Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ
ଆଜିର ଏକାଦଶ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ମନେ ମନେ ଭାବୁଥିବା କାମରେ ସଫଳତା ପାଇବେ। ପାରଷ୍ପରିକ ଉତ୍ତମ ବୁଝାମଣା ଏବଂ ଉତ୍ସାହ ଜନିତ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। କାର୍ଯ୍ୟକୁଶଳତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ କରିବାର ଯୋଗ ରହିଛି।
ବୃଷ
ବୃଷ
ଶନି କ୍ଷେତ୍ରରେ ଶୁକ୍ର ହେତୁ ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁଙ୍କ ଠାରୁ ହଠାତ୍‌ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।
ମିଥୁନ
ମିଥୁନ
ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ପରେ ସେଥିସକାଶେ ଅନୁତାପ କରିବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିଶ୍ରମ ମୁତାବକ ଫଳ ନ ପାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପ୍ରଶଂସାସୂଚକ ପଦୁଟିଏ କଥା ମଧ୍ୟ ଶୁଣିବାକୁ ମିଳିବ ନାହିଁ। ପରିବହନରେ ଅଭିଯୋଗ ଆସିପାରେ କିମ୍ବା ଘରୋଇ କଥାରେ କିଛି ମତପାର୍ଥକ୍ୟ ସୃଷ୍ଟି ହେବ। ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ। ଉପରିସ୍ଥଙ୍କ ଶୁଭଦୃଷ୍ଟିରୁ ସାମାଜିକସ୍ତରରେ ସମ୍ମାନ ଲାଭ କରିବେ।
ସି˚ହ
ସି˚ହ
ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡ଼ିବ। ପୃଷ୍ଠପୋଷକତା ଅଭାବରୁ କାମଗୁଡିକ ସୁବିଧାରେ ହେବା କଷ୍ଟକର ହୋଇପଡ଼ିବ। କୌଣସି ଲୋକର ଚାପ ପ୍ରଭାବରୁ ଧୀରେ ସୁସ୍ଥେ କାମ କରିବାକୁ ବାଧ୍ୟ ହେବେ। ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଅର୍ଥାଭାବ ପ୍ରତ୍ୟେକ କାମକୁ ବିଳମ୍ବିତ କରିବ।
କନ୍ୟା
ଆଜି ଫେରିବା ବେଳକୁ ଯିବା ସମୟର ଆନନ୍ଦ ମନରେ ଆଉ ନ ଥିବ, ନିରାଶ ମନରେ ଫେରିବେ। ରୋଗଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ବ୍ୟବସାୟ କ୍ଷେତ୍ରରେ ଅଥବା କିଣାବିକାର ଚୁକ୍ତି କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। କଚେରି ମାମଲାର ସମାଧାନର ଆଶା ମନକୁ ସାମୟିକ ଲାଘବ କରିବ।
ତୁଳା
ତୁଳା
ନିକଟ ସମ୍ପର୍କୀୟଙ୍କଠାରୁ ବାଧିଲାଭଳି କଥା ଶୁଣି ସବୁ ଆନନ୍ଦ ପାଣିଫୋଟକା ପରି କୁଆଡ଼େ ମିଳେଇଯିବ। କିନ୍ତୁ ଏଭଳି ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆଜି ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ।
ବିଛା
ବିଛା
ଭଲ ସମ୍ପର୍କ ଥିବା ବନ୍ଧୁମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ। ଫଳରେ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। କିଛି କାମ ହାସଲ ସକାଶେ ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ଧନୁ
ଧନୁ
ପରିବାରରେ ବିରକ୍ତିଜନିତ ଅପ୍ରିୟ ସତ୍ୟ ଭାଷଣ ମତାନ୍ତରର ଆଶଙ୍କା ରହିଛି। ଭାଙ୍ଗିପଡ଼ିଥିବା ସମ୍ପର୍କକୁ ଯୋଡ଼ିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଦୀର୍ଘଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ ା ହିତୈଷୀଙ୍କ ପରାମର୍ଶରେ କୌଣସି ନୂତନ କାମ ଆରମ୍ଭ କରିବା ପାଇଁ ମନ ବଳାଇବେ।
ମକର
ମକର
କାର୍ଯ୍ୟଦକ୍ଷତାଜନିତ ଅଭିଳାଷ ପୂରଣ କରି ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ। ପରିବାର ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ ତକ୍‌ଲିପି ସହିବାକୁ ପଡ଼ିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍‌ବେଳିତ ହୋଇପାରେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
କୁମ୍ଭ
କୁମ୍ଭ
ବାଧ୍ୟତାମୂଳକ ଭାବେ ପ୍ରତ୍ୟେକ କାମକୁ ଆନ୍ତରିକତାବିହୀନ ଓ ନିରୁତ୍ସାହିତ ଭାବେ କରିବେ। ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହୋଇପାରେ। କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବାର ସୂଚନା ରହିଛି। ପାରିବାରିକ ଜୀବନରେ ଉଚିତ ବୁଝାମଣାଜନିତ ଶାନ୍ତି ଫେରି ଆସିବ।
ମୀନମୀନ
କାମଟିର ଶେଷ ସମୟ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଲେ ନିଶ୍ଚିତ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି। ଉତ୍ତର ଭାଦ୍ରପଦ୍‌ ନକ୍ଷତ୍ର ପରିସ୍ଥିତି ପ୍ରତି ସତର୍କ ରହି କାମ କଲେ ଉପକୃତ ହୋଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?