Posted inଖେଳ

ରାଜ୍ୟ ୯ବର୍ଷରୁ କମ୍‌ ଚେସ ଆରମ୍ଭ: ଆୟୁଷ୍ମାନ, ପ୍ରତ୍ୟୁଷା ଟପସିଡ

କଟକ ଅଫିସ,୧୩ା୭- ପୂର୍ବତଟ ରେଲଓ୍ବେ ପ୍ରତିଷ୍ଠାନ ପରିସରରେ ରାଜ୍ୟ ୯ବର୍ଷରୁ କମ୍‌ ଚେସ ଚାମ୍ପିୟନଶିପ ଶୁକ୍ରବାର ଆରମ୍ଭ ହୋଇଛି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଓପନ ବର୍ଗରେ ୮୩ ଓ ବାଳିକା ବର୍ଗରେ ୩୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ୧୦ଟି ଜିଲାରୁ ମୋଟ ୧୨୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୫ଜଣ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳି ଅଛନ୍ତି । ଓପନ ବର୍ଗରେ ପୁରୀର ଆୟୁଷ୍ମାନ ମହାନ୍ତି ଓ ବାଳିକା ବର୍ଗରେ କଟକର ପ୍ରତ୍ୟୁଷା ଜେନା ଟୁର୍ନାମେଣ୍ଟର ଟପସିଡ ଖେଳାଳି ଅଛନ୍ତି। କଟକ ଜିଲା ଚେସ୍‌ ସଂଘ ଓ ନିଖିଳ ଓଡ଼ିଶା ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହେବ ।
ଶୁକ୍ରବାର ଖେଳାଯାଇଥିବା ୨ ରାଉଣ୍ଡ ଶେଷ ସୁଦ୍ଧା ଓପନ ବର୍ଗରେ ଆୟୁଷ୍ମାନ ମହାନ୍ତି, ପ୍ରତ୍ୟୁଷ ନାୟକ, ଶ୍ରୀୟାଂଶ ଦେ, ଆୟୁଷ ଆର୍ୟନ ମହାପାତ୍ର, ସ୍ବସ୍ତିକ ଶୁଭମ ପଟ୍ଟନାୟକ, ତନ୍ମୟ ତଲିନ ବେହେରା, ଆଦିତ୍ୟ ବିକ୍ରମ ମିଶ୍ର, ସାଇ ଅମ୍ରିତ ପରିଜା, ବାଳିକା ବର୍ଗରେ ସାଇ ସମ୍ପ୍ରଦା ମହାନ୍ତି, ସାନିଧ୍ୟା ସ୍ବାଇଁ, ଶ୍ରୁତି ସ୍ନେହି, ଶୁଭଶ୍ରୀ ରାଉତ, ଆୟୁଷି ଦାସ, ଜ୍ୟୋତିକା ସାହୁ, ଶ୍ରଦ୍ଧା ସ୍ମରଣିକା ନନ୍ଦ, ଶ୍ରଦ୍ଧା ମିଶ୍ର ୨ ପଏଣ୍ଟ ଲେଖାଏ ପାଇ ଅଗ୍ରଣୀ ଅଛନ୍ତି । ରାଜେନ୍ଦ୍ର କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନ୍ତର୍ଜାତୀୟ ଆର୍ବିଟର ତାପସ ମହାନ୍ତି, ନିହାର ରଞ୍ଜନ ସାସମଲ ଖେଳ ପରିଚାଳନା କରୁଛନ୍ତି । ସେକ ମନସୂର ଅଲ୍ଲୀ, ସାହେବ ଅଖତାର ସହାୟତା କରୁଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ପୂର୍ବତଟ ରେଳବାଇ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡା. ସେକ ରହେମତୁଲ୍ଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲା ଚେସ ସଂଘ ସଭାପତି ବିବେକ ତିବେରୱାଲ, ସମ୍ପାଦକ ରଞ୍ଜନ ମହାନ୍ତି, ଉପସଭାପତି ସନ୍ତୋଷ କୁମାର ପୃଷ୍ଟି, ଫନୀନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମ୍ୟାଚ୍‌ ଜିତାଇବା ଦେଖି ଚେୟାର୍‌ ଉପରୁ ଡେଇଁ ପଡିଲେ କୋହଲି : ଆଉ ତା’ପରେ

ଦୁବାଇ,୧୧।୧୦: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସିଏସ୍‌କେ ଦିଲ୍ଲୀ କ୍ୟାପିଟାଲ୍ସକୁ...

ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଶ୍ରୀ ଅରବିନ୍ଦ, ସୈନିକ ସ୍କୁଲ ସେମିରେ

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ଶ୍ରୀ ଅରବିନ୍ଦ...

ମେଡିକାଲରୁୁ ଡିସ୍‌ଚାର୍ଜ ହେଲେ ଲାରା

ମୁମ୍ବାଇ,୨୬।୬- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ମେଡିକାଲରୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ଛାତିରେ ଯନ୍ତ୍ରଣା ହେଉଥିବାରୁ ସେ ମଙ୍ଗଳବାର...

କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍‌ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି...

ରେଷ୍ଟୁରାଣ୍ଟର ମାଲିକାଣୀ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ରୋମି ତାଙ୍କ ନାମ ଦେବାରତୀ ସାହା...

୪ ମାସ ହେଲା ଖେଳିନାହାନ୍ତି ଗୋଟିଏ ବି ମ୍ୟାଚ୍‌; ହେଲେ ଟି୨୦ ର଼୍ୟାଙ୍କିଂରେ ଗୋଟିଏ ପାହାଚ ଉପରକୁ ଚଢ଼ିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌; କୋହଲି…

ନୂଆଦିଲ୍ଲୀ,୮।୭: ନିକଟରେ ପ୍ରକାଶ ପାଇଥିବା ଆଇସିସି ଟି୨୦ ଅନ୍ତଃରାଷ୍ଟ୍ରୀୟ ର଼୍ୟାଙ୍କିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ପୂର୍ବସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌...

କ୍ରୀଡ଼ା ପ୍ରତି ସଚ୍ଚୋଟ ମନୋଭାବ ଆବଶ୍ୟକ: କୋହଲି

ନୂଆଦିଲ୍ଲୀ,୨୬ା୨(ପି.ଟି.): ଆଇସିସି ଟ୍ରଫିକୁ ନେଇ ବିରାଟ କୋହଲିଙ୍କୁ କିଛି କ୍ରିକେଟ ସମୀକ୍ଷକ ବିଫଳ ଅଧିନାୟକର ଟ୍ୟାଗ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୪ ବର୍ଷରେ ଗୋଟିଏ...

କଟକ ସାଇ ହଷ୍ଟେଲରେ ରହିପାରିବେ ନାହିଁ ଭଲିବଲ ଖେଳାଳି

କଟକ ଅଫିସ,୧୯|୭- ରାଜ୍ୟ ଭଲିବଲ କ୍ରୀଡ଼ା ପ୍ରତି ଘନେଇଛି ବଡ଼ ଧରଣର ସଙ୍କଟ। ଓଡ଼ିଶାକୁ ଭାରତୀୟ କ୍ରୀଡ଼ାର କେନ୍ଦ୍ରସ୍ଥଳ ବୋଲି ବିବେଚନା କରାଯାଉଥିବା ବେଳେ ଭଲିବଲ...

Advertisement
Archives

Model This Week