Posted inRasifala

ରାଶିଫଳ: ବୁଧବାର ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ
ରାଶ୍ୟାଧିପତି ପୂର୍ଣ୍ଣବଳବାନ୍‌ ଯୋଗୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ପଶ୍ଚାତ୍‌ପଦ ହେବେନାହିଁ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। ସକାଳୁ ସକାଳୁ ପାରିବାରିକ ମତପାର୍ଥକ୍ୟ ଜନିତ ମାନସିକ ଅସ୍ଥିରତା ଅନୁଭବ କରିବେ।
ବୃଷ
ବୃଷ
ସ୍ବଗୃହାଭିମୁଖୀ ଶୁକ୍ର ସ୍ବାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଋଣ ମାଧ୍ୟମରେ ଅର୍ଥ ଓ ଦୂରଯାତ୍ରାର ପ୍ରସ୍ତୁତି କରିପାରନ୍ତି। ପରୋକ୍ଷ ଶତ୍ରୁତା ପ୍ରଭାବରେ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଦୀର୍ଘଦିନର ଆଶା ଫଳବତୀ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ମିଥୁନ
ମିଥୁନ
ବୁଧ କର୍ମସ୍ଥାନରେ ଅବସ୍ଥାନ କରି ତୃତୀୟଭାବକୁ ଦୃଷ୍ଟି ଦେଉଥିବାରୁ ବନ୍ଧୁ, ପରିଜନଙ୍କ ଆଦରଣୀୟ ହେବେ। ମିତ୍ରବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଲାଭକରି ଅଭିଳଷିତ କର୍ମ ସମ୍ପାଦନ କରିପାରନ୍ତି। ଧାରକରଜ କରି ପାରିବାରିକ ଆବଶ୍ୟକତା ଚଳାଇ ନେବାକୁ ବାଧ୍ୟହେବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ର କର୍ମସ୍ଥାନରେ ରବିଙ୍କ ସହ ରହି ଭାଇ, ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ହାସଲ କରିବେ। କିନ୍ତୁ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତବିବ୍ରତ ହୋଇପାରନ୍ତି। ନିଜ ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । କଳା,ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ରହିଥିବା ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବ ।
ସି˚ହ
ସି˚ହ
ରବି ଭାଗ୍ୟସ୍ଥାନସ୍ଥ ଯୋଗୁ ଆପଣଙ୍କ ଉଦ୍ୟମ କଦାପି ନିଷ୍ଫଳ ହେବନାହିଁ । କିନ୍ତୁ ସ୍ବଗୃହରୁ ବ୍ୟୟଭାବସ୍ଥ ଶୁକ୍ର ପ୍ରଭାବରେ ଦୀର୍ଘଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟାଜନିତ ବ୍ୟସ୍ତତା ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ।
କନ୍ୟା
ରାଶ୍ୟାଧିପ ବୁଧ ଷଷ୍ଠଭାବରେ ରହି ପ୍ରତ୍ୟେକ ପରିସ୍ଥିତିକୁ ସାମନା କରିବା ସହ ସଫଳତା ହାସଲ କରିବେ । କିନ୍ତୁ ଅଫିସ୍‌ କାମର ଜଞ୍ଜାଳ ବଢ଼ିଯିବା ସହ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ପରିବାର ସ୍ଥାନରେ ବୃହସ୍ପତିଙ୍କ ସହ ପାପଗ୍ରହ ଅବସ୍ଥାନ କରିଥିବାରୁ ନିଜ ଲୋକଙ୍କ ଦ୍ୱାରା ସମସ୍ୟାଗ୍ରସ୍ତ ହୋଇପାରନ୍ତି।
ତୁଳା
ତୁଳା
ଶୁକ୍ର ସପ୍ତମକେନ୍ଦ୍ରସ୍ଥ ଯୋଗୁ ଗୃହିଣୀଙ୍କ ପରାମର୍ଶରେ କାମ କରିବା ସହ ଦୂରଯାତ୍ରା କରିପାରନ୍ତି। ଗୃହକୁ ମୂଲ୍ୟବାନ ଜିନିଷ, ଯାନବାହନ କିମ୍ବା ବିଳାସ ଉପକରଣ ଆଣିପାରନ୍ତି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ ଉପକୃତ ହେବେ। ସ୍ଥାନାନ୍ତର ଚିନ୍ତାରେ ମାନସିକ ସ୍ଥିତି ଭଲ ରହି ନ ପାରେ ।
ବିଛା
ବିଛା
ଉଚ୍ଚରାଶିରେ ମଙ୍ଗଳ ଶତ୍ରୁ ଶନି ସହ ରହିଥିବାରୁ ବିବାଦୀୟ ଚିନ୍ତାଧାରା ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିବ। ତଥାପି ଶୁକ୍ର ପ୍ରଭାବରେ ପାରସ୍ପରିକ ସହମତି ଓ ଆଲୋଚନା ଦ୍ୱାରା ଶାନ୍ତି ଓ ସମସ୍ୟା ସମାଧାନ ଦିଗରେ ତପତ୍ରତା ପ୍ରକାଶ କରିବେ। କାରବାରରେ ଲାଭବାନ ହେବେ ଏବଂ ଲେଖାପଢ଼ାରେ ରୁଚି ବଳିବ।
ଧନୁ
ଧନୁ
ବୃହସ୍ପତି ନିଜଗୃହରେ କେତୁଯୁକ୍ତ କାରଣରୁ ଆପଣଙ୍କ ଯୋଜନା ଦିଗହରା ହୋଇପାରେ। କିନ୍ତୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଭୁଲ୍‌ ବୁଝାମଣା ଓ ସନ୍ଦେହାଛନ୍ନ ଧାରଣାଜନିତ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ।
ମକର
ମକର
ଶନି ସ୍ବଗୃହରେ ରହି ପରିବାରରେ ଏପରିକି କର୍ମକ୍ଷେତ୍ରରେ ମଧ୍ୟ ନିଜର ଆଧିପତ୍ୟ ଜାହିର କରିପାରନ୍ତି। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ଓ ପାରିବାରିକ ସମସ୍ୟା ନେଇ କିଛିଟା ଚିନ୍ତା କରିବାକୁ ପଡ଼ିପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ ଏବଂ ଅପରାହ୍ନେ କାୈଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ମଙ୍ଗଳ ଓ ଶନି ଦ୍ୱାଦଶଭାବରେ ରହି ଆପଣଙ୍କୁ ବିଭିନ୍ନ ସମସ୍ୟାରେ ବ୍ୟତିବ୍ୟସ୍ତ କରାଇପାରନ୍ତି। ତଥାପି ରାଜନୈତିକ କିମ୍ବା ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇ କାର୍ଯ୍ୟ ସାଧନ କରିପାରିବେ। ଭୂମିପୁତ୍ର ମଙ୍ଗଳ ପାପଯୁକ୍ତ କାରଣରୁ ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ, ମାତ୍ର ସଫଳତା ହାସଲ କରିବେ ।
ମୀନମୀନ
ଗୌରବର ଅଧିକାରୀ ଗୁରୁ କବନ୍ଧଗ୍ରହ ସଂଯୋଗରେ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ସମ୍ମାନହାନି କରାଇପାରନ୍ତି। ଫଳତଃ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଖଳ ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ଅର୍ଥ, ବ୍ୟବସାୟିକ ସ୍ଥିତି ଓ ଯାତ୍ରା ପ୍ରଭୃତି ରେବତୀ ପାଇଁ ପ୍ରତିବନ୍ଧକ ହେବନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧୁରେ ଆନନ୍ଦମୟ ପରିବେଶ ସୃଷ୍ଟି କରିବ। କିନ୍ତୁ ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାଧିପ ଶନି ଓ ମନକାରକ ଚନ୍ଦ୍ର ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ ନୂତନ କର୍ମାରମ୍ଭ ସକାଶେ ଅନୁକୂଳ ବାତାବରଣ ଆସି ନ ପାରେ। ଅଧିକନ୍ତୁ...

ରାଶିଫଳ: ଗୁରୁବାର, ଜୁନ ୬ ତାରିଖ – Daily Horoscope

ମେଷ ଆଜି ପୁନର୍ବସୁ ନକ୍ଷତ୍ରସ୍ଥ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ସକାଶେ କିଛିଟା ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ। ସବୁ କିଛି ଭଲ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ ଆଜି ରବି ଯୁକ୍ତ ଚନ୍ଦ୍ର ଯୋଗୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ମିଥ୍ୟା ଅଭିଯୋଗ ସକାଶେ...

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠସାହାଯ୍ୟରୁ ଅସମ୍ଭବ କାମକୁ ସମ୍ଭବ କରାଇବାରେ ସାହାଯ୍ୟ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇ ଦୁଃଖକୁ ଲାଘବ କରିବେ। କେତେକ ସାମାନ୍ୟ...

ରାଶିଫଳ: ସୋମବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ। କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର...

ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ ଧନ ସ୍ଥାନରେ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ଅର୍ଥ ପାଇବେ ଏବଂ ବନ୍ଧୁଗହଣରେ ସୁସ୍ବାଦୁଭୋଜ ମିଳିବ। କିନ୍ତୁ ଭାଇ, ବନ୍ଧୁ, କୁଟୁମ୍ବ, ପଡ଼ୋଶୀ,ସହକର୍ମୀ,ପରିବାର ଓ...

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ନିକଟସ୍ଥ ଲୋକଙ୍କୁ ଆପଣାର କରି କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପାଇପାରିବେ। ତଥାପି କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ...

Coronavirus Update


Archives

Model This Week

Why Dharitri