Posted inRasifala

ରାଶିଫଳ: ବୁଧବାର, ଜୁନ୍‌ ୨୬ ତାରିଖ – Daily Horoscope

ମେଷ
ଆଜିର ଦ୍ୱାଦଶସ୍ଥ ଚନ୍ଦ୍ରଙ୍କ ଅଷ୍ଟମସ୍ଥ ବୃହସ୍ପତିଙ୍କ ଦୃଷ୍ଟି ଆପଣଙ୍କ ଯାତ୍ରା, ପରିବାର, ଯାନବାହନ ପାଇଁ ସମସ୍ୟା ସୃଷ୍ଟି କରିବ। ବୁଧ ଓ ବୃହସ୍ପତି ସମ୍ପର୍କରୁ ଶ୍ରମିକ କିମ୍ବା କଞ୍ଚାମାଲର ଅଭାବ ଜନିତ ନିର୍ମାାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଅବଶ୍ୟ ସଭାସମିତି, ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ।
ବୃଷ
ବୃଷ
ଅଷ୍ଟମାଧିପତିଙ୍କ ଶୁକ୍ରଙ୍କ ପ୍ରତି ଦୃଷ୍ଟି ସ୍ବାସ୍ଥ୍ୟ ସମସ୍ୟାଜନିତ ବନ୍ଧୁମିଳନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ସାଧାରଣ କଥାକୁ କେନ୍ଦ୍ର କରି ସମ୍ପର୍କରେ ବୈରମନୋଭାବ, ଜମିଜମା କାରବାରରେ କଳହ କିମ୍ବା ସହକର୍ମୀଙ୍କ ସହ ତର୍କ ବିତର୍କର ସମ୍ମୁଖୀନ ହେବେ। ପ୍ରତିଦ୍ୱନ୍ଦ୍ୱିତା ହେତୁ ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେବ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଅନୁଯାୟୀ ପରିବାରରେ ସ୍ବାସ୍ଥ୍ୟହାନି ବ୍ୟସ୍ତ ବିବ୍ରତତାର କାରଣ ହୋଇପାରେ। ତଥାପି ଅସୁବିଧାରେ ଥିଲେ ମଧ୍ୟ ନିଜ ପରିସରର ଲୋକମାନଙ୍କକ ସାହାଯ୍ୟରୁ କୌଣସି କାମ ଅଟକିବ ନାହିଁ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ବନ୍ଧୁମିଳନ, ସଭାସମିତିରେ ଅଗ୍ରଗତି ଘଟିବ।
କର୍କଟ
କର୍କଟ
ଆଜି ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଦିନଟିରେ ଭୋଗ ବିଳାସ, କଳା ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ, ମଜଲିସ୍‌ ସକାଶେ ମନ ବଳାଇବେ। ରବି ଓ ରାହୁଙ୍କ କୁପ୍ରଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ବ୍ୟବସାୟ,ବାଣିଜ୍ୟରେ ଉନ୍ନତି ଘଟିବ।
ସି˚ହ
ସି˚ହ
ସମସ୍ୟା ଲାଗି ରହିଲେ ମଧ୍ୟ ଆପଣ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିପାରନ୍ତି। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଜଟିଳ ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ ବିପନ୍ନ କରିବ। ଏକାଦଶସ୍ଥ ବଳବାନ୍‌ ରାହୁ ସହ ରବି ହେତୁ ବିବାଦୀୟ ଘଟଣାରେ ବିଜୟ ଲାଭ ଅବଶ୍ୟମ୍ଭାବୀ। ପ୍ରଶାସନିକ ସ୍ତରରେ ସଫଳତା ଲାଭ କରିବେ।
କନ୍ୟା
