Posted inRasifala

ରାଶିଫଳ: ଗୁରୁବାର, ଜାନୁଆରି ୧୬ ତାରିଖ – Daily Horoscope

ମେଷ
ଷଷ୍ଠସ୍ଥ ଶୁଭଚନ୍ଦ୍ର ପ୍ରଭାବରେ ଖର୍ଚ୍ଚାନ୍ତ ହେବେ ସିନା ଅଟକି ରହିଥିବା କାମଗୁଡିକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗି ରହିବ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ। ଫେରିବା ବାଟରେ ବନ୍ଧୁ ଠାରୁ ଅର୍ଥ ସାହାଯ୍ୟ ପାଇପାରନ୍ତି।
ବୃଷ
ବୃଷ
ଆଜିର ଭାଗ୍ୟଭାବସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ଏବଂ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ଥଣ୍ଡାଗ୍ରହ ଶନିକ୍ଷେତ୍ରସ୍ଥ ରାଶ୍ୟାଧିପ କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେବାର ସୂଚନା ରହିଛି।
ମିଥୁନ
ମିଥୁନ
କର୍ମାଧିପ କେନ୍ଦ୍ରସ୍ଥ କିନ୍ତୁ ପାପଗ୍ରହ ଯୁକ୍ତ କାରଣରୁ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ଝମେଲା ଅଧିକ ବଢି ଯାଇପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ଓ ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ଦିଗୁଣା ହେବାର ଆଶଙ୍କା ରହିଛି । ଆଲୋଚନା ପରିସରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
କର୍କଟ
କର୍କଟ
ଦୁଃସ୍ଥାନସ୍ଥ ଗ୍ରହମାନେ ପାରିବାରିକ ବ୍ୟୟବୃଦ୍ଧି ଓ ଛୋଟକଥାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଆଜି ପୁରୁଣା ରାଗକୁ ଶୁଝାଇବା ସକାଶେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିବାର ସୂଚନା ରହିଛି । ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କରି କାମ କରିବା ଭଲ ହେବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ସି˚ହ
ସି˚ହ
ଧନାଧିପ ଷଷ୍ଠସ୍ଥ ଯୋଗୁ ଅଭାବ ଓ ଧାର କରଜ ହେତୁ ମନ ବେଶି ବିବ୍ରତ ହେବ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ଶାନ୍ତ ହେବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିମ୍ବା ସନ୍ତାନଙ୍କ ବିଶୃଙ୍ଖଳିତ କାମଲାଗି ଅପମାନିତ ହୋଇପାରନ୍ତି।
କନ୍ୟା
ଲାଭାଧିପ ରାଶିରେ ଥିବାରୁ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଖୁସି ହେବେ। ସାମାଜିକ ସ୍ତରରେ କୌଣସି ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିପାରେ । ଉପରିସ୍ଥଙ୍କ ଆଲୋଚନା ବିଷୟରେ ତାହାଠାରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବହୁତ ଦିନ ହେଲା ଇଚ୍ଛା କରୁଥିବା ଓ ପାଇ ପାରି ନ ଥିବା ଜିନିଷଟି ପାଇ ଖୁସି ହୋଇପାରନ୍ତି।
ତୁଳା
ତୁଳା
ଦ୍ୱାଦଶସ୍ଥ ଚନ୍ଦ୍ର ପ୍ରଭାବରେ କର୍ମକ୍ଷେତ୍ରରେ ଦୂରଯାତ୍ରା କିମ୍ବା ବିଶେଷ ଭ୍ରମଣଜନିତ କ୍ଳାନ୍ତି ସୃଷ୍ଟି କରିବ। ଅବହେଳା ଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ରାଜନୈତିକ ଆଲୋଚନା କ୍ଷେତ୍ରରେ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବାର ସୂଚନା ରହିଛି ।
ବିଛା
ବିଛା
ଗ୍ରହସ୍ଥିତି ଅନୁକୂଳ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଓ ଉଚ୍ଚସମ୍ପର୍କରୁ ଖୁସି ରହିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ସାଙ୍ଗଠନିକ କାର୍ଯ୍ୟ, ସଭାସମିତି, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ପରିସ୍ଥିତିରେ ପଡ଼ି ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖପ୍ରକାଶ କରିପାରନ୍ତି।
ଧନୁ
ଧନୁ
ଚତୁର୍ଥାଧିପ ପାପପ୍ରଭାବସ୍ଥ ଯୋଗୁ ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ବିଷୟରେ ଅଯଥା ଚିନ୍ତା କରି ଅଶାନ୍ତି ଅନୁଭବ କରି ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି ଘଟିବା ସହ ପାରିବାରିିକ ସମସ୍ୟାର ସରଳ ସମାଧାନ ହୋଇପାରିବ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ମକର
ମକର
ଷଷ୍ଠାଷ୍ଟମାଧିପତି ଦ୍ୱୟ ରାଶିରେ ରହି ବିବାଦୀୟ ଚିନ୍ତା କିମ୍ବା ପରିସ୍ଥିତି ସୃଷ୍ଟି କରିପାରନ୍ତି। ଉତ୍ତରାଷାଢା ନକ୍ଷତ୍ରର ଶିଳ୍ପ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘର ସୀମାକୁ ନେଇ ଟଣାଓଟରା ଦେଖା ଦେଇପାରେ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନିଶ୍ଚିତ ପାଇବେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥି କିନ୍ତୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ମାନସିକ ଭାରସାମ୍ୟ ରଖିବ। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପାରିବାରିକ ଜୀବନରେ ନିଜ ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ପାଇ ଖୁସି ହେବେ।
ମୀନମୀନ
ଅତୀତ କଥାକୁ ନେଇ ମନ ଭାରାକ୍ରାନ୍ତ ରହିବା ସହ ପାରିବାରିକ ପ୍ରତିରୋଧ ହେତୁ କାମ ଅଟକି ଯାଇପାରେ। ମୁଖଭାବରୁ ମଙ୍ଗଳ ଅଷ୍ଟମସ୍ଥ ହେତୁ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ରେବତୀ ନକ୍ଷତ୍ରର ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୧୬ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି କରିବ । ଋଣ ପରିଶୋଧ,ରୋଗ ପାଇଁ ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ...

