Posted inଫୁରସତ

ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା କୁମ୍ଭୀର

ମହାରାଷ୍ଟ୍ରର ୩୮ବର୍ଷୀୟ ରାମଚନ୍ଦ୍ର ଚରତ୍‌କାର। ଯିଏ କି ନିଜର ଏକ ଖାସ୍‌ ବ୍ୟକ୍ତିତ୍ୱ ପାଇଁ ସାରା ରାଜ୍ୟରେ ନିଆରା ପରିଚୟ ହାସଲ କରିଛନ୍ତି। ଗାଁରେ ବୋହିଯାଉଥିବା ନଦୀରେ ରୁହନ୍ତି ଅନେକ ସଂଖ୍ୟକ କୁମ୍ଭୀର। ଯେବେବେଳେ ନଦୀ ଅଶାନ୍ତ ହୁଏ, ସେତେବେଳେ କୁମ୍ଭୀର ସବୁ କୂଳକୁ ଚାଲିଆସନ୍ତି। ହୁଏତ କୁମ୍ଭୀରଙ୍କ ଏହି ଆଗମନ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବ ବୋଲି ଭାବୁଥିବେ; କିନ୍ତୁ ସେମିତି କିଛି ବି ହୋଇ ନ ଥାଏ। କାରଣ ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା ହୋଇଛନ୍ତି ଏହି କୁମ୍ଭୀର ସବୁ। କୁମ୍ଭୀରଙ୍କ ସହ ସେ ଏଭଳି ଭାବଦୋସ୍ତି କରିଛନ୍ତି, ଗୋଟିଏ ହ୍ବିସିଲ୍‌ରେ ଦଳ ଦଳ ହୋଇ ତାଙ୍କ ପାଖକୁ ଦୌଡ଼ିଆସନ୍ତି। ପ୍ରାୟ ୧୦ ବର୍ଷ ତଳୁ ଆରମ୍ଭ ହୋଇଛି ଏହି ନିଆରା ବନ୍ଧୁତା। ଏତେ ବର୍ଷ ଧରି ରାମଚନ୍ଦ୍ର କୁମ୍ଭୀରଙ୍କୁ ସପ୍ତାହକୁ ଦୁଇଥର ଭୋଜନ କରାଉଛନ୍ତି। ତେବେ ଏହି ବନ୍ଧୁତା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ରାମଚନ୍ଦ୍ରଙ୍କୁ ନଦୀ କୂଳରେ ଦୁଇଟି କୁମ୍ଭୀର ଛୁଆ ମିଳିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। କିନ୍ତୁ ରାମଚନ୍ଦ୍ର ସେମାନଙ୍କ ସେବା ଶୁଶ୍ରୁଷା କରି ଖୁଆଇ ପିଆଇ ସୁସ୍ଥ କରିଥିଲେ। ଏହାପରେ ସେମାନଙ୍କୁ ନଦୀରେ ଛାଡ଼ି ଦେଇଥିଲେ। ସେବେଠୁ କୁମ୍ଭୀରମାନେ ରାମଚନ୍ଦ୍ରଙ୍କ ସହ ଏତେ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି ଯେ, ପରିବାର ସଦସ୍ୟ ଭଳି ତାଙ୍କ ପାଖକୁ ଚାଲିଆସନ୍ତି। ଏମାନଙ୍କ ଭଲପାଇବା ଆଜି ହିଂସ୍ରତାର ଶବ୍ଦକୁ ଯେମିତି ବହୁ ପଛରେ ପକାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥ୍ରୀ ଇଡିଏଟସ୍ ଚିନ୍ତାଧାରାରେ ନିର୍ମାଣ ହେଲା ସେନାଙ୍କ ପାଇଁ ଟେଣ୍ଟ!

ନୂଆଦିଲ୍ଲୀ,୨୧ ।୨: ଲଦ୍ଦାଖର ଗଲସ୍ୱାନ ଭ୍ୟାଲିରୁ କିଛି ଭଲ ଫଟୋ ଏବେ ସ୍ମ୍‌ାକୁ ଆସିଛି । ଏଥିରେ ସମାଜସେବୀ ସୋନମ ବାଂଗଚୁକ ସେନା ଯବାନଙ୍କ ପାଇଁ...

