ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ କେରୀ, ଡାବରଚୁଆ, ମଇଦାନକେଲ, ବାଘୁଆସାହି ଆଦି ଅଞ୍ଚଳକୁ ଚାଲି ଆସି ଖରିଫ ଫସଲର ବ୍ୟାପକ କ୍ଷତି ଘଟାଇଛନ୍ତି। ବର୍ଷାଭାବ ସତ୍ତ୍ୱେ ଚାଷୀମାନେ ବହୁ କଷ୍ଟରେ ଯେଉଁ ଧାନ ଚାଷ କରିଥିଲେ ତାହା ଏବେ ହାତୀପଲ ଉଜାଡି ଦେଉଥିବାରୁ ସେମାନେ ହତାଶ ହୋଇପଡିଛନ୍ତି। ଅନ୍ୟପକ୍ଷେ ସନ୍ଧ୍ୟା ହେଲେ ଜଙ୍ଗଲତଳି ଇଲାକାରେ ହାତୀ ଭୟ ଯୋଗୁ ଲୋକେ ତାଟି କବାଟ ପକାଇ ଘରେ ରହୁଛନ୍ତି। କେତେକ ଗାଁର ଲୋକେ ରାତି ଅନିଦ୍ରା ରହି ନିଆଁ ଜାଳି ହାତୀ ଘଉଡାଉଥିବା କହିଛନ୍ତି। ବନ ବିଭାଗ କର୍ତ୍ତୃପକ୍ଷ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହେଉଥିବାରୁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରାୟ ୯ ଟି ହାତୀ ଘୂରି ବୁଲୁଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଅଧିକ ହିଂସ୍ର ଅବସ୍ଥରେ ଘୂରିବୁଲୁଛି। ଲୋକଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରୁଛି। ହାତୀ ପଲ ଦିନରେ ଜଙ୍ଗଲରେ ରହି ରାତି ହେଲେ ଜଙ୍ଗଲତଳି ଇଲାକାକୁ ଚାଲି ଆସି ଉପଦ୍ରବ କରୁଛନ୍ତି । ବନ ବିଭାଗ କର୍ମଚାରୀ ସେମାନଙ୍କୁ ଘଉଡାଉଥିଲେ ଗୋଟିଏ ଗାଁ ଛାଡି ଅନ୍ୟ ଗାଁ ଆଡକୁ ଚାଲି ଯାଉଛନ୍ତି। ଗତ ୩ ଦିନ ମଧ୍ୟରେ ହାତୀପଲ ଉପଦ୍ରବ କରି ଏହି ଅଞ୍ଚଳର ଅନେକ ଚାଷ ଜମି ଉଜାଡି ଦେଇଛନ୍ତି। ଘଉଡାଇବାକୁ ଯାଉଥିବା ଲୋକଙ୍କୁ ହାତୀ ଆକ୍ରମଣ କରିବା କାରଣରୁ ଦିନେଶ ମହାନ୍ତ, ନରହରି ମହାନ୍ତ, ଟୁରା ମୁଣ୍ଡା, ଯୋଗେଶ୍ୱର ମହାନ୍ତ ସମେତ ଅନେକ ଲୋକ କ୍ଷତବିକ୍ଷତ ହୋଇଛନ୍ତି। ଗତ ଗୁରୁବାର ରାତିରେ ହାତୀ ପଲ କରୁଣାକର ପାତ୍ର, ବାସୁଦେବ ପାତ୍ର, ଯୋଗେନ୍ଦ୍ର ପାତ୍ର, ତ୍ରିନାଥ ପାତ୍ର, ସୁବାସ ପାତ୍ର, ପାକଲା ମୁଣ୍ଡା, ଶିରୋପାଣି ମୁଣ୍ଡା, ଭାଗିରଥୀ ମହାନ୍ତ, ଟୁନା ମୁଣ୍ଡା, ନାଥୁରାମ ପାତ୍ର, ଶୈଳ ପାତ୍ର, ରସିକ ମହାନ୍ତ, ଭୋଳାନାଥ ମହାନ୍ତ, ବୁତୁରୁ ମୁଣ୍ଡା ସମେତ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ଚାଷୀ ବେଣୁଧର ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ଧାରଣା

ଛତ୍ରପୁର,୭ା୧(ଡି.ଏନ.ଏ.)-କାଳିଆ ଯୋଜନାରେ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ...

