Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ
ଚନ୍ଦ୍ର ଏକାଦଶରେ ରବି ଯୋଗୁ କେତେଦିନ ହେଲା ଯାହା ପାଇବା ପାଇଁ ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବୃଷ
ବୃଷ
ଶୁକ୍ରଙ୍କ ଦଶମରେ ବୁଧ ହେତୁ ଆର୍ଥିକ ସ୍ଥିତି ଭଲ ରହିବା ସହ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରିବେ। ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ବନ୍ଧୁମାନଙ୍କ ସହଯୋଗୀ ମନୋଭାବ ପ୍ରତି ସ୍ନେହ ଶ୍ରଦ୍ଧା ଓ ପ୍ରେମାନୁରାଗୀ ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧଙ୍କ କେନ୍ଦ୍ରରେ ଶୁକ୍ର ଓ ଚନ୍ଦ୍ର ହେତୁ ବହୁତ ଦିନ ହେଲା ଅଟକି ରହିଥିବା କାମଗୁଡ଼ିକ ଆଜି ସୁବିଧାରେ ହୋଇଯିବ। ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁମାନଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କୌଣସି ନୂତନ ଯୋଜନା ବିଷୟରେ ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଶନି ଓ ରାହୁଙ୍କ ଷଡ଼ାଷ୍ଟକ ସ୍ଥିତି କଠିନଶ୍ରମ ସାଙ୍ଗକୁ ବହୁଳ ଖର୍ଚ୍ଚାନ୍ତ ମାନସିକ ଅଶାନ୍ତି ସୃଷ୍ଟି କରିବ। ବ୍ୟବସାୟ,ବାଣିଜ୍ୟ ଓ ପରିବହନ ତଥା ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଜୀବନରେ ଭୁଲ୍‌ ବୁଝାମଣା ସୃଷ୍ଟି ହେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ରବି କେନ୍ଦ୍ରରେ ରାହୁ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାକୁ ଦେବନାହିଁ। ସ୍ବାସ୍ଥ୍ୟ କ୍ରମଶଃ ଅବନତି ଦିଗକୁ ଗତି କରିପାରେ,ଏଣୁ ସାବଧାନତା ଅବଲମ୍ବନ କରିବା ଭଲ। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ କିନ୍ତୁ ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ସାଧନା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ପରିବାର ସ୍ଥାନରେ କେତୁ ଯୋଗୁ ଯିଏ ଯାହା କହିଲେ ଆପଣଙ୍କୁ ତାହା ଖୁସି କରାଇପାରିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇବେ। କୌଣସି ଖଳ ଲୋକଙ୍କ କଥାରେ ପଡ଼ି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବାକୁ ପଡ଼ିପାରେ।
ତୁଳା
ତୁଳା
ବୁଧଙ୍କ ସ୍ଥିତି ପ୍ରଭାବରେ ବନ୍ଧୁ ବିଦ୍ୱେଷ ସାଙ୍ଗକୁ ପାଇବା ଜିନିଷ ମଧ୍ୟ ହରାଇବାକୁ ପଡ଼ିପାରେ। ଆଲୋଚନା ପରିସରରେ ବିଭିନ୍ନ ପ୍ରକାର କଥା କହିବା କାରଣରୁ ବିବାଦ ବଢ଼ିପାରେ। ଆଜି କଠିନ ପରିଶ୍ରମ କରି ମଧ୍ୟ ପାରିଶ୍ରମିକ ମନଲାଖି ହୋଇ ନ ପାରେ। ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ସାମୟିକ ବ୍ୟଥିତ କରିବ।
ବିଛା
ବିଛା
ରାଶ୍ୟାଧିପ ଉଚ୍ଚ ସ୍ଥାନରେ ରହିଲେ ମଧ୍ୟ ଅନ୍ୟ ଦୁଇଟି ଗ୍ରହ ଉଦ୍ୟମ ଓ ଚିନ୍ତାଧାରାରେ ବ୍ୟତିକ୍ରମ ସୃଷ୍ଟି କରିବେ। ପରିବାରରେ ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କଳା, ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ଆଇନ ଅଦାଲତରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ବନ୍ଧୁକାରକ ବୁଧ ତୃତୀୟସ୍ଥ ଯୋଗୁ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପଡ଼ୋଶୀଙ୍କୁ ବିନୟପୂର୍ବକ ପ୍ରିୟ କଥା କହି ଭୁଲ୍‌ ବୁଝାମଣାହେତୁକ ସମସ୍ୟାକୁ ସୁଧାରି ନେବେ। ଯାନବାହନରେ ସତର୍କତା ରକ୍ଷା କରନ୍ତୁ। ସମସ୍ୟାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ବଢ଼ାଇ ଦେଇପାରନ୍ତି।
ମକର
ମକର
ମଙ୍ଗଳଙ୍କ ଶୁଭ ଦୃଷ୍ଟି ପାରିବାରିକ ଜୀବନରେ ଖୁସି ଓ ଆନନ୍ଦର ବାତାବରଣ ସୃଷ୍ଟି କରିବ। ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, କଳହର ସମ୍ମୁଖୀନ ହୋଇପାରନ୍ତି। ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି।
କୁମ୍ଭ
କୁମ୍ଭ
ଶୁକ୍ର ଯୁକ୍ତ ଚନ୍ଦ୍ର ପ୍ରଭାବରେ ସବୁ ଦୁଃଖକୁ ପଛରେ ପକାଇ ପରିବାର ସହ ହସଖୁସିରେ ସମୟ କଟାଇବେ। ବହୁ ଦିନହେଲା ଯେଉଁ ଜିନିଷଟି ନପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ। ହଠାତ୍‌ ଜଣେ ବନ୍ଧୁ ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି।
ମୀନମୀନ
ଷଷ୍ଠାଧିପ ରାଶିରେ ଅବସ୍ଥାନ କରୁଥିବାରୁ ଜଣାଶୁଣା ବ୍ୟକ୍ତି କିମ୍ବା ପ୍ରଭାବଶାଳୀ ବିଶିଷ୍ଟବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। କିନ୍ତୁ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri