Posted inRasifala

ରାଶିଫଳ : ମଙ୍ଗଳବାର, ମେ ୨୮ ତାରିଖ – Daily Horoscope

ମେଷ
ସମସ୍ୟା ବିଜଡ଼ିତ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ। ଯଦିଓ ବିଶେଷ କିଛି ଗୁରୁତର ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ପ୍ରଶାସନିକ ସ୍ତରରେ କିମ୍ବା ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯତ୍ନ କରିବା ସହ ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଅଫିସ୍‌ର କାମ ଚାପ ପ୍ରଭାବରୁ ଟେନ୍‌ସନ କିଛି ମାତ୍ରାରେ ଲାଗିରହିବ। ପରିବାର କ୍ଷେତ୍ରର ସମସ୍ୟା ପ୍ରଭାବରୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ମାନସିକ ଅଶାନ୍ତିର କାରଣ ହୋଇପାରେ।
ମିଥୁନ
ମିଥୁନ
ଆତ୍ମୀୟସ୍ବଜନଙ୍କ ସହାନୁଭୂତିର ସୁଯୋଗ ଲାଭ କରିବେ। ଯେଉଁ କାମଟିକୁ ଆଜି ଯାଏଁ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ। ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଗତକାଲିଠାରୁ ଯାହା କରିବା ପାଇଁ ଚିନ୍ତା କରିଥିଲେ ସେଥିରେ କୌଣସି ପ୍ରକାରର ଅସୁବିଧା ହେବନାହିଁ, ବରଂ କାମଗୁଡ଼ିକ ସହଜ ଓ ସୁବିଧାରେ ହୋଇଯିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ରୋଗୀଣା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ।
ସି˚ହ
ସି˚ହ
ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ସଂଗଠନ, ପ୍ରଶାସନ ପାଇଁ ଦିନଟି ବହୁତ ଭଲ। ଭୁଲ୍‌ ବୁଝାମଣା ଜନିତ ଉଚ୍ଚପଦାଧିକାରୀଙ୍କ କ୍ରୋଧରୁ କିଛିଟା ହଇରାଣ ହୋଇ ପାରନ୍ତି। ପରିବାରରେ ଶିକ୍ଷା ଓ ପରୀକ୍ଷା ସଂକ୍ରାନ୍ତୀୟ ଆଲୋଚନାକୁ ନେଇ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କନ୍ୟା
ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପାରେ। ଅବଶ୍ୟ ଅନ୍ୟମାନଙ୍କ ସକାଶେ ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇଥିଲେ ତାହା ଅକ୍ଳେଶରେ ହୋଇଯିବ। ସାଙ୍ଗସାଥୀଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ , ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଆପଣଙ୍କ ନିରବଚ୍ଛିନ୍ନ ଉଦ୍ୟମ କାରଣରୁ ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢ଼ିପାରିବ ନାହିଁ।
ବିଛା
ବିଛା
ଅଧିକାଂଶ ସମୟରେ ଅଯଥା ଭୟ, ଆଶଙ୍କା, ଉଦବେଗ ମଧ୍ୟରେ ଦିନଟିକୁ କଟାଇବାକୁ ପଡ଼ିପାରେ। ସ୍ବାସ୍ଥ୍ୟଗତ କେତେକ ସମସ୍ୟା ମନକୁ ନିରୁତ୍ସାହିତ କରିବା ସହ ଯାତ୍ରାକୁ ସ୍ଥଗିତ ରଖିପାରେ। ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ ମନ ଭଲ ରହିବ ନାହିଁ। ସାଧାରଣ କଥାରେ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ କୌଣସି ଅସୁବିଧା ହେବ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ ଯେ କୌଣସି କ୍ଷେତ୍ରରେ ମଧ୍ୟ ତରବର ନ ହୋଇ ଭାବିଚିନ୍ତିି କାମ କରିବା ଭଲ ହେବ।
ମକର
ମକର
ଦ୍ୱାଦଶସ୍ଥ ଶନିଙ୍କ ପ୍ରଭାବରୁ ଧୀର ମନ୍ଥର ଗତିରେ ପ୍ରତ୍ୟେକ କାମ ସମାହିତ ହେବ। ଏହା ସାଙ୍ଗକୁ ପରୋକ୍ଷ ଶତ୍ରୁତା, ଧାର କରଜ, ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଏଣେ ଯେତେ ଭଲକଥା କୁହନ୍ତୁ କିମ୍ବା କରନ୍ତୁ ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ଗୁଣଗାନ କରିବା ବଦଳରେ ନିନ୍ଦା କରିବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହ ଶତ୍ରୁତା,ପୁଅ ଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତ ରହିବେ ଯାହାକି ଆଜି ହିଁ ଏହି ଦୁଶ୍ଚିନ୍ତା ମନକୁ ଆକ୍ରମିତ କରିବ। ତଥାପି ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୂର୍ବବନ୍ଧୁ କିଛି ଖବର ନେଇ ଆସିବେ। କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତି କିମ୍ବା ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ମୀନମୀନ
କର୍ମକ୍ଷେତ୍ରରେ ଗୋଟିଏ ସମସ୍ୟା ଶେଷ ହେଉ ହେଉ ଅନ୍ୟ ଏକ ସମସ୍ୟାରେ ମନ ପୂରାପୂରି ଭାରାକ୍ରାନ୍ତ ରହିବ। ଆଜି ଦିନଟି ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ମନ୍ଦ ହେବନାହିଁ । ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗି ରହିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଆଜି ସାଧାରଣ କଥାରେ ମତାନ୍ତରଜନିତ ପାରିବାରିକ କ୍ଷେତ୍ରରେ ଟେନ୍ସନ ସୃଷ୍ଟି ହୋଇପାରେ। ଜମିଜମା କାରବାର କିମ୍ବା ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ।...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କରାଇନେବେ। କୃତ୍ତିକା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ...

ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସଦ୍‌ଭାବ ଓ ସମ୍ପର୍କୀୟଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ପାଇ ଖୁସି ହେବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ, ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ ଆଜି ଦିନ ମଧ୍ୟରେ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯାଇ ପାରନ୍ତି। ବ୍ୟବସାୟିକ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅନୁକୂଳତା ପ୍ରାପ୍ତ ହେବ। ତଥାପି ସାମୟିକ ଦ୍ୱନ୍ଦ୍ୱ ଓ ତର୍କବିତର୍କ କ୍ଷେତ୍ରରେ ସମୟ ଅତିବାହିତ ହୋଇପାରେ। ଯାତ୍ରା,...

ରାଶିଫଳ: ରବିବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ ରାହୁଗ୍ରସ୍ତ ଚନ୍ଦ୍ରଙ୍କ ଯୋଗୁ ମାନସିକ ଦ୍ୱନ୍ଦ୍ୱ ସହ ଆଶା,ନିରାଶା ମଧ୍ୟରେ ଦିନଟି କଟାଇବାକୁ ପଡ଼ିପାରେ। ଘରକଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନକୁ ଶୁକ୍ରଚନ୍ଦ୍ରଙ୍କ ଦୃଷ୍ଟି ଆପଣଙ୍କୁ ମନୋରଞ୍ଜନର ସୁଯୋଗ ପ୍ରଦାନ କରିବ । କିନ୍ତୁ ବନ୍ଧୁଙ୍କ ସହ ଆପଣଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ...

Advertisement
Archives

Model This Week