ରୋଗମୁକ୍ତି ପାଇଁ ଶାମ୍ବଦଶମୀ ଭୋଗ

ଓଡ଼ିଶାର ଗଣଉତ୍ସବ ‘ଶାମ୍ବଦଶମୀ’ କିପରି ଶ୍ରୀମହାଭାସ୍କରଙ୍କ ନିକଟରେ ପାଳିତ ହେଉଥିଲା, ତାହାର ଏକ ଚିତ୍ର ଆମେ ଆଲୋଚନା କରିଥିଲୁ। ସୂର୍ଯ୍ୟଙ୍କ ମୂଳ ସ୍ଥାନ ମୂଲତାନ ବୋଲି...

କଇଁଛ ପେଟରୁ ବାହାରିଲା ଏପରି ସାମଗ୍ରୀ, ଦେଖିଲେ ହେବେ ଚକିତ

ଆମେରିକାର ଫ୍ଲୋରିଡାସ୍ଥିତ ବୋକାରେଟନ୍‌ରେ ଏକ କଇଁଛ ସମୁଦ୍ର କୂଳକୁ ଚାଲିଆସିଥିଲା। ଗତ ସପ୍ତାହରେ କଇଁଛଟିକୁ ଗୁମ୍ବୋ-ଲିମ୍ବୋ ନେଚର ସେଣ୍ଟରର ସଦସ୍ୟମାନେ ପାଇଥିଲେ। କିନ୍ତୁ କଇଁଛଟି କିଛି...

ଶ୍ୟାମ ପ୍ରକାଶଙ୍କ ନିଆରା ରୁଚି

ଶ୍ୟାମ ପ୍ରକାଶ ସେନାପତି। ଜନ୍ମ ୭ ଜୁଲାଇ ୧୯୭୦ମସିହାରେ। ପିତା-ଡାକ୍ତର ବଂଶୀଧର ସେନାପତି, ମା’ ବିଷ୍ଣୁପ୍ରିୟା ସେନାପତି, ଘର ପୁରୀ ବଡ଼ଦାଣ୍ଡ ସେନାପତି ଭବନ। ସ୍କୁଲ...

ବ୍ରେଡ୍‌ ଲ୍ୟାମ୍ପ

ବ୍ରେଡ ବା ପାଉଁରୁଟି ତ ସମସ୍ତେ ଖାଇଥିବେ। ତେବେ ଯଦି କିଛି ବ୍ରେଡ ବେଶି ଦିନ ରହିଯାଇ ନଷ୍ଟ ହେବାକୁ ଲାଗେ ତେବେ ପ୍ରାୟ ସମସ୍ତେ...

ବର୍ଷ ବର୍ଷ ଧରି ବିମାନବନ୍ଦରରେ ପାର୍କିଂ ହୋଇଛି କାର୍‌, ଫି’ ଜାଣିଲେ ମାଲିକଙ୍କ ଉଡ଼ିଯିବ ହୋସ୍‌

ବାଲି ଏୟାରପୋର୍ଟ ବା ବିମାନବନ୍ଦରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ କାର ପାର୍କିଂ ହୋଇଥିବା ଫଟୋ ଶେୟାର କରାଯାଇଛି। ଏହି...

କରୋନା ରୋଗୀଙ୍କ ସହୟତା ପାଇଁ ନିଜ ଏସ୍‌ୟୁଭି କାର୍‌ ବିକ୍ରି କଲେ ଯୁବକ

ମୁମ୍ବାଇ,୨୪।୬: ଦେଶରେ କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଭାରତରେ କରୋନାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତ...

ବିଳାସୀ ରାଜା

ଏକଦା ଭାରତ ଥିଲା ରାଜା ମହାରାଜାଙ୍କ ଦେଶ। ସେମାନଙ୍କ ମଧ୍ୟରୁ କିଏ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ପରିଚିତ ଥିଲେ ତ ଆଉ କିଏ...

Advertisement
Archives

Model This Week