ରାଜ ପରିବାରକୁ ଝଟକା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜନୀତିରେ ଓଡ଼ିଶା ରାଜ ପରିବାରର ସକ୍ରିୟ ଅଂଶଗ୍ରହଣ ରହିଆସିଛି। ବଲାଙ୍ଗୀର ଜିଲା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେହିପରି କେନ୍ଦ୍ରାପଡା ଜିଲା ଆଳିର ରାଜା ସାହେବ ଶରତ କୁମାର ଦେବ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ। ଢେଙ୍କାନାଳ ରାଜ ପରିବାର ସଦସ୍ୟ କେ.ପି. ସିଂଦେଓ ଅତୀତରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ପ୍ରତିଥର ଅନେକ ରାଜ ପରିବାର ସଦସ୍ୟଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିଥାଏ। ରାଜ୍ୟରେ ଚଳିତ ନିର୍ବାଚନରେ ଏକାଧିକ ରାଜ ପରିବାରର ସଦସ୍ୟ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରାସ୍ତ ହୋଇଛନ୍ତି। ଏହା ରାଜ୍ୟ ରାଜନୀତିରେ ରାଜ ପରିବାର ପ୍ରତି ଭୋଟରଙ୍କ ବିମୁଖତାକୁ ଦର୍ଶାଉଥିବା ସମୀକ୍ଷକମାନେ କହିଛନ୍ତି।
ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଲଗାତର ଦୁଇ ଥର(୨୦୦୯,୨୦୧୪) ବିଜୟ ହାସଲ କରିଥିବା କଳିକେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ୧୯,୫୧୬ ଭୋଟରେ ପରାଜିତ ହୋଇଛନ୍ତି। ତାଙ୍କ ଭାଉଜ ତଥା ଭାଜପା ନେତ୍ରୀ ସଙ୍ଗୀତା ସିଂଦେଓ ଚତୁର୍ଥଥର ପାଇଁ ସେହି ଆସନରୁ ବିଜୟୀ ହୋଇଛନ୍ତି। ପୂର୍ବରୁ ସଙ୍ଗୀତା ୧୯୯୮, ୧୯୯୯ ଏବଂ ୨୦୦୪ରେ ବିଜୟୀ ହୋଇଥିଲେ। କଳିକେଶଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନରେ ପ୍ରଥମ କରି ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଅର୍କେଶ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ୫,୩୪୧ ଭୋଟରେ ପରାଜିତ ହୋଇଛନ୍ତି। ବଡଭାଇ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପରାଜିତ ହୋଇଥିବା ବେଳେ ଅର୍କେଶଙ୍କ ପରାଜୟ ରାଜ ପରିବାରକୁ ଶକ୍ତ ଝଟକା ଦେଇଛି।
ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ଲଗାତର ବିଜୟ ହାସଲ କରିଆସିଥିବା ପାଟଣା ମହାରାଜା କନକ ବର୍ଦ୍ଧନ ସିଂଦେଓ ଚଳିତ ନିର୍ବାଚନରେ ଯୁବ ପ୍ରାର୍ଥୀ ବିଜେଡିର ସରୋଜ ମେହେରଙ୍କଠାରୁ ୧୧,୦୨୮ ଭୋଟରେ ହାରିଯାଇଛନ୍ତି। କଳାହାଣ୍ଡି ଜିଲା ଧର୍ମଗଡ ବିଧାନ ସଭା କ୍ଷେତ୍ରରେ ଚଳିତ ଥର କଳାହାଣ୍ଡି ରାଜ ପରିବାରର ଅନନ୍ତ ପ୍ରତାପ ଦେଓ ଭାଜପା ଟିକେଟରୁ ଲଢି ୧୬,୦୯୮ ଭୋଟରେ ପରାସ୍ତ ହୋଇଛନ୍ତି। ଦେବଗଡ଼ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ବିଜୟୀ ହୋଇଥିବା ଦେବଗଡ ରାଜ ପରିବାରର ନୀତେଶ ଗଙ୍ଗଦେବ ଚଳିତ ଥର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି।
ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂଦେଓ ଚଳିତ ଥର କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଲଢି ୨୬,୮୧୪ ଭୋଟରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ସେ ଧର୍ମଗଡ ବିଧାନସଭା କ୍ଷେତ୍ରରୁ ଏକାଧିକ ଥର ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଢେଙ୍କାନାଳ ରାଜ ପରିବାରର କାମାକ୍ଷା ପ୍ରସାଦ ସିଂଦେଓ ଏକାଧିକ ଥର ଲୋକ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଳଙ୍କୃତ କରିଛନ୍ତି। ଏପରି କି ସେ ୨୦୦୯ ନିର୍ବାଚନ ପୂର୍ବରୁ ପିସିସି ସଭାପତି ମଧ୍ୟ ରହିଥିଲେ। ହେଲେ ଚଳିତ ନିର୍ବାଚନରେ ସେ ଢେଙ୍କାନାଳ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢି ଅମାନତ ରକ୍ଷା କରିପାରି ନାହାନ୍ତି।
ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରରୁ ଚଳିତ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବା ପାରଳା ମହାରାଣୀ କଲ୍ୟାଣୀ ଗଜପତି ବିଜେଡି ପ୍ରାର୍ଥିନୀ ହୋଇ ପରାସ୍ତ ହୋଇଛନ୍ତି। ସେ ମାତ୍ର ୨୬,୬୧୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲା ନୀଳଗିରିର ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ଦେବୀ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି। ସେ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ତୁଳନାରେ ବହୁ କମ୍‌ ଭୋଟ (୧୨,୩୭୨)ପାଇ ତୃତୀୟ ସ୍ଥାନରେ ରହିଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ରାଜ ପରିବାରର ଅନିଲ ସିଂଦେଓ ଜୁନାଗଡ ବିଧାନସଭାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ସେ ମଧ୍ୟ ତୃତୀୟ ସ୍ଥାନରେ(୩୨,୨୨୪ ଭୋଟ୍‌) ରହିଛନ୍ତି। ଧରାକୋଟ ରାଣୀ ତଥା ବିଧାୟିକା ନନ୍ଦିନୀ ଦେବୀ ପୁଣି ଥରେ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରୁ କଂଗ୍ରେସ ନେତା ରମେଶ ଜେନାଙ୍କ ଠାରୁ ୨୩,୭୨୭ ଭୋଟରେ ପରାସ୍ତ ହୋଇଛନ୍ତି। କେନ୍ଦ୍ରାପଡା ଜିଲାର ଆଳିରୁ ରାଜ ପରିବାର ସଦସ୍ୟ ପ୍ରତାପ ଦେବ ଏବଂ ଗଞ୍ଜାମ ଜିଲା ଚିକିଟି ରାଣୀ ଉଷା ଦେବୀ ଚଳିତ ଥର ବିଜୟୀ ହେବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri