୁରା କାମକୁ ସମ୍ପନ୍ନ କରିବାକୁ ଚେଷ୍ଟା କରିବେ।
କନ୍ୟା
ରାଶିରେ ମଙ୍ଗଳ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ବଥିତବ୍ୟସ୍ତ କରାଇବା ସହ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରେ। ମନରେ ଶୁଦ୍ଧ ଭାବନା ଓ କର୍ମନିଷ୍ଠା ରହିଥିଲେ ମଧ୍ୟ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେବ। ହଠାତ୍‌ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ଭା୍ରତୁବିବାଦ ଦେଖାଦେଇ ପାରେ ା ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ ।
ତୁଳା
ତୁଳା
ନୂଆ କାମଟିଏ ଆରମ୍ଭ କରିବା ପାଇଁ ମନସ୍ଥ କରି ବନ୍ଧୁଙ୍କ ସହ ଯୋଗାଯୋଗ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବା ସହ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳଇବେ। ପ୍ରଶାସନିକ କ୍ଷେତ୍ର କିମ୍ବା ସଭା ସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତି ବଦଳାଇ କରିପାରନ୍ତି।
ବିଛା
ବିଛା
ବୁଧ ଓ ଶୁକ୍ରଙ୍କ ସହ ବୃହସ୍ପତିଙ୍କ ମିଳନ ସାଧାରଣ ସମସ୍ୟା ମଧ୍ୟ ଦେଇ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର କରାଇବ। ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେବେ ଯେପରିକି କେତେକ କ୍ଷେତ୍ରରେ କହିବେ ସିନା ସହିବେ ନାହିଁ,ଫଳରେ ମତାନ୍ତରର ସମ୍ଭାବନା ରହିଛି। ଶିଳ୍ପ, ବ୍ୟବସାୟ, ପରିବହନାଦିରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ।
ଧନୁ
ଧନୁ
ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନୀ ଘଟିବାର ଆଶଙ୍କା ରହିଛି। ଅର୍ଥନୈତିକ କାରବାର, ବ୍ୟବସାୟ,ଆଲୋଚନା, ଯାତ୍ରା କ୍ଷେତ୍ରରେ ସଠିକ୍‌ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ପାରିବାରିକ କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟାଶୀଳ ହେବା ଦ୍ୱରା ସମସ୍ୟାକୁ ନିମନ୍ତ୍ରଣ କରିବେ।
ମକର
ମକର
ଷଷ୍ଠ ରାହୁ ଓ ଦ୍ୱାଦଶ ଶନି ଆପଣଙ୍କୁ ଦିଗହରା କରାଇପାରେ। ଆଜି ସତର୍କତା ଅଭାବରୁ ଧନହାନୀ, କଳହ କିମ୍ବା ଆକସ୍ମିକ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବାର ଆଶଙ୍କା ରହିଛି। ଅବଶ୍ୟ ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ସ୍ତ୍ରୀ ସମ୍ପର୍କ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଶନିଙ୍କ ଶୁଭ ଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବା ସହ ବିଭିନ୍ନ ପ୍ରକାରର ଆଧ୍ୟାମତ୍ିକ କାର୍ଯ୍ୟକ୍ରମ, ତୀର୍ଥାଟନ ପ୍ରତି ମନରେ ନୂଆ ଭାବନା ଜାଗ୍ରତ ହେବ। ନୂତନ ଗୃହ, ଯାନ ବାହାନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ପରିବାରରୁ ବରାଦ ପାଇବେ। ଏହା ସଙ୍ଗକୁ ଆରକ୍ଷୀ ମାମଲା, ଜମିଜମା ସମ୍ପର୍କୀୟ ଚିନ୍ତାରେ ସାମୟିକ ମନ ଉଦ୍ୱିଗ୍ନ ରହିପାରେ।
ମୀନମୀନ
ଗୁରୁଦୃଷ୍ଟିର ଶୁଭ ପ୍ରଭାବରେ କୈାଣସି କ୍ଷେତ୍ରରୁ ଆଶାଜନକ ଅର୍ଥ, ସମ୍ମାନ, ଉପଢ଼ୌକନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri