Posted inRasifala

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ
ଆଜି ଆପଣ ସମାଜକଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକକ୍ଷେତ୍ରରେ, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ପ୍ରଶାସନିକ ସ୍ତରରେ କେତେକ ସମସ୍ୟାକୁ କେନ୍ଦ୍ର କରି ଅର୍ନ୍ତଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ।
ବୃଷ
ବୃଷ
ମତାନ୍ତରଜନିତ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଆଜି ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯଦ୍ଦ୍ବାରା କି ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ। ପରିବହନ, ପ୍ରଶାସନ ଓ ପ୍ରକାଶନ, ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ।
ମିଥୁନ
ମିଥୁନ
ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ, ପ୍ରଶାସନ, ସାମ୍ବାଦିକତା, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି। ରାଜନୈତିକ ତତ୍ପରତା ପରିବେଶକୁ ସରଗରମ କରିପାରେ।
କର୍କଟ
କର୍କଟ
ସୌହାର୍ଦ୍ଦ୍ୟତା ମଧ୍ୟରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ। ଦେବଦର୍ଶନ ଓ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଭାଇଙ୍କ ପାରିବାରିକ ସମସ୍ୟା କିମ୍ବା ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ ବନ୍ଧୁ ସୁବିଧାବାଦୀ ଗୁଣରେ ଶୋଷଣ କରିବାର ଅପଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଆଜି ବ୍ୟୟବୃଦ୍ଧି, ସନ୍ତାନମାନଙ୍କ ସମସ୍ୟା, ଶତ୍ରୁତା ବିରୋଧର ସାମନା କରିବା ଦିଗରେ ଚିନ୍ତିତ ରହିବେ। ଅବଶ୍ୟ ଧୈର୍ଯ୍ୟ ଧାରଣ କଲେ ସବୁ କାମଗୁଡିକ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ। ଆତ୍ମୀୟ ମାନଙ୍କର ମଧ୍ୟ ସାହାଯ୍ୟ ସହଯୋଗର ଅଭାବ ରହିବନି।
ତୁଳା
ତୁଳା
ଯାହା ଆଜି ପର୍ଯ୍ୟନ୍ତ ଖୋଜି ଖୋଜି ପାଉ ନ ଥିଲେ ଆଜି ତାହା ଆକସ୍ମିକ ଭାବରେ ପାଇ ମନ ଏକବାର ଖୁସୀ ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ ହେବ। ଅଫିସରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଧୋକା ଖାଇ ପରିସ୍ଥିତି ଆପଣଙ୍କୁ ସହନଶୀଳ ଓ ନୀରବଦ୍ରଷ୍ଟା ଭାବରେ ରୂପାୟିତ କରିଦେବ। ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ସାମାନ୍ୟ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।
ଧନୁ
ଧନୁ
ଆତ୍ମୀୟମାନଙ୍କ ତରଫରୁ କୌଣସି ସମସ୍ୟା କିମ୍ବା ବିରୋଧ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏହା ସଙ୍ଗକୁ ନୂତନ ସ୍ଥାନ ପରିଦର୍ଶନ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ମଜ୍ଜାଇ ରଖିବେ। ଏକ ଆଧ୍ୟାତ୍ମିକ ପରିବେଶରେ ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ମଧ୍ୟ ସମୟ ଅତିବାହିତ ହୋଇପାରେ।
ମକର
ମକର
ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ମତାନ୍ତର, ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧାଭାସର ଆଭାସ ମାନସିକ ଅଶାନ୍ତିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟାସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। କର୍ମ କ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।
କୁମ୍ଭ
କୁମ୍ଭ
ପ୍ରୀତିପ୍ରଦ ରହି ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବ ତଥାପି ସମସ୍ୟା ମଧ୍ୟ ପଛେ ପଛେ ଲାଗି ରହିବ। କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ। ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପରିବହନ, ଯାନ୍ତ୍ରିକ ଶିଳ୍ପରେ ବିଶେଷ ଭାବରେ ଉପକୃତ ହେବେ।
ମୀନମୀନ

ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିବେ। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ଆଜି ମନ ଭଲ ରହିବା ସାଙ୍ଗକୁ ପ୍ରତ୍ୟେକ କାମରେ ନିଜକୁ ନିମଜ୍ଜିତ କରି ରଖିବେ। କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା…

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ…

ରାଶିଫଳ: ଶନିବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗ ପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri