Posted inRasifala

ରାଶିଫଳ:ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ନୈରାଶ୍ୟ କ୍ରମଶଃ ଦୂରେଇଯିବା ସଙ୍ଗକୁ ନିଜ ପରିସରରୁ ସମ୍ମାନ, ପ୍ରତିଷ୍ଠା ଲାଭ କରିବେ । ଆପଣଙ୍କ ଉପସ୍ଥିତି ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିପାରେ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ବହୁବିଧ ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗତ୍ଲାଭଳି ଅନୁଭବ କରିବେ। ଅଫିସ୍‌ରେ ଅନ୍ୟ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ସମସ୍ୟା କମିବା ବଦଳରେ ବିଶେଷ ଭାବେ ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ଭଲରେ ଚାଲିବ । ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ ।
ମିଥୁନ
ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ଉଦ୍ୟମକୁ ସାକାର କରିବାରେ ସାହାଯ୍ୟ କରିବ। ପରିବାର ଭିତରେ ସମ୍ପର୍କ ହାନି ଘଟିପାରେ। ନିଜ ନିଜର କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ବ୍ୟବସାୟୀମାନେ ଅଧିକ ପରିଶ୍ରମ କଲେ ମଧ୍ୟ ସଂଯମତାର ଅଭାବ ଓ ଧନହାନୀ ଦୁଃଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରି ପାରିବା କାରଣରୁ ଟେନସନ୍‌ କିିଛି ମାତ୍ରାରେ କମିଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୈାଣସି ନୀଚ୍ଚ ଜାତିର ବ୍ୟଚ୍ଛି ମୂଖ୍ୟ ଭୂମିକା ଗ୍ରହଣ କରିବେ । ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ, ଫଳରେ ଆଲୋଚନା ଅମୀମାଂସିତ ରହିବ ।
ସି˚ହ
ସି˚ହ
ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ରସାଣିତ ଓ ମଧୁମୟ କରିବ। ତଥାପି ଯେ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଆଲୋଚନା କାଳରେ ସତକଥା କହି ବିବାଦ ଘେରରେ ପଡି ପାରନ୍ତି, ଏଣୁ ଭାବିଚିନ୍ତି କରନ୍ତୁ। ଆନୁଷ୍ଠାନିକ କାମ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
କନ୍ୟା
ନିଜେ ଠିକ୍‌ ଥିଲେ ମଧ୍ୟ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ହଠାତ୍‌ କୈାଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବ। ପାରିବାରିକ କ୍ଷେତ୍ରରେ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ସମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ଯୋଗୁ ଚିନ୍ତା କରି ପାରନ୍ତି। ଉପର ଅଧିକାରୀମାନେ ଆପଣଙ୍କ ସହଯୋଗ ଆଶା କରି ପାରନ୍ତି।
ତୁଳା
ତୁଳା
ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ସରକାରୀ କାମ ସକାଶେ ବହୁତ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ଛୋଟବଡ ସମସ୍ୟାର ସରଳ ସମାଧାନ କରି ଏକପ୍ରକାର ଆନନ୍ଦ ଅନୁଭବ କରିବେ। ଜଣେ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଅତୀତର କେତେକ କଥାକୁ ଚିନ୍ତାକରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।
ବିଛା
ବିଛା
ଆଜକୁ ଅଳ୍ପ କେତେଦିନ ହେଲା ଯାହା ଖୋଜୁଛନ୍ତି ଓ ଆଶା କରଛନ୍ତି ଆଜି ତାହା ଅବଶ୍ୟ ଆଜି ଅପରାହ୍ନରେ ପାଇବେ । ହାତକୁ ନେଇଥିବା କାମଗୁଡିକ ଯଥା ସମୟରେ ସମ୍ପନ୍ନ ହେବ କିନ୍ତୁ ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି।
ଧନୁ
ଧନୁ
ସାହାଯ୍ୟ ସହଯୋଗ ଲାଭକରି ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି। ପାଖ, ପଡୋଶୀଙ୍କ ଶ୍ଳେଷାମତ୍କ କଥାକୁ ଠିକ୍‌ ଭାବେ ବୁଝିବା କଷ୍ଟକର ହୋଇପାରେ । ନୁତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ଆମତ୍ୀୟମାନେ ପାଖ ମାଡିବେ ନାହିଁ ।
ମକର
ମକର
ଆଜି କୌଣସି ଜିନିଷ ପାଇବାକୁ କେନ୍ଦ୍ର କରି ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ପରିବାରର ପରିସ୍ଥିତିକୁ ଆଖି ଆଗରେ ରଖି ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ,ଏହି କାରଣରୁ ପାଖ ମାଡିବେ ନାହିଁ। ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଙ୍କିବା କାରଣରୁ ଆଶ୍ୱସ୍ଥି ଅନୁଭବ କରିବେ।
କୁମ୍ଭ
କୁମ୍ଭ
ଦୀର୍ଘ ଦିନର ଆଶା ପୂରଣ ହେବ ଏବଂ ଅର୍ଥ ପାଇବା ସଙ୍ଗକୁ ଅଧାପନ୍ତରିଆ କାର୍ଯ୍ୟଟିକୁ ପୂର୍ଣ୍ଣାଙ୍ଗ କରି ପାରିବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତି ବଢିଯିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ ନତୁବା ହରାଇପାରନ୍ତି। ଦୀର୍ଘ ଦିନର ଶତ୍ରୁତା କେତେକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ମନରେ ଜାଗ୍ରତ ହୋଇପାରେ ।
ମୀନମୀନ
କର୍ମ କ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇଥିବ । ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି। ଆଦୌ ଦେଉ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବନ୍ଧୁମାନଙ୍କ ମଧ୍ୟରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୨୪ ତାରିଖ – Daily Horoscope

