ରାଜ ପରିବାରକୁ ଝଟକା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜନୀତିରେ ଓଡ଼ିଶା ରାଜ ପରିବାରର ସକ୍ରିୟ ଅଂଶଗ୍ରହଣ ରହିଆସିଛି। ବଲାଙ୍ଗୀର ଜିଲା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେହିପରି କେନ୍ଦ୍ରାପଡା ଜିଲା ଆଳିର ରାଜା ସାହେବ ଶରତ କୁମାର ଦେବ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ। ଢେଙ୍କାନାଳ ରାଜ ପରିବାର ସଦସ୍ୟ କେ.ପି. ସିଂଦେଓ ଅତୀତରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ପ୍ରତିଥର ଅନେକ ରାଜ ପରିବାର ସଦସ୍ୟଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିଥାଏ। ରାଜ୍ୟରେ ଚଳିତ ନିର୍ବାଚନରେ ଏକାଧିକ ରାଜ ପରିବାରର ସଦସ୍ୟ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରାସ୍ତ ହୋଇଛନ୍ତି। ଏହା ରାଜ୍ୟ ରାଜନୀତିରେ ରାଜ ପରିବାର ପ୍ରତି ଭୋଟରଙ୍କ ବିମୁଖତାକୁ ଦର୍ଶାଉଥିବା ସମୀକ୍ଷକମାନେ କହିଛନ୍ତି।
ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଲଗାତର ଦୁଇ ଥର(୨୦୦୯,୨୦୧୪) ବିଜୟ ହାସଲ କରିଥିବା କଳିକେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ୧୯,୫୧୬ ଭୋଟରେ ପରାଜିତ ହୋଇଛନ୍ତି। ତାଙ୍କ ଭାଉଜ ତଥା ଭାଜପା ନେତ୍ରୀ ସଙ୍ଗୀତା ସିଂଦେଓ ଚତୁର୍ଥଥର ପାଇଁ ସେହି ଆସନରୁ ବିଜୟୀ ହୋଇଛନ୍ତି। ପୂର୍ବରୁ ସଙ୍ଗୀତା ୧୯୯୮, ୧୯୯୯ ଏବଂ ୨୦୦୪ରେ ବିଜୟୀ ହୋଇଥିଲେ। କଳିକେଶଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ପ୍ରଥମ କରି ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଅର୍କେଶ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ୫,୩୪୧ ଭୋଟରେ ପରାଜିତ ହୋଇଛନ୍ତି। ବଡଭାଇ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପରାଜିତ ହୋଇଥିବା ବେଳେ ଅର୍କେଶଙ୍କ ପରାଜୟ ରାଜ ପରିବାରକୁ ଶକ୍ତ ଝଟକା ଦେଇଛି।
ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ଲଗାତର ବିଜୟ ହାସଲ କରିଆସିଥିବା ପାଟଣା ମହାରାଜା କନକ ବର୍ଦ୍ଧନ ସିଂଦେଓ ଚଳିତ ନିର୍ବାଚନରେ ଯୁବ ପ୍ରାର୍ଥୀ ବିଜେଡିର ସରୋଜ ମେହେରଙ୍କଠାରୁ ୧୧,୦୨୮ ଭୋଟରେ ହାରିଯାଇଛନ୍ତି। କଳାହାଣ୍ଡି ଜିଲା ଧର୍ମଗଡ ବିଧାନ ସଭା କ୍ଷେତ୍ରରେ ଚଳିତ ଥର କଳାହାଣ୍ଡି ରାଜ ପରିବାରର ଅନନ୍ତ ପ୍ରତାପ ଦେଓ ଭାଜପା ଟିକେଟରୁ ଲଢି ୧୬,୦୯୮ ଭୋଟରେ ପରାସ୍ତ ହୋଇଛନ୍ତି। ଦେବଗଡ଼ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ବିଜୟୀ ହୋଇଥିବା ଦେବଗଡ ରାଜ ପରିବାରର ନୀତେଶ ଗଙ୍ଗଦେବ ଚଳିତ ଥର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି।
ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂଦେଓ ଚଳିତ ଥର କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଲଢି ୨୬,୮୧୪ ଭୋଟରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ସେ ଧର୍ମଗଡ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଢେଙ୍କାନାଳ ରାଜ ପରିବାରର କାମାକ୍ଷା ପ୍ରସାଦ ସିଂଦେଓ ଏକାଧିକ ଥର ଲୋକ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଳଙ୍କୃତ କରିଛନ୍ତି। ଏପରି କି ସେ ୨୦୦୯ ନିର୍ବାଚନ ପୂର୍ବରୁ ପିସିସି ସଭାପତି ମଧ୍ୟ ରହିଥିଲେ। ହେଲେ ଚଳିତ ନିର୍ବାଚନରେ ସେ ଢେଙ୍କାନାଳ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢି ଅମାନତ ରକ୍ଷା କରିପାରି ନାହାନ୍ତି।
ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରରୁ ଚଳିତ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବା ପାରଳା ମହାରାଣୀ କଲ୍ୟାଣୀ ଗଜପତି ବିଜେଡି ପ୍ରାର୍ଥିନୀ ହୋଇ ପରାସ୍ତ ହୋଇଛନ୍ତି। ସେ ମାତ୍ର ୨୬,୬୧୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲା ନୀଳଗିରିର ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ଦେବୀ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି। ସେ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ତୁଳନାରେ ବହୁ କମ୍‌ ଭୋଟ (୧୨,୩୭୨)ପାଇ ତୃତୀୟ ସ୍ଥାନରେ ରହିଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ରାଜ ପରିବାରର ଅନିଲ ସିଂଦେଓ ଜୁନାଗଡ ବିଧାନସଭାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ସେ ମଧ୍ୟ ତୃତୀୟ ସ୍ଥାନରେ(୩୨,୨୨୪ ଭୋଟ୍‌) ରହିଛନ୍ତି। ଧରାକୋଟ ରାଣୀ ତଥା ବିଧାୟିକା ନନ୍ଦିନୀ ଦେବୀ ପୁଣି ଥରେ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରୁ କଂଗ୍ରେସ ନେତା ରମେଶ ଜେନାଙ୍କ ଠାରୁ ୨୩,୭୨୭ ଭୋଟରେ ପରାସ୍ତ ହୋଇଛନ୍ତି। କେନ୍ଦ୍ରାପଡା ଜିଲାର ଆଳିରୁ ରାଜ ପରିବାର ସଦସ୍ୟ ପ୍ରତାପ ଦେବ ଏବଂ ଗଞ୍ଜାମ ଜିଲା ଚିକିଟି ରାଣୀ ଉଷା ଦେବୀ ଚଳିତ ଥର ବିଜୟୀ ହେବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?