Posted inRasifala

ରାଶିଫଳ: ଗୁରୁବାର , ମେ ୨୮ ତାରିଖ – Daily Horoscope

ମେଷ
ବାଧକାଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା
କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ ।
ବୃଷ
ବୃଷ
ସହକର୍ମୀଙ୍କ ସହାୟତାରେ ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଅଫିସ୍‌ରେ କାମର ଚାପ ପ୍ରଭାବରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ମାନସିକ ଅଶାନ୍ତିର କାରଣ ହେବ । ତଥାପି ମୃଗଶିରା ନକ୍ଷତ୍ରର ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ମିଥୁନ
ମିଥୁନ
ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେକରିବେ । ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ । ବାରଣ ମାନି କାମ କଲେ ଅବଶ୍ୟ ଉପକୃତ ହେବେ । ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ ।
କର୍କଟ
କର୍କଟ
ଆଜି ଆପଣ ପ୍ରତିବନ୍ଧକ ମଧ୍ୟରେ ପରିସ୍ଥିତି ସହ ଲଢେଇ କରି କାମ ହାସଲ କରିପାରିବେ । ଗତକାଲି ଠାରୁ ଆଜି ଯାହା କରିବା ପାଇଁ ଚିନ୍ତା କରିଥିଲେ ସେଥିରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ । କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ ।
ସି˚ହ
ସି˚ହ
ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ବ୍ୟବସାୟ, ସଂଗଠନ, ପ୍ରଶାସନ, ବେତାର, ଗଣ ଯୋଗାଯୋଗ ପାଇଁ ଦିନଟି ବହୁତ ଭଲ । ଉଚ୍ଚପଦାଧିକାରୀଙ୍କ ସାମୟିକ କ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି । ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ ।
କନ୍ୟା
ଆଜି ଆକସ୍ମିକ ସ୍ବାସ୍ଥ୍ୟହାନି ସଙ୍ଗକୁ ବିଭିନ୍ନ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପାରେ । ଅନ୍ୟମାନଙ୍କ ସକାଶେ ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇଥିଲେ ତାହା ଅକ୍ଳେଶରେ ହୋଇଯିବ ।
ତୁଳା
ତୁଳା
ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢିପାରିବ ନାହିଁ ।
ବିଛା
ବିଛା
ଅଯଥା ଭୟ, ଆଶଙ୍କା ଓ ଉଦ୍‌ବେଗ ମଧ୍ୟରେ ଦିନଟିକୁ କଟାଇବେ । ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ ମନ ଭଲ ରହିବ ନାହିଁ । ସାଧାରଣ କଥାରେ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ଏବଂ ଆଜିର ବ୍ୟବସାୟ ପ୍ରାୟତଃ ଭଲ ହେବ ।
ଧନୁ
ଧନୁ
ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ କୌଣସି ଅସୁବିଧା ହେବ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କିନ୍ତୁ ଯେ କୌଣସି କ୍ଷେତ୍ରରେ ମଧ୍ୟ ତରବର ନ ହୋଇ ଭାବି ଚିନ୍ତି କାମ କରିବା ଭଲ ହେବ ।
ମକର
ମକର
ଧାର କରଜ, ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ଗୁଣଗାନ କରିବା ବଦଳରେ ନିନ୍ଦା ରଟନା କରିବେ । ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟା ଜନିତ ଦୁଶ୍ଚିନ୍ତା ମନକୁ ଆକ୍ରମିତ କରିବ । ତଥାପି ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୂର୍ବବନ୍ଧୁ କିଛି ଖବର ନେଇ ଆସିବେ । କର୍ମକ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ସଙ୍ଗକୁ ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।
ମୀନମୀନ

ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଅକ୍ଷୁଣ୍ଣ ରହିବ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହେବେ । ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ସଭାସମିତିରେ ସଫଳତା ହାସଲ କରିବେ । ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri