ରାତିରେ ଅଁଧାର, ଦିନବେଲା ଜଲୁଛେ ଷ୍ଟ୍ରିଟ୍‌ଲାଇଟ୍‌

ଗୁଡ଼ଭେଲା,୧୭ା୪(ଡି.ଏନ.ଏ):  ସରକାର ବିଦ୍ୟୁତ ସଞ୍ଚୟ ଲାଗି ଲୁକ୍‌କୁ ସଚେତନ କରୁଛନ୍‌। ହେଲେ ବଲାଙ୍ଗୀର ଜିଲା ତୁଷୁରା ସହରରେ ଥିବାର ଷ୍ଟ୍ରିଟଲାଇଟମାନ ଦିନବେଲା ଜଲୁଥିଲାବେଲେ ବଡ଼ଭାଗି ଲାଇଟ୍‌ ରାଏତ୍‌ବେଲି ବଁଦ୍‌ ରହୁଛେ। ଯେନ୍‌ଥିରଲାଗି ସହରଟା ଗୁଟେ ପରକାର ଅଁଧାର ରହୁଛେ। ଇଥିରଲାଗି ମହିଲାମାନେ ବେଲବୁଡ଼ଲେ ଛିନାଛକା ରାସ୍‌ତାରେ ଯାଆସ କରବାକେ ଡରୁଛନ୍‌। ଇଆଡ଼େ ଦିନୁ ଦିନ୍‌କେ ଖରା ତାତି ସଂଗେ ଗରମ ବଢ଼ତେଲ ଯାଉଛେ।  ଏନ୍‌ତାଥି ସହରରେ ଘନ ଘନ ବିଦ୍ୟୁତ କାଟ୍‌ ଲୁକ୍‌କୁ ଅଥାଥାଲି କରିଦେଉଛେ। ହେଲେ ଇଠାନେ ଥାନୀୟ ବିଭାଗ ବିଦ୍ୟୁତ ଅପବେଭାରକେ ବଁଦ୍‌ କରି ନାଇଁପାରୁଥିବାର ଚରଚା ହେଉଛେ। ହେଲେ ବିଦ୍ୟୁତ ବିଭାଗ କହୁଛେ ଏନ୍‌ଏସି କତୁରପକ୍ଷ ଇ ଦିଗେ ଧିଆନ୍‌ ଦେବାର କଥା। ଇ ବାବ୍‌ଦେ ତୁଷୁରା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିପିନ ବିହାରୀ ଦୀପକୁଁ ପଚରାଲରୁ ଗୁଟେ ଘରୋଇ ସଂସ୍ଥାକେ ଷ୍ଟ୍ରିଟ୍‌ଲାଇଟ୍‌ କାମ୍‌ ଦିଆଯାଇଛେ, ହେଲେ ସେମାନେ ଟାଇମର ଠିକ୍‌ ହିସାବେ ସେଟ୍‌ ନାଇଁ କରିପାରି। ଯେନ୍‌ଥିରଲାଗି ଇ ସମସିଆ ହେଉଛେ, ହେଲେ ବହୁତ ଜଲଦି ସମସିଆର ସମାଧାନ ହେବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର, ୧୯.୬ (ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri