ରାଜ ପରିବାରକୁ ଝଟକା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜନୀତିରେ ଓଡ଼ିଶା ରାଜ ପରିବାରର ସକ୍ରିୟ ଅଂଶଗ୍ରହଣ ରହିଆସିଛି। ବଲାଙ୍ଗୀର ଜିଲା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେହିପରି କେନ୍ଦ୍ରାପଡା ଜିଲା ଆଳିର ରାଜା ସାହେବ ଶରତ କୁମାର ଦେବ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ। ଢେଙ୍କାନାଳ ରାଜ ପରିବାର ସଦସ୍ୟ କେ.ପି. ସିଂଦେଓ ଅତୀତରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ପ୍ରତିଥର ଅନେକ ରାଜ ପରିବାର ସଦସ୍ୟଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିଥାଏ। ରାଜ୍ୟରେ ଚଳିତ ନିର୍ବାଚନରେ ଏକାଧିକ ରାଜ ପରିବାରର ସଦସ୍ୟ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରାସ୍ତ ହୋଇଛନ୍ତି। ଏହା ରାଜ୍ୟ ରାଜନୀତିରେ ରାଜ ପରିବାର ପ୍ରତି ଭୋଟରଙ୍କ ବିମୁଖତାକୁ ଦର୍ଶାଉଥିବା ସମୀକ୍ଷକମାନେ କହିଛନ୍ତି।
ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଲଗାତର ଦୁଇ ଥର(୨୦୦୯,୨୦୧୪) ବିଜୟ ହାସଲ କରିଥିବା କଳିକେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ୧୯,୫୧୬ ଭୋଟରେ ପରାଜିତ ହୋଇଛନ୍ତି। ତାଙ୍କ ଭାଉଜ ତଥା ଭାଜପା ନେତ୍ରୀ ସଙ୍ଗୀତା ସିଂଦେଓ ଚତୁର୍ଥଥର ପାଇଁ ସେହି ଆସନରୁ ବିଜୟୀ ହୋଇଛନ୍ତି। ପୂର୍ବରୁ ସଙ୍ଗୀତା ୧୯୯୮, ୧୯୯୯ ଏବଂ ୨୦୦୪ରେ ବିଜୟୀ ହୋଇଥିଲେ। କଳିକେଶଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ପ୍ରଥମ କରି ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଅର୍କେଶ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ୫,୩୪୧ ଭୋଟରେ ପରାଜିତ ହୋଇଛନ୍ତି। ବଡଭାଇ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପରାଜିତ ହୋଇଥିବା ବେଳେ ଅର୍କେଶଙ୍କ ପରାଜୟ ରାଜ ପରିବାରକୁ ଶକ୍ତ ଝଟକା ଦେଇଛି।
ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ଲଗାତର ବିଜୟ ହାସଲ କରିଆସିଥିବା ପାଟଣା ମହାରାଜା କନକ ବର୍ଦ୍ଧନ ସିଂଦେଓ ଚଳିତ ନିର୍ବାଚନରେ ଯୁବ ପ୍ରାର୍ଥୀ ବିଜେଡିର ସରୋଜ ମେହେରଙ୍କଠାରୁ ୧୧,୦୨୮ ଭୋଟରେ ହାରିଯାଇଛନ୍ତି। କଳାହାଣ୍ଡି ଜିଲା ଧର୍ମଗଡ ବିଧାନ ସଭା କ୍ଷେତ୍ରରେ ଚଳିତ ଥର କଳାହାଣ୍ଡି ରାଜ ପରିବାରର ଅନନ୍ତ ପ୍ରତାପ ଦେଓ ଭାଜପା ଟିକେଟରୁ ଲଢି ୧୬,୦୯୮ ଭୋଟରେ ପରାସ୍ତ ହୋଇଛନ୍ତି। ଦେବଗଡ଼ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ବିଜୟୀ ହୋଇଥିବା ଦେବଗଡ ରାଜ ପରିବାରର ନୀତେଶ ଗଙ୍ଗଦେବ ଚଳିତ ଥର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି।
ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂଦେଓ ଚଳିତ ଥର କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଲଢି ୨୬,୮୧୪ ଭୋଟରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ସେ ଧର୍ମଗଡ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଢେଙ୍କାନାଳ ରାଜ ପରିବାରର କାମାକ୍ଷା ପ୍ରସାଦ ସିଂଦେଓ ଏକାଧିକ ଥର ଲୋକ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଳଙ୍କୃତ କରିଛନ୍ତି। ଏପରି କି ସେ ୨୦୦୯ ନିର୍ବାଚନ ପୂର୍ବରୁ ପିସିସି ସଭାପତି ମଧ୍ୟ ରହିଥିଲେ। ହେଲେ ଚଳିତ ନିର୍ବାଚନରେ ସେ ଢେଙ୍କାନାଳ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢି ଅମାନତ ରକ୍ଷା କରିପାରି ନାହାନ୍ତି।
ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରରୁ ଚଳିତ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବା ପାରଳା ମହାରାଣୀ କଲ୍ୟାଣୀ ଗଜପତି ବିଜେଡି ପ୍ରାର୍ଥିନୀ ହୋଇ ପରାସ୍ତ ହୋଇଛନ୍ତି। ସେ ମାତ୍ର ୨୬,୬୧୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲା ନୀଳଗିରିର ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ଦେବୀ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି। ସେ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ତୁଳନାରେ ବହୁ କମ୍‌ ଭୋଟ (୧୨,୩୭୨)ପାଇ ତୃତୀୟ ସ୍ଥାନରେ ରହିଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ରାଜ ପରିବାରର ଅନିଲ ସିଂଦେଓ ଜୁନାଗଡ ବିଧାନସଭାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ସେ ମଧ୍ୟ ତୃତୀୟ ସ୍ଥାନରେ(୩୨,୨୨୪ ଭୋଟ୍‌) ରହିଛନ୍ତି। ଧରାକୋଟ ରାଣୀ ତଥା ବିଧାୟିକା ନନ୍ଦିନୀ ଦେବୀ ପୁଣି ଥରେ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରୁ କଂଗ୍ରେସ ନେତା ରମେଶ ଜେନାଙ୍କ ଠାରୁ ୨୩,୭୨୭ ଭୋଟରେ ପରାସ୍ତ ହୋଇଛନ୍ତି। କେନ୍ଦ୍ରାପଡା ଜିଲାର ଆଳିରୁ ରାଜ ପରିବାର ସଦସ୍ୟ ପ୍ରତାପ ଦେବ ଏବଂ ଗଞ୍ଜାମ ଜିଲା ଚିକିଟି ରାଣୀ ଉଷା ଦେବୀ ଚଳିତ ଥର ବିଜୟୀ ହେବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?