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ର ଯୋଗୁ ଅର୍ଥ ପାଇଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ବନ୍ଧୁମାନଙ୍କ ସାହାଯ୍ୟରୁ କାମ ହାସଲ କରିବେ ।...

ରାଶିଫଳ: ରବିବାର, ନଭେମ୍ବର ୧୦ ତାରିଖ – Daily Horoscope

ମେଷ ଦେହ ଭଲ ରହିଲେ ମଧ୍ୟ ମନଟା ଏଣୁତେଣୁ ଗୁଡ଼ାଏ ଚିନ୍ତାକରି ଭଲ ରହି ନ ପାରେ। ଆଜି ସକାଳୁ ସକାଳୁ ଅସାବଧାନତାରୁ ଦ୍ରବ୍ୟନଷ୍ଟ କିମ୍ବା...

ରାଶିଫଳ: ସୋମବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥସ୍ଥାନରେ ଷଷ୍ଠାଧିପତି ବୁଧଙ୍କ ଯୋଗୁ ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା ଲାଗି ରହିବ। କର୍ମକ୍ଷେତ୍ରରେ କୈାଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହ କଳହର...

ରାଶିଫଳ: ରବିବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ। କିନ୍ତୁ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି। ବିଶେଷ...

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବ୍ୟବହାରରେ ସଂଯମତା ଅଭାବରୁ ଅପ୍ରିୟସତ୍ୟ ଭାଷଣଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ମନୁକୁ ବିଭ୍ରାନ୍ତ କରାଇପାରେ। ଅବଶ୍ୟ ନିଜର ଉଦାରତା ଗୁଣରୁ ଅନୁନୟ ବିନୟର ସହ ସାହାଯ୍ୟ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଆଜିର ଆଲୋଚନା ଫଳପ୍ରଦ ହେବା ସହ କୌଣସି ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ପଡୋଶୀଙ୍କ ଅସହିଷ୍ଣୁ ମନୋଭାବରୁ ଟିକିଏ ଟିକିଏ...

Coronavirus Update


Archives

Model This Week

Why Dharitri