ରାତାରାତି ନିର୍ମାଣ ହେଉଛି ବେଆଇନ ହମ୍ପ୍‌ସ: ପ୍ରଶାସନର ଅସହାୟତା କାରଣରୁ ଲୋକେ ହିନସ୍ତା

ଓଡ଼ଗାଁ,୨୨ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ଦିନକୁ ବେଆଇନ ହମ୍ପ୍‌ସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଦ୍ୱାହି ଦେଇ ଲୋକେ ପ୍ରଶାସନର ବିନା ଅନୁମତିରେ ରାତାରାତି ହମ୍ପ୍‌ସ ନିର୍ମାଣ କରୁଛନ୍ତି। ନିକଟସ୍ଥ କୈବଲ୍ୟପୁର ଛକରେ କେତେକ ବ୍ୟବସାୟୀ ରାସ୍ତା ଉପରକୁ ମାଡି ଆସି ବ୍ୟବସାୟ କରୁଥିବାରୁ ସେଠାରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଏପରିସ୍ଥଳେ ସେମାନେ ରାସ୍ତା ଅବରୋଧରୁ ନିବୃତ୍ତ ହେବା ବଦଳରେ ଓଡ଼ଗାଁ-ବାହାଡ଼ାଝୋଲା ରାସ୍ତା ଉପରେ ରାତାରାତି ସିିମେଣ୍ଟ କଂକ୍ରିଟରେ ୩ଟି ହମ୍ପ୍‌ସ ନିର୍ମାଣ କରି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ସ୍ଥାନୀୟ ସିନେମା ହଲ ଛକରେ କେତେକ ବ୍ୟବସାୟୀ ନିଜ ଘର ଆଗରେ ଗ୍ୟାସ ସିଲିଣ୍ଡର ଓ ବେପାର ସାମଗ୍ରୀ ମହଜୁଦ କରିବା ସହିତ ରାସ୍ତା ପାର୍ଶ୍ୱ ଅବରୋଧ କରି ରଖୁଥିବାରୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ନିମନ୍ତେ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ରାତିରେ ଉକ୍ତ ସ୍ଥାନରେ ମାତ୍ର ୨୦ ଫୁଟ ବ୍ୟବଧାନରେ ଦୁଇଟି କଂକ୍ରିଟ ହମ୍ପ୍‌ସ ନିର୍ମାଣ କରାଯିବା ସହିତ ଏହାକୁ ସୁରକ୍ଷା ନିମନ୍ତେ ରାସ୍ତା ଉପରେ ମାଙ୍କଡା ପଥର ରଖି ରାସ୍ତା ଅବରୋଧ କରାଯାଇଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଫଟୋ ଉତ୍ତୋଳନ କରିଥିଲେ। ହେଲେ ସ୍ଥାନୀୟ ଲୋକେ ଫଟୋ ଉଠାଇବାକୁ ବିରୋଧ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଥିଲେ। ଏ ନେଇ ପ୍ରତିନିଧି ପିଡବ୍ଲ୍ୟୁଡି ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଥାନା ଅଧିକାରୀ ବଂଶୀଧର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟେ ଘଟଣାସ୍ଥଳରେ ପହଞ୍ଚତ୍ ବେଆଇନ ହମ୍ପ୍‌ସ ଭାଙ୍ଗିଦେବାକୁ ଲୋକଙ୍କୁ ତାଗିଦ କରିଆସିଥିବା ପ୍ରକାଶ କରିଛନ୍ତି। ସେହିପରି ରାସ୍ତା ଉପରେ ରନ୍ଧନ ଗ୍ୟାସ ସିଲିଣ୍ଡର ବେପାର ହେଉଥିବା ନେଇ ଅଗ୍ନିଶମ ଅଧିକାରୀ ପ୍ରତାପ ପ୍ରଧାନ ଓ ବ୍ଲକ ଯୋଗାଣ ଅଧିକାରୀ ସୁବ୍ରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ଉଭୟ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିକଟସ୍ଥ ନନ୍ଦିଘୋର ଓ ଶରଣକୁଳରେ ମଦ୍ୟପ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟି ଦୁଇଜଣ ପ୍ରାଣ ହରାଇଥିଲେ। ହେଲେ ସେଠାରେ ଗ୍ରାମବାସୀଙ୍କ ଜିଦ୍‌ ଆଗରେ ପ୍ରଶାସନ ଅସହାୟତା ପ୍ରକାଶ କରିବା ସହିତ ନନ୍ଦିଘୋରରେ ୩୦ ଓ ଶରଣକୁଳରେ ୬ଟି ସିମେଣ୍ଟ କଂକ୍ରିଟ ହମ୍ପ୍‌ସ ନିର୍ମାଣ କରାଯାଇଥିଲା। ଏହିସବୁ ବେଆଇନ ହମ୍ପ୍‌ସ ଯୋଗୁ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ରୋଗୀ, ବୃଦ୍ଧାବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ। ଜିଲା ପ୍ରଶାସନ ଏ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବିକାଶ

ବିନିକା,୨।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଅଧୀନ କଦଲିପାଲି ଗଁାର ସ୍ବର୍ଗତ ସୌରୀ ଭୁଏକଁର ପୁଓ ବିକାଶ ଭୁଏ(୧୮) ଜନ୍‌ମୁ ଦିବ୍ୟାଙ୍ଗ...

ପ୍ରଚାର ସରିଲା, ଶେଷ ପ୍ରୟାସରେ ପ୍ରାର୍ଥୀ

ଛେଣ୍ଡିପଦା,୧୭।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ଓ ୪ଟି ଜିଲା ପରିଷଦ (ନଂ. ୧୪, ୧୫, ୧୬, ୧୭) ଜୋନ୍‌ରେ ଆସନ୍ତା ୧୮...

ସ୍ବର୍ଗଦ୍ୱାର ପୁନରୁଦ୍ଧାର ପାଇଁ ତତ୍ପରତା

ପୁରୀ ଅଫିସ,୧୬ା୭: ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ବର୍ଗଦ୍ୱାରକୁ ସାମିଲ...

ଟ୍ରାକ୍ଟର ଡ୍ରାଇଭରଙ୍କ ସହ ପ୍ରେମ ସମ୍ପର୍କ, ୪ ମାସର ଗର୍ଭବତୀ: ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା

ନୂଆପଡ଼ା ଅଫିସ,୧୦।୧୧: ନୂଆପଡା ସଦର ଥାନା ଟାନୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ରହସ୍ୟ ବେନାମୀ ଚିଠି...

ଅଟୋ ଓଲଟି ଜଣେ ମୃତ: ୨ ଗୁରୁତର

ଚାନ୍ଦବାଲି,୧୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ମତୋ-ନାନ୍ଦପୁର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କର କରାଣ୍ଡିମାଳ ଛକ ନିକଟରେ ସୋମବାର ରାତିରେ ଏକ ଯାତ୍ରିବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଟୋ ଓଲଟି ଘଟଣାସ୍ଥଳରେ ଜଣଙ୍କର...

ଦୂର ହେଉନି କ୍ଷତିଗ୍ରସ୍ତଙ୍କ ଦୁଃଖ

ମନୋଜ ନନ୍ଦ ତାଳଚେର,୨୮ା୭ – କୋଇଲା ଖଣି ଓ ଶିଳ୍ପ ପାଇଁ ଘରଦ୍ୱାର ହରାଇବାକୁ ପଡ଼ିଲା। ଏକର ଏକର ଜମି ଉପରୁ ଅଧିକାର ଛାଡ଼ିବାକୁ ହେଲା।...

୧୧୨ର ପରିଚାଳନା, ଏନ୍‌ଏଚ୍‌ ପାଟ୍ରୋଲିଂ ଉପରେ ଗୁରୁତ୍ୱ

କଟକ ଅଫିସ, ୭ା୪: କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭିଡିଓ କନଫରେନ୍ସ ଜରିଆରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଜିପି ଅଭୟ...

ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି...

Advertisement
Archives

Model This Week