ମେଷ ଆଜି କର୍ମ ସ୍ଥାନରେ ଚନ୍ଦ୍ର ଚତୁର୍ଥଭାବକୁ ଦେଖୁଥିବାରୁ ଗୃହ, ଭୂମି, ଗାଡ଼ି, ମୋଟର ଦିଗରୁ ଲାଭବାନ୍‌ ହେବେ। କିନ୍ତୁ ବନ୍ଧୁବାନ୍ଧବ, ସହକର୍ମୀ, ଧାର କରଜ,...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ, ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ...

ରାଶିଫଳ: ସୋମବାର, ନଭେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ସିଦ୍ଧି ସହ ଉଚ୍ଚ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ର, ପରିବହନ ପାଇଁ ଅନୁକୂଳ ନ...

ରାଶିଫଳ: ରବିବାର, ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ଚନ୍ଦ୍ରଙ୍କ ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା, ଆନୁଷ୍ଠାନିକ କାମ, ପାର୍ଟି ପିକ୍‌ନିକ୍‌ କ୍ଷେତ୍ରରୁ ଆନନ୍ଦ ପାଇପାରନ୍ତି। ସାମାଜିକ ସ୍ତରରେ କର୍ତ୍ତବ୍ୟନିଷ୍ଠା, ସହଯୋଗ ମନୋବୃତ୍ତିଜନିତ...

ରାଶିଫଳ: ରବିବାର, ଏପ୍ରିଲ୍‌ ୧୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ମାର୍ଗରେ ଅନୁଧାବିତ କରାଇପାରନ୍ତି। ତଥାପି କେତେକ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା...

ରାଶିଫଳ: ଜାନୁଆରି ୬ ତାରିଖ ସୋମବାର – Daily Horoscope

ମେଷ ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ,ସମ୍ମାନ ପାଇବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହେବ। ସକାଳୁ ସକାଳୁ ଆଶା କରିଥିବା ଖବର...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ ଆଜିର ତୁଳା ରାଶିସ୍ଥ ଚନ୍ଦ୍ର ପାରିବାରିକ ସୌଖ୍ୟ, ସହମତିରେ ଯାନ୍ତ୍ରିକ ଦ୍ରବ୍ୟ କିମ୍ବା ସ୍ବର୍ଣ୍ଣାଳଙ୍କର, ନୂତନ ବସ୍ତ୍ରାଦି କ୍ରୟ କରିବେ । ଭଲ ଭଲ...

ରାଶିଫଳ: ବୁଧବାର, ଅକ୍ଟୋବର ୨୮ ତାରିଖ – Daily Horoscope

ମେଷ ଶନି ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ନେଇ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ। ଘରକଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ...

Advertisement
Archives

Model This Week