ରାତିରେ ଖରାପ ଏବଂ ଭୟଙ୍କର ସ୍ବପ୍ନ ଦେଖୁଛନ୍ତି କି? ତା’ହେଲେ ଆପଣାନ୍ତୁ ଏହି ଉପାୟ

ରାତିରେ ଶୋଇବା ସମୟରେ ଲୋକଙ୍କୁ ଖରାପ ଏବଂ ଭୟଙ୍କର ସ୍ବପ୍ନ ଆସିଥାଏ, ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍‌ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁଶାସ୍ତ୍ର ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ବାସ୍ତୁର କିଛି ସରଳ ଉପାୟକୁ ଧ୍ୟାନରେ ରଖି ବ୍ୟକ୍ତି ଖରାପ ଏବଂ ଭୟଙ୍କର ସ୍ବପ୍ନରୁ ମୁକ୍ତି ପାଇପାରିବେ।
*ଅସଜଡ଼ା ବିଛଣାରେ ଶୋଇଲେ ଭୟଙ୍କର ସ୍ବପ୍ନ ଆସିଥାଏ। ଏଥିପାଇଁ ଶୋଇବା ପୂର୍ବରୁ ବିଛଣାକୁ ସଫା କରିବା ଉଚିତ।
*କାଗଜ କିମ୍ବା କପଡ଼ାରେ ଅଳ୍ପ ହଳଦିଆ ଚାଉଳ ବାନ୍ଧି ତକିଆ ତଳେ ରଖିବା ଦ୍ୱାରା ସ୍ବପ୍ନରୁ ରକ୍ଷା ମିଳିଥାଏ।
* ଆଗକାଳରେ ରାତିରେ କେଶକୁ ଖୋଲା ରଖିବା ଅନୁଚିତ ବୋଲି କୁହାଯାଏ। କାରଣ ରାତିରେ କେଶ ଖୋଲି ଶୋଇଲେ ଖରାପ ସ୍ବପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି।

*ପଲଙ୍କ ଆଖପାଖରେ କିମ୍ବା ତଳେ ଜୋତା-ଚପଲ ରହିଥିଲେ ଖରାପ ସ୍ବପ୍ନ ଆସିବାର ଏକ କାରଣ ବୋଲି କୁହାଯାଏ। ତେଣୁ ଖଟ ତଳେ ଏହିସବୁ ଜିନିଷକୁ ରଖନ୍ତୁ ନାହିଁ।
*ଯେଉଁ ଚାଦରରେ ଡାର୍କ କିମ୍ବା ହିଂସ୍ରକ ପଶୁର ଚିତ୍ର ଥାଏ ତାହାର ବ୍ୟବହାର କରିବା ଅନୁଚିତ। ଏଥିସହ ଫଟା ଚାଦରକୁ ମଧ୍ୟ ବ୍ୟବହାର କରିବା ଠିକ୍‌ ନୁହେଁ।
*ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ କି ଭୟରେ ଯଦି ହଠାତ୍‌ ଉଠିପଡନ୍ତି ତେବେ ନିଜ ତକିଆ ତଳେ ୫/୬ଟି ଛୋଟ ଅଳେଇଚ କପଡାରେ ବାନ୍ଧି ରଖିବା ଦ୍ୱାରା ଏଥିରୁ ରକ୍ଷା ମିଳିଥାଏ।
*ବାସ୍ତୁ ଅନୁସାରେ ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ ତକିଆ ତଳେ କିମ୍ବା ପାଖରେ ଛୁରି ରଖନ୍ତୁ। ଛୁରି ନ ଥିଲେ କଇଁଚି, ନେଲ୍‌ କଟର, କଣ୍ଟା ଆଦି ମଧ୍ୟ ତକିଆ ତଳେ ରଖିପାରିବେ। ଏହାଦ୍ୱାରା ଡର ଲାଗି ନ ଥାଏ।
*ସେହିପରି ତମ୍ବାପାତ୍ରରେ ଜଳ ଭରି ବିଛଣା ପାଖରେ ରଖିଦିଅନ୍ତୁ ଓ ସକାଳୁ ଉଠି ସେହି ପାଣିକୁ ଗଛରେ ପକାନ୍ତୁ। ଦେଖିବେ ଆପଣଙ୍କ ଏହି ଦୁଃସ୍ବପ୍ନ ସମସ୍ୟା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଖାଇଲେ ଖୁବ୍‌ଶୀଘ୍ର ବଢ଼ିବ ପିଲାଙ୍କ ଉଚ୍ଚତା

ପିଲାଙ୍କ ଉଚ୍ଚତା ବଢ଼ିବା ନେଇ ଅନେକ ମା’ ବାପା ଚିନ୍ତାରେ ଥାନ୍ତି। ଏଥିପାଇଁ କ’ଣ ଖାଇବା ପିଇବାକୁ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ପିଲାଙ୍କୁ ପ୍ରତିଦିନ...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ

କାର୍ଯ୍ୟବ୍ୟସ୍ତତା ଲାଗି ହେଉ ଅବା ଅନ୍ୟାନ୍ୟ କାରଣରୁ ଅନେକେ ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ଏହା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।...

ଓଟ୍ସ ଟିକି

ଆବଶ୍ୟକ ସାମଗ୍ରୀ: ଓଟ୍ସ ଏକ କପ୍‌, ପନିର ଅଧା କପ ଓ ଅଧାକପ କୋରା ହୋଇଥିବା ଗାଜର, ସିଝା ଚକଟା ଆଳୁ ଏକ କପ, ଧନିଆ...

ନଦୀର ଶୋଭାରେ ଶୋଭିତ ସଙ୍ଗମ-ମେକେଦତୁ

ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ବେଙ୍ଗାଲୁରୁ ନିକଟସ୍ଥ ସଙ୍ଗମ-ମେକେଦତୁ ନାମକ ସ୍ଥାନ ଦୁଇଟି ଆକର୍ଷଣୀୟ ଶୋଭା ପାଇଁ ପର୍ଯ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରିଆସିଛି। ଏଠାରେ ପ୍ରବାହିତ...

ଘରେ ଶାନ୍ତି ରହିବା ପାଇଁ …

ସପ୍ତାହରେ ଥରେ ହେଉନା କାହିଁକି ଘରେ ଝୁଣା ଧୂପ ଲଗାଇବା ଶୁଭ ହୋଇଥାଏ। ସେହିପରି ତାଓ୍ବାରେ ରୁଟି ସେକିବା ପୂର୍ବରୁ ସେଥିରେ କିଛି କ୍ଷୀରର ଛିଟା...

ତମାଖୁ ସେବନଓ ଫୁସ୍‌ଫୁସ୍‌ ଧୂଆଁ

ଆମ ଶରୀରରେ ଫୁସ୍‌ଫୁସ୍‌ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍‌ ହୃଦ୍‌ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ...

ସୁସ୍ଥତା ପାଇଁ…

କର୍ମଜୀବୀ ମହିଳାମାନେ ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ। ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ...

କାହାକୁ ଭୁଲରେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର...

Advertisement
Archives

Model This Week