Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ
ଆଜିର ଦଶମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ କାମକୁ ଧୀର ମନ୍ଥର ଗତିରେ ଆଗକୁ ବଢ଼ାଇନେବ। ସ୍ଥିର ଭାବରେ କୌଣସି ସ୍ଥାନରେ ଦୀର୍ଘ ସମୟ ରହିପାରିବେ ନାହିଁ। ପରିବାରର ସହମତି ନେଇ କାମକଲେ ସମସ୍ୟାର ସରଳ ସମାଧାନ ହୋଇପାରିବ। ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ଭ୍ରମଣ ସୁଯୋଗ ଲାଭ କରିବେ।
ବୃଷ
ବୃଷ
ଧନ ଭାବରେ ରାହୁ ସହ ଶୁକ୍ର ଅବସ୍ଥାନ କରିଥିବାରୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅର୍ଥଶ୍ରାଦ୍ଧ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବମାନ ଗ୍ରହଣ କରି ସମ୍ମାନ ଲାଭ କରିିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ସମସ୍ୟାବହୁଳ ରହିପାରେ।
ମିଥୁନ
ମିଥୁନ
ରବି ସହ ମଙ୍ଗଳ ଓ ବୁଧ ମୁଖଭାବ ମଣ୍ଡନ କରି ଅପ୍ରିୟ ସତ୍ୟ ବାକ୍ୟ ପ୍ରୟୋଗପୂର୍ବକ ବନ୍ଧୁଙ୍କ ସହ ମତାନ୍ତରର କାରଣ ହେବ। ଆଶା କରିଥିବା ଜିନିଷଟି ଆଜି ଅପରାହ୍ନ ସମୟରେ ପାଇପାରିବେ। ନିଷ୍ପତ୍ତିମୂଳକ ଆଲୋଚନାରେ ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି । ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ।
କର୍କଟ
କର୍କଟ
ଆଜିର ଗ୍ରହାବସ୍ଥାନ ଆପଣଙ୍କୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମାନସିକ ଉତ୍ତେଜନା ସୃଷ୍ଟି କରିବ। ଦୂର ସ୍ଥାନରୁ ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ଆଲୋଚନା ପରିସରରେ ନ୍ୟାୟୋଚିତ ପରାମର୍ଶ ଏବଂ ବନ୍ଧୁ ଗହଣରେ ପ୍ରଶଂସିତ ହେବେ ା ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରେ।
ସି˚ହ
ସି˚ହ
ଆଜି ଆପଣ ଏତେଦୂର କାର୍ଯ୍ୟବ୍ୟସ୍ତ ରହିବେ ଯେ-କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିପାରିବେ ନାହିଁ। ଯାତ୍ରା ସମୟରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଅନ୍ୟମାନଙ୍କ କଥାକୁ ସତ ମନେକରି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ଶନି ଯୁକ୍ତ ଚନ୍ଦ୍ର ପ୍ରଭାବରେ ମାନସିକ ଶିଥିଳତା ସହ ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ରହିବାର ସୂଚନା ରହିଛି।
କନ୍ୟା
ଦ୍ୱାଦଶ ଭାବରେ ଏକାଧିକ ଗ୍ରହ ଆପଣଙ୍କୁ ବ୍ୟୟବହୁଳ ଖର୍ଚ୍ଚାନ୍ତ କରାଇପାରେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବ, ଯଦ୍ଦ୍ବାରା ସେ ଆପଣଙ୍କୁ ଆଡଆଖିରେ ମଧ୍ୟ ଚାହିଁବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ।
ତୁଳା
ତୁଳା
କର୍ମାଧିପତି ସ୍ବଗୃହକୁ ଦେଖୁଥିବାରୁ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ନିର୍ମାଣ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ବିଛା
ବିଛା
ଚନ୍ଦ୍ରର ଏକାଦଶସ୍ଥ ବୃହସ୍ପତି ଆପଣଙ୍କୁ ବନ୍ଧୁପ୍ରିୟ କରାଇପାରେ। ପାଖ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବା କାରଣରୁ ଖୁସି ରହିବେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତ, ସାମ୍ବାଦିକତାରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ, ଯାନବାହନରେ ଲାଭବାନ ହେବେ।
ଧନୁ
ଧନୁ
ସପ୍ତମରେ ଶୁକ୍ର ଓ ପାପଗ୍ରହ ରହିଥିବାରୁ ଆଜିର ଯାତ୍ରାରେ ସାମାନ୍ୟ ହଇରାଣ ହରକତ ହେବାକୁ ପଡ଼ିପାରେ। ମନ ପାଉ ନ ଥିଲେ ମଧ୍ୟ ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।
ମକର
ମକର
ରାଶିରେ ଚନ୍ଦ୍ରଥିବାରୁ ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କ୍ରୀଡ଼ା, କଳା ସାହିତ୍ୟ, ସଙ୍ଗୀତ, ନୃତ୍ୟାଦିରେ ସୃ୍‌ଷ୍ଟି ହୋଇଥିବା ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
କୁମ୍ଭ
କୁମ୍ଭ
ପାପଗ୍ରହ ପ୍ରଭାବରେ ଆପଣ କୌଣସି କଥାରେ ଠିକ୍‌ ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ। ଅବଶ୍ୟ ଆର୍ଥିକ ସ୍ଥିତିରେ ଆଂଶିକ ଉନ୍ନତି ପରିଲକ୍ଷିତ ହେବ।
ମୀନମୀନ
ଦେବଗୁରୁଙ୍କ ଅନୁକମ୍ପାରୁ ସ୍ବାସ୍ଥ୍ୟ ଭଲ ରହିବା ସହ କାର୍ଯ୍ୟସିଦ୍ଧି ଘଟିବ। ଆଜି ହଠାତ୍‌ ଆକସ୍ମିକ ଭାବରେ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ପାରିବାରିକ ସ୍ତରରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଆଜି ଆପଣ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୨୪ ତାରିଖ – Daily Horoscope

ମେଷ ଆଜି କର୍ମ ସ୍ଥାନରେ ଚନ୍ଦ୍ର ଚତୁର୍ଥଭାବକୁ ଦେଖୁଥିବାରୁ ଗୃହ, ଭୂମି, ଗାଡ଼ି, ମୋଟର ଦିଗରୁ ଲାଭବାନ୍‌ ହେବେ। କିନ୍ତୁ ବନ୍ଧୁବାନ୍ଧବ, ସହକର୍ମୀ, ଧାର କରଜ,...

ରାଶିଫଳ: ଶନିବାର, ଫେବୃୟାରୀ ୧୮ ତାରିଖ – Daily Horoscope

ମେଷ ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଅଶ୍ୱିନୀ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ବିବାଦଜନିତ ଶାରୀରିକ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଦୀର୍ଘଦିନରୁ ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁ ଗହଣରେ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ...

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ମନ ଖୁସୀ ରହିବ, କାମଗୁଡିକ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ଆଜିର ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ...

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ ।  ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।  ଶତ୍ରୁମାନେ...

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୧୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। କୃତ୍ତିକା ନକ୍ଷତ୍ର ଆଶା କରିଥିବା ଜିନିଷଟି ଆଜି ଅପରାହ୍ନେ ପାଇପାରନ୍ତି।...

ରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ଆଜି ଅ-ନାମାକ୍ଷର ବ୍ୟକ୍ତିଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ...

Advertisement
Archives

Model This Week