ଲକ୍‌ଡାଉନ ସତ୍ତ୍ୱେ କେନ୍ଦୁଝରରେ ଗଡୁଛି ଭାରୀଯାନ: ୧୫ଫୁଟ ତଳକୁ ଖସିଲା ଟ୍ରକ୍‌

କୋଳିମାଟି,୩୦ା୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ କୋଳିମାଟି ଭାଲୁହୁଡି ଟାଉନ ନିକଟରେ ସୋମବାର ସକାଳେ ଏକ ଦଶଚକିଆ ଲୁହାପଥର...

୪ ଅଫିସରଙ୍କୁ ଲୋକାୟୁକ୍ତ ନୋଟିସ

ଭୁବନେଶ୍ୱର, ୨ା୩(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗ୍ରାନାଇଟ ପଥର ଖନନ ଓ ଚୋରାଚାଲାଣ କରିବା ମାମଲାରେ...

ନରସିଂହପୁର ଇଲେକ୍ଟ୍ରି ଡିଜିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢାଉ: ୧.୩୬ କୋଟିର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୯: କଟକ ଜିଲା ନରସିଂହପୁର ଇଲେକ୍ଟ୍ରି ଗ୍ରୀଡ୍‌ର ଡେପୁଟି ଜେନେରାଲ ମ୍ୟାନେଜର (ଡିଜିଏମ୍‌) ରାମେଶ୍ୱର ମହଲାଙ୍କ ଘରୁ ଭିଜିଲାନ୍ସ ବିଭାଗ ୧ କୋଟି...

ସତ୍ୟବାଦୀର ବିକାଶ ମୋର ପ୍ରାଥମିକତା: ଉମାକାନ୍ତ ସାମନ୍ତରାୟ

ପୁରୀ ଅଫିସ,୨୪।୫: ସତ୍ୟବାଦୀରେ ପ୍ରଥମ ଥର ଲାଗି ଖାତା ଖୋଲିଛି ବିଜେଡି। ବିଜେଡି ପ୍ରତିଷ୍ଠା ପରଠାରୁ ଏଠାରେ କେବେହେଲେ ଜିତିପାରି ନ ଥିଲା। ହେଲେ ଏଥର...

ଉତ୍ପାଦିତ ଚାରାକୁ ଜଙ୍ଗଲରେ ଫୋପାଡ଼ି ଦେଲେ

ନୂଆଗାଁ,୧୭।୬ (ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହୀପୁର ବନ ବିଭାଗର ପ୍ରତି କ୍ଷେତ୍ରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ସେହିଭଳି ଚାରା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଦୁର୍ନୀତି...

ସୋମବାର କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ରହସ୍ୟମୟୀ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ ଜାରି ରଖିଛି। ଅଭିଯୁକ୍ତା ଅର୍ଚ୍ଚନାଙ୍କୁ ରିମାଣ୍ଡରେ...

ଜିଲାପାଳଙ୍କୁ ଗୁହାରି: ଅନୁକମ୍ପା ଭିତ୍ତିରେ ନିଯୁକ୍ତି ଦିଅ

ଯୋଡ଼ା, ୨୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବଡବିଲ ପୌରପାଳିକାର ୨ନଂ ଓ୍ବାର୍ଡ ବେଲକୁଣ୍ଡି ଠାରେ ଥିବା ଅଙ୍ଗନଓାଡି କର୍ମୀ ପଦବୀରେ ସ୍ଥାନୀୟ ମହିଳାଙ୍କୁ ଆଗ୍ରାଧିକାର...

Advertisement
Archives

Model This Week