Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୦୮ ତାରିଖ – Daily Horoscope

ମେଷ
ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ପାରିବାରିକ ସ୍ତରରେ ଟେନ୍‌ସନ କମିଯିବା ସକାଶେ ଚେଷ୍ଟା କରିବେ । ଭ୍ରମଣ ସୁଯୋଗ ଜୁଟିବା ସହ ନୂତନ ବନ୍ଧୁତା ସୃଷ୍ଟି ହେବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ।
ବୃଷ
ବୃଷ
ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବିବାଦୀୟ ବ୍ୟକ୍ତି ସାହାଯ୍ୟ କରିବେ। ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।
ମିଥୁନ
ମିଥୁନ
ନିଜର କାର୍ଯ୍ୟଦକ୍ଷତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆରଦ୍ରା ନକ୍ଷତ୍ରର ଆଳସ୍ୟ ଓ ଅବହେଳା ଯୋଗୁ ସୁଯୋଗ ହାତଛଡ଼ା ହୋଇପାରେ। ପରିବାରର ବ୍ୟତିକ୍ରମକୁ ନେଇ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଶୁଭ ଖବର ପାଇ ଖୁସୀ ହେବେ।
କର୍କଟ
କର୍କଟ
ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମନ ଭଲ ରହିବ ନାହିଁ। କୌଣସି ବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ଆଜି ପାଇବାର ସମ୍ଭାବନା ରହିଛି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ସହକର୍ମୀମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଅନ୍ୟମାନଙ୍କ ଦ୍ୱାରା ପ୍ରରୋଚିତ ହୋଇ କାମ କଲେ ଅପମାନିତ ହେବାକୁ ପଡିବ। ଆର୍ଥିକ ସହାୟତା ବନ୍ଧୁଙ୍କଠାରୁ ପାଇ କାମ ହାସଲ କରିବେ।
କନ୍ୟା
କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। କଠିନ ଶ୍ରମ ଓ ଭ୍ରମଣଜନିତ ଅନିଦ୍ରା ହେତୁକ ଜ୍ୱର ଓ ବମନ ଦେଖାଦେଇପାରେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କଲେ ସଫଳତା ଅବଶ୍ୟ ମିଳିବ। ପରିବାରରେ କଳହ ଲାଗିପାରେ।
ତୁଳା
ତୁଳା
କର୍ମ ଜଞ୍ଜାଳର ଟେନ୍‌ସନ ସଙ୍ଗକୁ ପିଲାଙ୍କ ବିଶୃଙ୍ଖଳିତ ଆଚରଣରୁ କ୍ଷୁବ୍‌ଧ ହୋଇପାରନ୍ତି। ଆନୁଷ୍ଠାନିକ ପରିବେଶରେ ମିତ୍ରତାର ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଅଂଶୀଦାର ବ୍ୟବସାୟୀଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ବିଳମ୍ବରେ ପାଇବେ ।
ବିଛା
ବିଛା
ଶାନ୍ତ ପଡ଼ିଯାଇଥିବା ପୁରାତନ ରୋଗର ପୀଡ଼ା ପୁନଶ୍ଚ ଅନୁଭବ ହୋଇପାରେ। ଅନ୍ୟମାନଙ୍କ ଶତ୍ରୁତା କାରଣରୁ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ। ପଡ଼ୋଶୀ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି। ନୂତନ କର୍ମାରମ୍ଭ, ଯାତ୍ରା, ବ୍ୟବସାୟ, ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଅଭାବ ଅନଟନ ନ ଥିଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ ଅଭାବରୁ ଅଶାନ୍ତ ରହିବେ। ବନ୍ଧୁଙ୍କ ଔଚିତ୍ୟପୂର୍ଣ୍ଣ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।
ମକର
ମକର
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ ଉଚ୍ଚ ଆଶା କରାଯାଇପାରେ। ଭୁଲ୍‌ ବୁଝାମଣାରୁ ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। ଯେତେ ଭଲ କାମ କଲେ ମଧ୍ୟ ବନ୍ଧୁଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ ।
କୁମ୍ଭ
କୁମ୍ଭ
ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବାରୁ ମନ ଖୁସୀ ରହିବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଅଘାତ ଦେଇପାରେ। ନିର୍ମାଣ ଓ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ମୀନମୀନ
ବନ୍ଧୁମାନଙ୍କ ସକ୍ରିୟ ସହଯୋଗରୁ ସରକାରୀ ସ୍ତରରୁ ସହାୟତା ପାଇପାରନ୍ତି। ନୂତନ କର୍ମାରମ୍ଭରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ନତୁବା ପରେ ମନସ୍ତାପ କରିପାରନ୍ତି। ଈର୍ଷାପରାୟଣ ବନ୍ଧୁମାନେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri