Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ
ଯେଉଁ କାମ ଆଜି ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ପାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ । ରାଜନୀତିରେ ଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ଆଗେଇଯିବେ । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହେବ ।
ବୃଷ
ବୃଷ
ଉଚ୍ଚାଂଶରେ ମଙ୍ଗଳ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ । ବନ୍ଧୁଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ରହିବ କିନ୍ତୁ ସମ୍ମୁଖରେ କିଛି ବିି କହିପାରିବେ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପରିବହନରେ ଝଗଡ଼ାର ସମ୍ଭାବନା ରହିଛି ।
ମିଥୁନ
ମିଥୁନ
ରାହୁ ସହ ରହି ପ୍ରତ୍ୟେକ କଥାକୁ କୌଶଳରେ ସାଧନ କରିପାରିବେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଉପକୃତ ହେବେ । ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ପଡ଼ିପାରେ ।
କର୍କଟ
କର୍କଟ
ଚନ୍ଦ୍ରଙ୍କଠାରୁ ଷଡ଼ାଷ୍ଟକ ସ୍ଥିତିରେ ଶୁକ୍ର ଥିବା ଯୋଗୁ କର୍ମକ୍ଷେତ୍ରକୁ ସମସ୍ୟାବହୁଳ କରିପାରନ୍ତି । ଅତି ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନବଳାଇ ଖୁସି ହେବେ ।
ସି˚ହ
ସି˚ହ
ସହଯୋଗ ଅଭାବରୁ କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହିପାରନ୍ତି । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଗୃହ, ଜମି, ପରିବହନ ପ୍ରଭୃତିରୁ ଖୁସି ରହିପାରନ୍ତି ।
କନ୍ୟା
ବୁଧ ଓ ବୃହସ୍ପତି ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେନି । ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲିମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ । ହଠାତ୍‌ ଜଣେ ବନ୍ଧୁଙ୍କ ଟାଣକଥାକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ ।
ତୁଳା
ତୁଳା
ସ୍ବରାଶିରେ ଚନ୍ଦ୍ର ଥିବାରୁ ଆଜି ମନର ଭାବନାକୁ ମନରେ ରଖି ଅନ୍ୟର ନିକଟତର ହେବାକୁ ଚେଷ୍ଟା କରିବେ । କୌଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇପାରନ୍ତି। ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି ।
ବିଛା
ବିଛା
ଅଧିକ ଖର୍ଚ୍ଚାନ୍ତ କରାଇ ମାନସିକ ଅସ୍ଥିରତା ସୃଷ୍ଟି କରିବେ । ମିଠାକଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହୋଇପାରନ୍ତି । ନିଜ ଇଚ୍ଛା ଅନୁଯାୟୀ କାମଗୁଡ଼ିକ ହେବା କାରଣରୁ ମାନସିକ ସ୍ଥିରତା ରହିବ । ପୂର୍ଣ୍ଣ ଭରସାକରି ନୀରବରେ ବସି ରହିଲେ ସମସ୍ୟା ଭିତରେ ଛନ୍ଦି ହେବାକୁ ପଡ଼ିପାରେ ।
ଧନୁ
ଧନୁ
ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ବିଭିନ୍ନ ପ୍ରକାର ନକାରାତ୍ମକ ଚିନ୍ତାଧାରା ମନକୁ ବ୍ୟତିବ୍ୟସ୍ତ କରାଇପାରେ । ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିପାରିବେ ନାହିଁ । କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ ।
ମକର
ମକର

ଅଟକି ରହିଥିବା କାର୍ଯ୍ୟର ସମସ୍ୟାଟି ଆକସ୍ମିକ ଭାବରେ ଆଜି ସମାଧାନ ହୋଇଯିବାରୁ ମନ ଏକ ପ୍ରକାର ଖୁସି ରହିବ । ଚତୁର୍ଥାଧିପ କର୍ମଭାବସ୍ଥ ଯୋଗୁ ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ । ପାରିବାରିକ କ୍ଷେତ୍ରରେ କୌଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଘର ପାଇଁ ପ୍ରଶଂସା ପାଇବା ତେଣେ ଥାଉ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଅନ୍ୟମନସ୍କ ନ ରହି କିମ୍ବା ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ ଚଳାଇବା ଅସୁବିଧାର କାରଣ ହୋଇପାରେ ।
ମୀନମୀନ

ଶନିଙ୍କ ଦୃଷ୍ଟିର ପ୍ରଭାବ ଯୋଗୁ ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । କିନ୍ତୁ ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସା ଊଣା ହେବ ନାହିଁ । ଅଫିସରେ କିମ୍ବା ବାନ୍ଧବୀଙ୍କ ଗହଣରେ କିଛି ସମୟ କଟାଇପାରନ୍ତି। ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri