Posted inRasifala

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ
ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌ ହେବେ। ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ନିର୍ମାଣ, ଗଣ ଯୋଗାଯୋଗ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
ରବିଙ୍କ ପ୍ରଭାବରେ ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। କଳା, ସାହିତ୍ୟ, ସଭାସମିତି, ସାମ୍ବାଦିକତା,ଏଜେନ୍ସିପ୍‌ରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଭାଗ୍ୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଥିବାରୁ ବିବଦମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସମସ୍ତ ପ୍ରକାରର ପ୍ରତିବନ୍ଧକକୁ ସମାନ କରିବା ଧୈର୍ଯ୍ୟ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସୀ ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ସପ୍ତମଭାବସ୍ଥ ଗ୍ରହ ପ୍ରଭାବରେ ଆକସ୍ମିକ ସ୍ଥାନ ପରିବର୍ତ୍ତନଜନିତ କେତେକ ସମସ୍ୟା ଆସିପାରେ। ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ନିଜ ଲୋକମାନଙ୍କୁ ଭୁଲ୍‌ ବୁଝି ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଆଜି ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବାକୁ ମନସ୍ଥ କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ଆଦେଶକୁ ଅବଜ୍ଞା ନ କରି ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ମନ ବିଚଳିତ ରହିବା କାରଣରୁ କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଅସମର୍ଥ ହୋଇପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
କନ୍ୟା
ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ହେବାର ଆଶା କ୍ଷୀଣ ହୋଇପାରେ। ରାହୁଙ୍କ ଯୋଗୁ କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।
ତୁଳା
ତୁଳା
ରବି ସହ ଶୁକ୍ରଙ୍କ ସାନ୍ନିଧ୍ୟଜନିତ ପ୍ରଚଣ୍ଡ ଖରାରେ ଦୀର୍ଘପଥ ଅତିକ୍ରମ କରିବା କାରଣରୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଆଖିରେ ନ ଦେଖି କେବଳ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କ କାମରେ ଯୋଗ ଦେବା ପାଇଁ ମନ ଛଟପଟ ହେବ ।
ବିଛା
ବିଛା
ଅନୁରାଧାର ନିଧନତାର ହେତୁ ଦୂର ସ୍ଥାନକୁ ଯିବା ସମୟରେ ଅସାବଧାନତା କାରଣରୁ ଧନ ହାନି ଘଟିପାରେ। ପ୍ରତ୍ୟେକ ସ୍ତରରେ ସହମତି ଭିତ୍ତିରେ କିମ୍ବା ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ।
ଧନୁ
ଧନୁ
ଚନ୍ଦ୍ର ଚତୁର୍ଥଭାବକୁ ଅବଲୋକନ କରୁଥିବାରୁ ପାରିବାରିକ ସମସ୍ୟା କମିବା ସହ ମାନସିକ ସ୍ଥିତି ଏକପ୍ରକାର ଭଲ ରହିବ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ମକର
ମକର

ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ସଫଳତାର ଶୀର୍ଷକୁ ଛୁଇଁବ। କାହା ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ଭୋଗିବାକୁ ପଡ଼ିପାରେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

କୁମ୍ଭ
କୁମ୍ଭ
ଶନିଦୃଷ୍ଟ ତୃତୀୟ ଭାବରୁ ପଡୋଶୀମାନେ ସାଧାରଣ କଥାକୁ ଅତିରଞ୍ଜିତ କରି କଳହ କରିପାରନ୍ତି। ସାଧାରଣ ମନେ ନ କରି ପିଲାମାନଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ଭଲ ହେବ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହା କି ଦୁଶ୍ଚିନ୍ତାର କାରଣ ହୋଇପାରେ। ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି।
ମୀନମୀନ

ଆଜି ଆନୁଷ୍ଠାନିକ କାମରେ ବନ୍ଧୁ, ବୁଦ୍ଧିଜୀବୀ କିମ୍ବା ଆତ୍ମୀୟମାନଙ୍କ ଦ୍ୱାରା ପ୍ରଶଂସାଭାଜନ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ଘଟିବ। ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ଏକ ଭିନ୍ନ ପରିବେଶରେ ପୁଣି ଯୋଡି ହୋଇଯିବ। ଜମିଜମା କାରବାର, ତେଜରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ଆଜି ମନ ଭଲ ରହିବା ସାଙ୍ଗକୁ ପ୍ରତ୍ୟେକ କାମରେ ନିଜକୁ ନିମଜ୍ଜିତ କରି ରଖିବେ। କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା…

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ…

ରାଶିଫଳ: ଶନିବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗ ପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri