Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ
ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା ନିଜ ଚତୁଃପାର୍ଶ୍ୱସ୍ଥ ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ ।
ବୃଷ
ବୃଷ
ଆପଣଙ୍କ ପାଖକୁ ସାହାଯ୍ୟର ଅବାରିତ ସୁଅ ଆପଣାଛାଏଁ ମାଡି ଆସିବ । ଅପେକ୍ଷା କରିଥିବା କାମରେ ନାସ୍ତିସୂଚକ ସୂଚନା ପାଇଲେ ମଧ୍ୟ କାମ କରି ଚାଲନ୍ତୁ, ଅବଶ୍ୟ ବିଳମ୍ବରେ କୃତକାର୍ଯ୍ୟ ହେବେ । ଆକସ୍ମିକ ଭାବେ ମତାନ୍ତରଜନିତ କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁଁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ ।
ମିଥୁନ
ମିଥୁନ
ମାନସିକ ସ୍ତରରେ ଉତ୍ସୁକତା ଅନୁଭବ କରିବେ । ନିଜର କଥାର ମଧୁରତା ଅନ୍ୟମାନଙ୍କୁ ଆକର୍ଷିତ କରାଇ ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରାଇବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରକୁ ଗୋଳମାଳିଆ କରିପାରେ, ଫଳରେ ଆପଣ ସବୁ ଜାଣିଶୁଣି ମଧ୍ୟ ନୀରବ ରହିପାରିଲେ ଭଲ ହେବ ।
କର୍କଟ
କର୍କଟ
ପାରିବାରିକ ବ୍ୟତିକ୍ରମକୁ ସହୃଦୟତାର ସହ ଗ୍ରହଣ କରିବାକୁ ସ୍ତ୍ରୀ ପ୍ରେରଣା ଦେବେ । କର୍ମକ୍ଷେତ୍ରରେ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଲେଖାପଢା, ପ୍ରକାଶନ ଓ ପ୍ରଶାସନ, ଆଇନ, ସଭାସମିତି, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବ ।
ସି˚ହ
ସି˚ହ
ପ୍ରତ୍ୟେକ ପ୍ରକାରର କାମ ସକାଶେ ଅନୁକୂଳ ଫଳ ପ୍ରଦାନ କରିବେ । ଧର୍ମକାର୍ଯ୍ୟ,ବନ୍ଧୁମିଳନ,ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ରାଜନୀତି, ଆଇନ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିବେ । ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବ ।
କନ୍ୟା
ଆଜି ଆପଣ ଅନ୍ୟମାନଙ୍କର ମନ ଧରି କାମ କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଅବଶ୍ୟ ବାଣିଜ୍ୟ, ବ୍ୟବସାୟ,ପରିବହନ,ହୋଟେଲ ଶିଳ୍ପ କ୍ଷେତ୍ରରେ ଶୁଭଫଳ ପାଇବେ।  ଗୃହନିର୍ମାଣ, ଜମି କିଣାବିକା, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ମଧ୍ୟାହ୍ନରେ ଜଣେ ବନ୍ଧୁଙ୍କ ବ୍ୟବହାରକୁ କେନ୍ଦ୍ର କରି ଝଗଡା ଲାଗିପାରେ ।
ତୁଳା
ତୁଳା
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଏକ ପ୍ରକାର ଭଲରେ ଅତିବାହିତ ହେବ।  ନୂତନ କର୍ମାରମ୍ଭ, ସଭାସମିତି, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ସାହାହ୍ନେ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
ବିଛା
ବିଛା
ଆଳସ୍ୟ ଓ ଅବହେଳାଜନିତ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ କରିପାରିବେ ନାହିଁ । ପିଲା ମାନଙ୍କର କେତେକ ବ୍ୟତିକ୍ରମ ଓ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ମକଦ୍ଦମାରେ ଉପକୃତ ହୋଇପାରନ୍ତ । ଆତ୍ମୀୟମାନଙ୍କ ସଦ୍‌ଭାବ ଓ ବନ୍ଧୁ ମାନଙ୍କ ଶୁଭେଚ୍ଛା ସାମୟିକ ଭାବରେ ମନକୁ ଆହ୍ଲାଦିତ କରିବ ।
ଧନୁ
ଧନୁ
ନିଜର ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ । ଆର୍ଥିକ ସ୍ଥିତି କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ପ୍ରଭାବିତ ହେବ ନାହିଁ । କୌଣସି ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମ ହାସଲ କରିବେ ।
ମକର
ମକର
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିପାରେ । ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ ।
କୁମ୍ଭ
କୁମ୍ଭ
ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଆଇନ, କଳା, ସାହିତ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତିରୁ ପ୍ରଶଂସିତ ହେବେ । ଯାନ୍ତ୍ରିକ ଜିନିଷ, ବିଳାସବ୍ୟସନ ସମ୍ପର୍କିତ ବସ୍ତୁ, ଯାନବାହନ ପ୍ରଭୃତି ପାଇଁ ମନ ବଳାଇବେ । ବନ୍ଧୁମିଳନ, ମାଙ୍ଗଳିକ କାର୍ଯ୍ୟରେ ନିଜକୁ ସହଭାଗିତା କରାଇପାରନ୍ତି ।
ମୀନମୀନ
ମାନସିକ ସୁସ୍ଥତା, ବନ୍ଧୁଙ୍କ ସହୃଦୟତା, ପାରିବାରିକ ସଦ୍‌ଭାବ ପାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶୁଭେଚ୍ଛୁମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବା କାରଣରୁ ବନ୍ଧୁ ଗହଣରେ ବହୁ ଚର୍ଚ୍ଚିତ ହେବେ । କିନ୍ତୁ ରେବତୀ ନକ୍ଷତ୍ରର ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri