ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ କେରୀ, ଡାବରଚୁଆ, ମଇଦାନକେଲ, ବାଘୁଆସାହି ଆଦି ଅଞ୍ଚଳକୁ ଚାଲି ଆସି ଖରିଫ ଫସଲର ବ୍ୟାପକ କ୍ଷତି ଘଟାଇଛନ୍ତି। ବର୍ଷାଭାବ ସତ୍ତ୍ୱେ ଚାଷୀମାନେ ବହୁ କଷ୍ଟରେ ଯେଉଁ ଧାନ ଚାଷ କରିଥିଲେ ତାହା ଏବେ ହାତୀପଲ ଉଜାଡି ଦେଉଥିବାରୁ ସେମାନେ ହତାଶ ହୋଇପଡିଛନ୍ତି। ଅନ୍ୟପକ୍ଷେ ସନ୍ଧ୍ୟା ହେଲେ ଜଙ୍ଗଲତଳି ଇଲାକାରେ ହାତୀ ଭୟ ଯୋଗୁ ଲୋକେ ତାଟି କବାଟ ପକାଇ ଘରେ ରହୁଛନ୍ତି। କେତେକ ଗାଁର ଲୋକେ ରାତି ଅନିଦ୍ରା ରହି ନିଆଁ ଜାଳି ହାତୀ ଘଉଡାଉଥିବା କହିଛନ୍ତି। ବନ ବିଭାଗ କର୍ତ୍ତୃପକ୍ଷ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହେଉଥିବାରୁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରାୟ ୯ ଟି ହାତୀ ଘୂରି ବୁଲୁଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଅଧିକ ହିଂସ୍ର ଅବସ୍ଥରେ ଘୂରିବୁଲୁଛି। ଲୋକଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରୁଛି। ହାତୀ ପଲ ଦିନରେ ଜଙ୍ଗଲରେ ରହି ରାତି ହେଲେ ଜଙ୍ଗଲତଳି ଇଲାକାକୁ ଚାଲି ଆସି ଉପଦ୍ରବ କରୁଛନ୍ତି । ବନ ବିଭାଗ କର୍ମଚାରୀ ସେମାନଙ୍କୁ ଘଉଡାଉଥିଲେ ଗୋଟିଏ ଗାଁ ଛାଡି ଅନ୍ୟ ଗାଁ ଆଡକୁ ଚାଲି ଯାଉଛନ୍ତି। ଗତ ୩ ଦିନ ମଧ୍ୟରେ ହାତୀପଲ ଉପଦ୍ରବ କରି ଏହି ଅଞ୍ଚଳର ଅନେକ ଚାଷ ଜମି ଉଜାଡି ଦେଇଛନ୍ତି। ଘଉଡାଇବାକୁ ଯାଉଥିବା ଲୋକଙ୍କୁ ହାତୀ ଆକ୍ରମଣ କରିବା କାରଣରୁ ଦିନେଶ ମହାନ୍ତ, ନରହରି ମହାନ୍ତ, ଟୁରା ମୁଣ୍ଡା, ଯୋଗେଶ୍ୱର ମହାନ୍ତ ସମେତ ଅନେକ ଲୋକ କ୍ଷତବିକ୍ଷତ ହୋଇଛନ୍ତି। ଗତ ଗୁରୁବାର ରାତିରେ ହାତୀ ପଲ କରୁଣାକର ପାତ୍ର, ବାସୁଦେବ ପାତ୍ର, ଯୋଗେନ୍ଦ୍ର ପାତ୍ର, ତ୍ରିନାଥ ପାତ୍ର, ସୁବାସ ପାତ୍ର, ପାକଲା ମୁଣ୍ଡା, ଶିରୋପାଣି ମୁଣ୍ଡା, ଭାଗିରଥୀ ମହାନ୍ତ, ଟୁନା ମୁଣ୍ଡା, ନାଥୁରାମ ପାତ୍ର, ଶୈଳ ପାତ୍ର, ରସିକ ମହାନ୍ତ, ଭୋଳାନାଥ ମହାନ୍ତ, ବୁତୁରୁ ମୁଣ୍ଡା ସମେତ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ଚାଷୀ ବେଣୁଧର ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?