ଅଷ୍ଟମାଧିପତି ମଙ୍ଗଳ ଏକାଦଶ ଭାବରୁ ଧନଭାବକୁ ପ୍ରଭାବିତ କରୁଥିବାରୁ ଅର୍ଥ କିମ୍ବା ବିବାଦୀୟ ମନ୍ତବ୍ୟ ଜନିତ ସମସ୍ୟା ଆସିପାରେ। କୌଣସି କଥାକୁ ଠିକ୍‌ ଭାବେ ବିଚାର ନ କରି ଓ ଭୁଲ୍‌ ନିଷ୍ପତ୍ତି ନେଇ ପରେ ଅନୁତାପ କରି ପାରନ୍ତି। ଅବଶ୍ୟ ବୃହସ୍ପତିଙ୍କ ସୁପ୍ରଭାବ ବାଣିଜ୍ୟରେ ଉନ୍ନତି ଘଟାଇବା ସହ ଆଲୋଚନାକୁ ଅମୀମାଂସିତ ରଖିପାରେ।
ତୁଳା
ତୁଳା
ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ରୋଗ, ଋଣ ଓ ଶତ୍ରୁତା ହେତୁକ କାର୍ଯ୍ୟହାନି ଜନିତ ଚିନ୍ତିତ କରାଇପାରେ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧିକୁ ସନ୍ଦେହ କରି ଘରେ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ପଡିପାରେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିିବିଶେଷଙ୍କ ସହଯୋଗରୁ ଉପକୃତ ହେବେ। ସ୍ବାସ୍ଥ୍ୟ ହାନି କାରଣରୁ କାମ କରିବା ପାଇଁ ନିସ୍ପୃହତା ଅନୁଭବ କରିପାରନ୍ତି।
ବିଛା
ବିଛା
ଭାଗ୍ୟଭାବସ୍ଥ ମଙ୍ଗଳଙ୍କ ପ୍ରତି ଗୁରୁଦୃଷ୍ଟି ସୁସମ୍ପର୍କ ବୃଦ୍ଧିରେ ସହାୟକ ହୋଇପାରିବ। ତଥାପି ନିକଟ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣି ପାରନ୍ତି। ଫଳତଃ ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପାରେ। ନିର୍ମାଣ, ପରିବହନ, ଜମିଜମା କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।
ଧନୁ
ଧନୁ
ଚନ୍ଦ୍ରଙ୍କ କେନ୍ଦ୍ରରେ ଚାରୋଟି ପାପଗ୍ରହ ପରିବାର ଓ କର୍ମକ୍ଷେତ୍ରକୁ ପ୍ରଭାବିତ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି। ବିଶେଷ ଭାବେ ଆଶା କରୁଥିବା ଦିଗରୁ ଅର୍ଥ ଓ ଆବଶ୍ୟକୀୟ ସହଯୋଗ ଆଶା ଭଣ୍ଡୁର ହୋଇଯିବ। ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ପୂର୍ବ ଶତ୍ରୁତାକୁ ନେଇ ପଡୋଶୀମାନେ ଅସୁବିଧା ସମୟରେ ପାଖ ମାଡିବେ ନାହିଁ।
ମକର
ମକର
ଅନୁକୂଳ ଗ୍ରହ ପ୍ରଭାବରୁ ଆଶା ପୂରଣ ହେବା ସହ ନୂତନ କର୍ମାରମ୍ଭ ପ୍ରୀତିଦାୟକ ହୋଇପାରେ। କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ। ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚନ୍ଦ୍ର ଓ ଶୁକ୍ରଙ୍କ ଶୁଭ ସଂସ୍ଥାନ ଆପଣଙ୍କ ଆଜିର ଜୀବନଯାତ୍ରାକୁ ଆନନ୍ଦ ଦାୟକ କରିବ। ବଳହୀନ ମଙ୍ଗଳ ଯୋଗୁ ସାହାଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ। ବ୍ୟବସାୟରେ ସଫଳତା ହାସଲ କରିପାରନ୍ତି।
ମୀନମୀନ
ପଡୋଶିନୀଙ୍କ ସହାନୁଭୂତି ପାଇବେ। କିନ୍ତୁ ପରିବାର ସ୍ଥାନରେ ପାପଗ୍ରହଜନିତ ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବା କଷ୍ଟକର ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri