Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୫ ତାରିଖ – Daily Horoscope

ମେଷ
ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସୁଧାରିବା କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟର ଆବଶ୍ୟକତା ଅନୁଭବ କରିବେ। କୃତିକା ନକ୍ଷତ୍ର ସକାଶେ ପାରିପାର୍ଶ୍ୱିକ ପରିସ୍ଥିତି ସେତେଟା ଭଲ ରହିନପାରେ। ଜମିଜମା ବିାବଦ କିମ୍ବା ପରିବହନ ସମ୍ବନ୍ଧୀୟ ସମସ୍ୟାସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିବ। ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ଅତୀତ କଥାକୁ ଚିନ୍ତା କରିବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଅସହଯୋଗ ଆଜି ପାଇଁ ମୁୂଖ୍ୟ ସମସ୍ୟସ ରୂପରେ ଦେଖାଦେବ। ଅଧିକାଂଶ ସମୟ ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍‌ ସମୀକ୍ଷା କରି ପାରିବେ ନାହିଁ। ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ସଫଳତା ପାଇପାରିବେ।
ମିଥୁନ
ମିଥୁନ
ଆଜି ରାଶି ଓ ଚତୁର୍ଥାଧିପତି ଧନ ସ୍ଥାନସ୍ଥ ହେତୁ ବନ୍ଧୁ ମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତରେ କରିବାକୁ ମନସ୍ଥ କରିବେ। ସାଧାରଣ କେତେକ ବ୍ୟତିକ୍ରମ ମଧ୍ୟରେ ଅର୍ଥଲାଭ ହେବା ସହ ଆଜିର ଯାତ୍ରାରେ ସଫଳତା ପାଇବେ। ଶନିଙ୍କ ସ୍ବଭାଗ୍ୟଭାବକୁ ଦୃଷ୍ଟି ହେତୁ ଅବସ୍ଥା ସେତେଟା ଉଦ୍‌ବେଗ ଜନକ ହେବନାହିଁ।
କର୍କଟ
କର୍କଟ
ଶନିଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବିପରୀତ ରାଜଯୋଗ ପ୍ରଭାବରେ ସମସ୍ୟା ସମାଧାନ କରିବାରେ ସଫଳତା ପାଇବେ। ବୃହସ୍ପତିଙ୍କ ପ୍ରଭାବରେ ଆପଣଙ୍କ ସଠିକ୍‌ ବିଚାରଧାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତାର କାରଣ ହୋଇପାରିବ। ଆଜି ଆପଣଙ୍କୁ ଦ୍ୱାଦଶସ୍ଥ ରାହୁ ଆପଣଙ୍କୁ କୈାଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ରଖେଇ ଦେବେ ନାହିଁ।
ସି˚ହ
ସି˚ହ
କେନ୍ଦ୍ରସ୍ଥ ବୃହସ୍ପତି କର୍ମସ୍ଥାନକୁ ଦେଖୁଥିବାରୁ ସ୍ଥଗିତ କର୍ମସମୂହ ତ୍ୱରାନ୍ବିତ ହୋଇପାରିବ। ତୃତୀୟାଧିପତି ଚର୍ତୁର୍ଥଭାବକୁ ଅବଲୋକନ କରୁଥିବାରୁ ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଅନ୍ୟମାନଙ୍କର ପରାମର୍ଶ ନ ମାନି ନିଜ ମନଇଚ୍ଛା କାମ କରିବା ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ଆପଣଙ୍କ ରାଶିପାଇଁ ଗ୍ରହସ୍ଥିତିର ବିଷମତା ନଥିବା କାରଣରୁ ଯେକୈାଣସି କାମରେ ମଧ୍ୟ ଆପଣ ଅସଫଳ ହେବେ ନାହିଁ। ଆପଣଙ୍କ ଅଭିଳାଷ ପୂରଣ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ତୁଳା
ତୁଳା
ମୁଖଭାବରେ ବୃହସ୍ପତି ପ୍ରଭାବରୁ ଆପଣ ଆମତ୍ୀୟସ୍ବଜନଙ୍କ ସହ ମନଖୋଲା ଆଲୋଚନା କରିପାରିବେ ନାହିଁ। ବ୍ୟୟଭାବକୁ ଚନ୍ଦ୍ରଙ୍କ ଦୃଷ୍ଟି ଆପଣଙ୍କୁ ବନ୍ଧୁ ପରିଜନଙ୍କ ସହ ଭ୍ରମଣ ସକାଶେ ଅନୁପ୍ରେରିତ କାରଇପାରେ। ଘରୋଇ ସମସ୍ୟାକୁ କେନ୍ଦ୍ରକରି ଘର ଲୋକମାନଙ୍କ ବ୍ୟସ୍ତ ଓ ବିବ୍ରତତାକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ।
ବିଛା
ବିଛା
ଆଜି ଚନ୍ଦ୍ରଙ୍କ ପ୍ରତି ଗୁରୁଙ୍କ ପୂର୍ଣ୍ଣଦୃଷ୍ଟି କାରଣରୁ ଆଜି ଆପଣ ଯାହା ଚାହିଁବେ ତାହା ନିର୍ବିଘ୍ନରେ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ମଧ୍ୟ କିୟତ୍‌କ୍ଷଣ ମଧ୍ୟରେ ଦୂରୀଭୂତ ହୋଇଯିବ। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ ା
ଧନୁ
ଧନୁ
ଶୁକ୍ରଙ୍କ ପ୍ରଭାବରେ ଆପଣଙ୍କ ଚିନ୍ତାଧାରା ବନ୍ଧୁ କିମ୍ବା ସହକର୍ମୀଙ୍କ ମନରେ ସହାନୁଭୂତି ଜାଗ୍ରତ କରାଇବ। କିନ୍ତୁ ପାପଗ୍ରହ ମଧ୍ୟ ଚନ୍ଦ୍ର ଜନିତ ଅସାବଧାନତା କିମ୍ବା ଅନ୍ୟମନସ୍କ ରହିବା ହେତୁ ଅର୍ଥହାନୀ ଓ ଶରୀର ପୀଡାରୁ କଷ୍ଟ ପାଇବେ। କର୍ମକ୍ଷେତ୍ରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ମକର
ମକର
ଆଜିର ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ଭଲ ରହିବା ହେତୁ ଆପଣଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବନାହିଁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସାମୟିକ ଖୁସୀ ରହିବାର ସୁଯୋଗ ପାଇବେ। ସଭାସମିତି, ଆନୁଷ୍ଠାନିକ କର୍ମ, ତଥା ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିପାରେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ପାପଯୁଚ୍ଛ ହେଲେ ମଧ୍ୟ ସମସ୍ୟା ସଙ୍ଗରେ ଲଢେଇ କରି ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୈାଣସି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନଙ୍କର ପରୋକ୍ଷ ଶତ୍ରୁତା ହେତୁ କିଛିଟା ବ୍ୟତିକ୍ରମ ଘଟିପାରେ।
ମୀନମୀନ
ରାଶିରେ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ସୁସ୍ଥ ମାନସିକତା ପ୍ରଦାନ କରିବାରେ ସହାୟକ ହେବ। ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଭଲରେ ଅତିବାହିତ ହେବ। ସାଧାରଣ ପରିଶ୍ରମରେ ଏବଂ ସହକର୍ମୀମାନଙ୍କ ସୌହାର୍ଦ୍ଦ୍ୟୟରୁ ସମସ୍ୟା ଗୁଡିକ ଆପଣାଛାଏଁ ସୁଧୁରି ଯିବ। ନିକଟ ସମ୍ପର୍କୀୟମାନଙ୍କ ଠାରୁ ପରାମର୍ଶ ନେଇ କାମ କଲେ କାର୍ଯ୍ୟସିଦ୍ଧି ଘଟିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?