Posted inRasifala

ରାଶିଫଳ: ବୁଧବାର , ଅକ୍ଟୋବର ୯ ତାରିଖ – Daily Horoscope

ମେଷ
ପାରିବାରିକ ଅବ୍ୟବସ୍ଥା ବିଷୟ ଚିନ୍ତାକରି କଅଣ କରିବେ ଏବଂ କଅଣ ନ କରିବେ ଏହି ଚିନ୍ତାରେ ମନ ଭଲ ରହିବ ନାହିଁ ।ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ବନ୍ଧୁ ସମ୍ପର୍କ ଫିକା ପଡିଯିବ, ଯାନବାହାନରେ ଅସୁବିଧାର ସମ୍ମୁଖୀନ ହେବେ। କ୍ରମଶଃ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସଂମ୍ପୂର୍ଣ୍ଣ ଉନ୍ନତି ଦେଖାଦେବାରୁ ସାମୟିକ ଖୁସୀ ରହିବେ।
ବୃଷ
ବୃଷ
ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜିର ଯାତ୍ରା ଓ କାମରେ ସଫଳତା ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ଆବଶ୍ୟକତା ପୂରଣ କରିବା ସକାଶେ ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବାକୁ ପଡିପାରେ।
ମିଥୁନ
ମିଥୁନ
ଆର୍ଥିକ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିବେ। ଆନୁଷ୍ଠାନିକ କାମ, କ୍ରୀଡା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ନିଜ ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ବହୁତ ହଇରାଣ ହେବାକୁ ପଡିପାରେ ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମ୍‌ନା କରିବାର ସାହସ ଜୁଟିଯିବ। କିନ୍ତୁ ରାହଦୃଷ୍ଟିରୁ ଅନ୍ୟମନସ୍କତା କାରଣ ଜନିତ କେତେକ ଭୁଲ୍‌ କରିବେ। ଅବଶ୍ୟ ବିତର୍କ ଜନିତ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ସଙ୍ଗକୁ କରଜଦାତାଙ୍କ ଚାପ ବୃଦ୍ଧି ପାଇବ। କଚେରି ମାମଲାର ଆଶୁ ଶୁଣାଣି ହେବ କିନ୍ତୁ ସନ୍ତୋଷ ପାଇ ପାରିବେ ନାହିଁ ।
ସି˚ହ
ସି˚ହ
ପୂର୍ବ ଶତ୍ରୁତାର କୁଫଳ ସଦୃଶ ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ ।  ଦିନଟିରେ କଳା, ସାହିତ୍ୟ, ସାମ୍ବାାଦିକତା, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବହୁତ ଭଲ ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବା ପାଇଁ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ପାରିବେ ନାହିଁ ।  ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ନିଜ ପରିସରରେ ପିଲା ମାନଙ୍କ ସକାଶେ ଅନ୍ୟ ମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ ।  କୈାଣସି ଗୃହୋପକରଣ କିମ୍ବା ମୂଲ୍ୟବାନ୍‌ ସାମଗ୍ରୀ ସାମଗ୍ରୀ କ୍ରୟ କରିପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୁଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ । ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ରହିଥିବା କାରଣରୁ ବହୁତ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ । ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
ବିଛା
ବିଛା
ଯେ କୈାଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦିତା କଲେ କିଛି ଲାଭ ହେବନାହିଁ । କର୍ମକ୍ଷେତ୍ରରେ ଠିକ୍‌ ଓ ଯୁକ୍ତିଯୁକ୍ତ କଥା କହି ଅନ୍ୟ ମାନଙ୍କୁ ଆପଣେଇ ନେବେ । ଏଜେନ୍ସିପ୍‌, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ନୂତନକର୍ମାରମ୍ଭ,କଳା ଓ ଏଜେନ୍ସିପ୍‌ ପ୍ରଭୃତିରୁ ସୁଫଳ ପାଇବେ । କାର୍ଯ୍ୟଭାର ବୃଦ୍ଧି ପାଉଥିବାରୁ ମାନସିକ ଅସ୍ଥିରତା ଲାଗିରହିବ ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ନିଜର ବୁଦ୍ଧିମତାର ଉପଯୋଗ କରି କୃତିତ୍ୱ ଅର୍ଜନ କରିବେ। ଅନ୍ୟମାନଙ୍କ ସହଯୋଗରେ ଜୋର୍‌ କରି ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ । କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଯାତ୍ରା, ବାଣିଜ୍ୟ, ସଭାସମିତି, ସାଂସ୍କୃତିକ କାମରେ ନିଜକୁ ସାମିଲ୍‌ କରିପାରନ୍ତି।
ମକର
ମକର
ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସଂଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡା ଲାଗିପାରେ । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ। ପଡୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ।
କୁମ୍ଭ
କୁମ୍ଭ

ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବା ସଙ୍ଗକୁ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବ। ସମ୍ଫର୍କୀୟମାନଙ୍କ ଈର୍ଷା ଯୋଗୁ ବିଚଳିତ ବୋଧ କରିପାରନ୍ତି।

ମୀନମୀନ
ଆଜି ଆକସ୍ମିକ ଭାବରେ ଦୀର୍ଘଦିନ ହେଲା ଆପଣ ଯାହା ଆଶା କରୁଥିଲେ ତାହା ସହଜରେ ପାଇପାରିବେ । ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂରେଇ ଯିବ । ସାମୟିକ ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri