Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୦୭ ତାରିଖ – Daily Horoscope

ମେଷ
ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭ ପାଇଁ ପ୍ରୀତିପ୍ରଦ ରହିବ। ବକ୍ରୀ କର୍ମାଧିପତି ପାପଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କଲେ କେତେକାଂଶରେ ସଫଳତା ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଅନ୍ୟମାନଙ୍କର କଥାକୁ ସହଜରେ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇ ପାରେ। ଶନିଙ୍କ ପ୍ରଭାବରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ମିଥୁନ
ମିଥୁନ
ଆପଣଙ୍କ କାମରେ ଖଳପ୍ରକୃତିର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ଏକାଧିକ କାମରେ ହାତଦେଇ କୌଣସିଟିକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧୁରେ, ଲେଖାପଢ଼ାରେ ସ୍ଥଗିତ କାମ ଦିଗରେ ପଦକ୍ଷେପ ନେଇ ପାରନ୍ତି। ଆଇନ ଅଦାଲତ, କ୍ରୀଡା, ପ୍ରତିଯୋଗିତାଦି କ୍ଷେତ୍ରରୁ ସଫଳତା ମିଳିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ମଙ୍ଗଳଙ୍କ ଦୁର୍ବଳତା ହେତୁ ସନ୍ତାନ ହେତୁକ ପୀଡା ଅନୁଭବ କରିବେ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଆଜିର ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ସି˚ହ
ସି˚ହ
କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ତଥାପି ପୂର୍ବାଫାଲ୍‌ଗୁନୀର ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ। କର୍ମକ୍ଷେତ୍ରରେ କୌଣସି ଜଣେ ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।
କନ୍ୟା
ମନରଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଆଲୋଚନାରେ ଭାଗନେବେ। ପାରିବାରିକ କ୍ଷେତ୍ରରେ ଦୁର୍ଭାବନା ବଡ଼ିଚାଲିବ। ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ନିଜକୁ କେତେକ ତଖଲିପ ହେବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ କଥାକୁ ବଡ଼ ଆକାରରେ ଚିନ୍ତା କରି ଅଶାନ୍ତି ରହିପାରନ୍ତି।
ତୁଳା
ତୁଳା
ଭୁଲ୍‌ ବୁଝାମଣାରୁ ବଢି ଚାଲିଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ବିଛା
ବିଛା
ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇପାରନ୍ତି। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‍ ଠିକ୍‍ ହୋ‍ଇଯିବ। ସ୍ଥଗିତ ରହିଯାଇଥିବା ନୂତନ ଯୋଜନା ପାଇଁ କର୍ମତତ୍ପର ହୋ‍ଇ ଉଠିପାରନ୍ତି। ପିଲାମାନଙ୍କ କୃତି ଓ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ।
ଧନୁ
ଧନୁ
ବନ୍ଧୁଙ୍କ ସହଯୋଗରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ପୂର୍ବ ପରିକଳ୍ପିତ ଯୋଜନାଗୁଡିକୁ ଠିକ୍‌ ଭାବରେ ବଦଳାଇବା କଷ୍ଟକର ହେବ। ଜମିଜମା ସମ୍ବନ୍ଧୀୟ ବାଦବିବାଦ କ୍ରମେ ଜଟିଳ ହେବାର ସୂଚନା ରହିଛି। ସତର୍କତା ଅଭାବରୁ ଯାନବାହନରେ ଭ୍ରମଣବେଳେ ଦ୍ରବ୍ୟ ହରଣ ହୋଇପାରେ।
ମକର
ମକର
ହାତରେ ବହୁତ କାମ ଥିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଅଧସ୍ତନ କର୍ମଚାରୀଙ୍କ ସହଯୋଗରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟହାନି ସକାଶେ ଚିନ୍ତିତ ରହିବେ।
କୁମ୍ଭ
କୁମ୍ଭ
କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଆର୍ଥିକ ଦୁରବସ୍ଥା ବହୁଳାଂଶରେ ଦୂରୀଭୂତ ହୋଇଯିବ। ଘରେ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି। ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର ପରୋକ୍ଷ କାରଣ ହୋଇପାରେ।
ମୀନମୀନ
ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ପାଇପାରିବେ। ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ବିବାଦୀୟ ପରିସ୍ଥିତିରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ନଭେମ୍ବର ୭ ତାରିଖ – Daily Horoscope

ମେଷ ଶନି ଏବଂ ମଙ୍ଗଳଙ୍କ ଯୋଗୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ଗରମ ମିଜାଜରେ କାମ କରିବାକୁ ପଡିବ। କାର୍ଯ୍ୟ ହାସଲ କରିବାରେ ସଫଳ ହେବେ କିନ୍ତୁ...

ରାଶିଫଳ: ରବିବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ ରବି ଓ ଶନି ଷଡ଼ାଷ୍ଟକ ହେତୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବାଟରେ...

ରାଶିଫଳ: ସୋମବାର, ଏପ୍ରିଲ୍‌ ୫ ତାରିଖ – Daily Horoscope

ମେଷ ଆଜି ଆପଣ ଅଧସ୍ତନ କର୍ମଚାରୀଙ୍କ ସବୁ କଥାକୁ ଶୁଣି କିଛି କଲା ସମୟକୁ ସୁଯୋଗ ହାତରୁ ଖସି ଯାଇଥିବ। ଅତି ନିକଟରେ ରହୁଥିବା ବନ୍ଧୁଟି...

ରାଶିଫଳ: ସୋମବାର, ଏପ୍ରିଲ୍‌ ୧୨ ତାରିଖ – Daily Horoscope

ମେଷ ଆଜି କୌଣସି ଧାର୍ମିକ କାମରେ ନିଜକୁ ନିୟୋଜିତ କରିବାକୁ ପଡ଼ିପାରେ। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‌ସଙ୍ଗ, ଆଲୋଚନା, ଭ୍ରମଣହେତୁକ ଖୁସି ରହିବ। ଟଙ୍କା...

ରାଶିଫଳ: ବୁଧବାର, ଏପ୍ରିଲ୍‌ ୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ମନଟା ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ଯାତ୍ରାରେ...

ରାଶିଫଳ: ରବିବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ ଆଜି ନିକଟ ସମ୍ପର୍କୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ...

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୮ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ। ଆଗାମୀ କାଲିର ଆନୁଷ୍ଠାନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇଉଠିବ।...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର କାର୍ଯ୍ୟସିଦ୍ଧିରୁ ମନ ପ୍ରଫୁଲ୍ଲିତ ରହିବ। ନୂତନ ସ୍ଥାନ ବୁଲିଯିବାର ସୁଯୋଗ ମିଳିବ। ବନ୍ଧୁ ସହଯୋଗ ଓ ସମ୍ମାନ ପାଇ ଖୁସି ହେବେ।...

Advertisement
Archives

Model This Week